Advertisment

ମମିତା ମେହେର୍ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାରେ ଥିଲେ, ଏବେ ଦ୍ୱିତୀୟ ବିବାହକୁ ନେଇ ପୁଣି ଚର୍ଚ୍ଚାରେ !

ପୂର୍ବତନ୍ତ୍ର ମନ୍ତ୍ରୀଙ୍କ ବାହାଘର ହେବା ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଥିବା ବେଳେ ଖୋଦ୍‌ ବିଧାୟକ ଏଇ କଥାକୁ ସ୍ୱୀକାର କରିଥିବା କୁହାଯାଉଛି। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି

ଅଦ୍ୟତନ ହୋଇଛି
Dibyashankar Mishra 2nd Marriage

Ex-minister Captain Dibyashankar Mishra

Advertisment

ପୁଣି ଥରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ରାଜ୍ୟର ଚର୍ଚ୍ଚିତ ବିଧାୟକ ତଥା ପୂର୍ବତନମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର। ଆସନ୍ତା ୨୫ ତାରିଖରେ ପୁରୀ ର ଏକ ରିସର୍ଟରେ ତାଙ୍କର ବିବାହ ହେବ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଆୟୋଜନ ହେଉଥିବା ବିବାହ ପୂରା ନିଡାମ୍ବର ଭାବରେ ହେବ ବୋଲି ଜଣାପଡ଼ିଛି। ବାହାଘରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ।

Advertisment

ପୂର୍ବତନ୍ତ୍ର ମନ୍ତ୍ରୀଙ୍କ ବାହାଘର ହେବା ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଥିବା ବେଳେ ଖୋଦ୍‌ ବିଧାୟକ ଏଇ କଥାକୁ ସ୍ୱୀକାର କରିଥିବା କୁହାଯାଉଛି। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ସବୁଠୁ ଗୁରୁଚ୍ୱପୂର୍ଣ୍ଣ କଥା ହେଲା ଯୁବତୀ ଜଣକ ଭୁବନେଶ୍ୱର ର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଦିବ୍ୟଶଙ୍କରଙ୍କଠାରୁ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି କୁହାଯାଉଛି। ଯାହା ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଦେଇଛି।

 

ଗତ ଦୁଇଦିନ ହେବ ଦୁଇ ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ପୁଣି ରାଜନେତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଖାଲି ଦିବ୍ୟଶଙ୍କର ନୁହେଁ ବରଂ ଉଭୟ ଦିବ୍ୟଶଙ୍କର ଓ ଯୁବତୀଜଣକ ପୂର୍ବରୁ ବିବାହ କରିଥିବା ବେଳେ ଏହା ସେମାନଙ୍କ ଦ୍ୱିତୀୟ ବିବାହ ହେବ । ଦିବ୍ୟଶଙ୍କର ପ୍ରାୟ ୧୦ ବର୍ଷ ପୂର୍ବେ ନିଜ ପ୍ରଥମ ପତ୍ନୀଙ୍କୁ ଛାତ୍ରପତ୍ର ଦେଇ ସାରିଥିବା ବେଳେ ସେ ଅନ୍ୟତ୍ର ବିବାହ କରି ସାରିଛନ୍ତି। ଉଭୟଙ୍କର ୨୦ ବର୍ଷର ଏକ ପୁଅ ଥିବା ଜଣାଯାଇଛି। ସେହିପରି ଯୁବତୀଜଣକ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ କୌଣସି କାରଣକୁ ନେଇ ତାଙ୍କର ମଧ୍ୟ ଛାଡ଼ପତ୍ର ହୋଇ ସାରିଛି।

Advertisment

ତେବେ କ୍ୟାପଟେନ୍‌ ମିଶ୍ର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚିତ ଥିଲେ। ଏବେ ପୁଣି ଥରେ ବିବାହ କରିବାକୁ ଯାଉଥିବାରୁ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ୨୬ ତାରିଖ ଜଣାପଡିବ ପ୍ରକୃତରେ ଦିବ୍ୟଶଙ୍କର ବିବାହ କରୁଛନ୍ତି କି ନାହିଁ।

Marriage Dibyashankar Mishra BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ