Advertisment

Tejashwi Yadav: ତେଜସ୍ୱୀ ଯାଦବଙ୍କୁ ନୋଟିସ, ମାଗିଲେ ପ୍ରେସମିଟରେ ଦେଖାଇଥିବା ଭୋଟର ଆଇଡି କାର୍ଡ

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଥିଲେ ଯେ ସଂଶୋଧିତ ଭୋଟର ତାଲିକାରେ ତାଙ୍କ ନାଁ ନାହିଁ। ନିର୍ବାଚନ କମିଶନ ସର୍ଭେ ପରେ ଜାରି କରିଥିବା ସଂଶୋଧିତ ଡ୍ରାଫ୍ଟ ଭୋଟର ଲିଷ୍ଟରୁ ତାଙ୍କ ନାଁ ବାଦ ପଡ଼ିଥିବା ସେ କହିଥିଲେ। କିନ୍ତୁ ଏହାକୁ ନିର୍ବାଚନ କମିଶନ(ଇସି) ଖଣ୍ଡନ କରିଥିଲେ।

author-image
Manasranjan Mohanty
Tejashwi Yadav

Tejashwi Yadav

ନିର୍ବାଚନ କମିଶନ ବିହାରର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ନୋଟିସ ଜାରି କରିଛନ୍ତି। ନିର୍ବାଚନ କମିଶନ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖି ପ୍ରେସ କନଫରେନ୍ସରେ ଦେଖାଇଥିବା ଭୋଟର ଆଇଡି କାର୍ଡ ମାଗିଛନ୍ତି । ଯାହାର ତଦନ୍ତ କରାଯିବ । କମିଶନ କହିଛନ୍ତି ଯେ ତେଜସ୍ୱୀ ଯାଦବ ଦେଖାଇଥିବା EPIC ନମ୍ବର ବୈଧ ନୁହେଁ। ତେଜସ୍ୱୀ ଯାଦବଙ୍କ ଅଭିଯୋଗ ଉପରେ ERO ଜବାବ ମାଗିଛନ୍ତି। ERO କହିଛନ୍ତି, "ପ୍ରେସ କନଫରେନ୍ସରେ ଦେଖାଯାଇଥିବା ଆଇଡି କାର୍ଡ ଅଫିସିଆଲ ଭାବେ ଜାରି ହୋଇଥିବା ପରି ମନେ ହୁଏ ନାହିଁ। ତେଣୁ ଏହାର ତଦନ୍ତ ଆବଶ୍ୟକ।" କମିଶନ EPIC କାର୍ଡର ବିବରଣୀ ଏବଂ ମୂଳ କପି ମାଗିଛନ୍ତି, ଯାହା ଦ୍ୱାରା ତେଜସ୍ୱୀଙ୍କ ପାଖରେ ଦୁଇଟି EPIC ନମ୍ବର କିପରି ଅଛି ତାହାର ତଦନ୍ତ ହୋଇପାରିବ।

Advertisment

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଥିଲେ ଯେ ସଂଶୋଧିତ ଭୋଟର ତାଲିକାରେ ତାଙ୍କ ନାଁ ନାହିଁ। ନିର୍ବାଚନ କମିଶନ ସର୍ଭେ ପରେ ଜାରି କରିଥିବା ସଂଶୋଧିତ ଡ୍ରାଫ୍ଟ ଭୋଟର ଲିଷ୍ଟରୁ ତାଙ୍କ ନାଁ ବାଦ ପଡ଼ିଥିବା ସେ କହିଥିଲେ। କିନ୍ତୁ ଏହାକୁ ନିର୍ବାଚନ କମିଶନ(ଇସି) ଖଣ୍ଡନ କରିଥିଲେ। ଏଥିସହ ତେଜସ୍ୱୀ ଯାଦବଙ୍କ ନାଁ ଭୋଟର ତାଲିକାରେ ଥିବା ଗୋଟିଏ ଫଟୋ ସାର୍ବଜନୀନ କରିଥିଲେ।

Advertisment

ଶନିବାର ପାଟନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଯାବଦ ନିଜର ନିର୍ବାଚନ ଫଟୋ ପରିପଚୟ ପତ୍ର (ଇପିଆଇସି) ଦେଖାଇଥିଲେ। ଏହାପରେ କ୍ୟାମେରା ସାମ୍ନାରେ ନିର୍ବାଚନ କମିଶନଙ୍କ ଅଫିସିଆଲ ମୋବାଇଲ ଆପ୍ଲିକେସନରେ ଏହାକୁ ଉଲ୍ଲେଖ କରିଥିଲେ। ତେବେ ସେ ତାଙ୍କ ତଥ୍ୟ ଜାଣିବାକୁ ଚେଷ୍ଟା କରିବା ବେଳେ ‘ନୋ ରେକର୍ଡ ଫାଉଣ୍ଡ’ ବା କୌଣସି ତଥ୍ୟ ନ ଥିବା ଦେଖିବାକୁ ମିଳିଥିଲା।

ତେଜସ୍ୱୀ ଏହାକୁ ସମସ୍ତଙ୍କୁ ଦେଖାଇବା ସହ କହିଥିଲେ ଯେ “ଭୋଟର ତାଲିକାରେ ମୋ ନାଁ ମଧ୍ୟ ନାହିଁ। ମୁଁ କେମିତି ନିର୍ବାଚନ ଲଢ଼ିବି?” ତେଜସ୍ୱୀ ଯାଦବଙ୍କ ଏପରି ଦାବି ପରେ ନିର୍ବାଚନ କମିଶନ ଗୋଟିଏ ଭୋଟର ତାଲିକା ଜାରି କରିଥିଲେ। ଏଥିରେ ତେଜସ୍ୱୀଙ୍କ ନାଁ ଓ ଫଟୋ ରହିଛି। ସେହିପରି ତାଙ୍କ ବୁଥ ପାଟନାର ଭେଟରନାରୀ କଲେଜ ବୋଲି ଏଥିରେ ଉଲ୍ଲେଖ ରହିଛି।

କମିଶନ କହିଥିଲେ, “ତେଜସ୍ୱୀ ଯାଦବ ଚକିତ କରିବା କରିବା ଭଳି ଦାବି ଆମ ନଜରକୁ ଆସିଛି। ତାଙ୍କ ନାଁ ଡ୍ରାଫ୍ଟ ନିର୍ବାଚନୀ ତାଲିକାରେ ନଥିବା ସେ ଦାବି କରିଛନ୍ତି। ହେଲେ ତାଙ୍କ ନାଁ ଡ୍ରାଫ୍ଟ ନିର୍ବାଚନୀ ତାଲିକାର କ୍ରମିକ ସଂଖ୍ୟା ୪୧୬ରେ ରହିଛି। ତେଣୁ ଡ୍ରାଫ୍ଟ ତାଲିକାରେ ତାଙ୍କ ନାଁ ନଥିବା ନେଇ ଯେଉଁ ଦାବି କରାଯାଉଛି, ତାହା ସଂପୂର୍ଣ୍ଣ ମିଛ ଓ ତ୍ରୁଟିପୂର୍ଣ୍ଣ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତେଜସ୍ୱୀ ଦେଖାଇଥିବା ଇପିଆଇସି ନମ୍ବର ଓ ନିର୍ବାଚନ କମିଶନ ଜାରି କରିଥିବା ଇପିଆଇସି ନମ୍ବର ଭିନ୍ନ ରହିଛି। ଏହାକୁ ନେଇ ନୂଆ ବିବାଦ ଦେଖିବାକୁ ମିଳିଛି।

Election Commission Tejashwi Yadav
Advertisment
Related Articles
Advertisment