Advertisment

ଦ୍ୱିତୀୟ ବିବାହ କରିବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sambalpur Collector Ananya Das engaged to Bolangir Collector Chanchal Rana

Sambalpur Collector Ananya Das engaged to Bolangir Collector Chanchal Rana

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଗତକାଲି ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ପାରମ୍ପରିକ ରୀତିନୀତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

Advertisment

ଏଥିରେ ଉଭୟ ପରିବାରର ସଦସ୍ୟ ସାମିଲ ହୋଇଥିଲେ। ଏହାସହ କିଛି ନିକଟତର ବନ୍ଧୁ ଓ ଅଫିସର ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆସନ୍ତା ୩ ମାସ ମଧ୍ୟରେ ଉଭୟ ବିବାହ କରିବା ନେଇ ସୂଚନା ମିଳିଛି। ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ।

ସୂଚନାଥାଉ କି, ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌ ଅଖତର୍‌ଙ୍କୁ ବିବାହ କରିଥିଲେ। ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ପୁଣି ବିବାହ କରିବାକୁ ଯାଉଛନ୍ତି।

Advertisment

ଏହା ପୂର୍ବରୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୨୦୧୫ IAS ଟପ୍ପର ଟିନା ଡାବି। ଟିନାଙ୍କ ପୂର୍ବତନ ସ୍ୱାମୀ ତଥା IAS ଆଥର ଆମୀର ଖାନ୍ ମଧ୍ୟ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଡାକ୍ତର ମେହରାନା କାଜିଙ୍କୁ ଆମୀର ଦ୍ୱିତୀୟ ବିବାହ କରିଛନ୍ତି। 

ଆଥର ୨୦୧୮ରେ ଟିନାଙ୍କ ସହ ବିବାହ କରିଥିଲେ । ଟିନା ଓ ଆଥର ଉଭୟ ବ୍ୟାଚ୍ ମେଟ୍ ହେବା ସହ UPSC ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଦୁଇ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା ସହ ବିବାହ ବିଚ୍ଛେଦ ହୋଇଥିଲା। ଏହାର କିଛି ମାସ ପରେ ଟିନା ଆଉ ଜଣେ IAS ଅଧିକାରୀଙ୍କୁ ବିବାହ କରିଥିଲେ। ତାଙ୍କ ଜୀବନ ସାଥୀ ସାଜିଥିଲେ ଡ. ପ୍ରଦୀପ ଗାୱାଣ୍ଡେ। 

Marriage
Advertisment
Advertisment