Advertisment

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓକୁ ନେଇ ଘମାସାନ : ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ହଲ୍ଲାବୋଲ୍

ନିମାପଡା ଓ ପିପିଲିରେ ବିଜେପିର ଜୋରଦାର ପ୍ରତିବାଦ,ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଅଦ୍ୟତନ ହୋଇଛି
undefined

Special story

Advertisment

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓକୁ ନେଇ ତେଜିଲା ରାଜନୀତି । ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କୁ ବହିଷ୍କାର ସହ ଗିରଫ କରିବାକୁ ଜୋର୍ ଧରିଛି ଦାବି । ନିମାପଡା ଓ ପିପିଲିରେ ଆଜି ବିଜେପି ପ୍ରତିବାଦ କରିଥିବା ବେଳେ ଭୁବନେଶ୍ୱର ରେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛି ଛାତ୍ର କଂଗ୍ରେସ ।

Advertisment

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ କୁହୁଳିଲା ପ୍ରତିବାଦର ନିଆଁ । ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ମନ୍ତ୍ରୀ ବିରୋଧୀ ନାରା, ଜୋରଦାର ପ୍ରତିବାଦ ସମୀର ଦାସଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଉତ୍ତେଜିତ କର୍ମୀ । ବିରୋଧ ସେତିକିରେ ଅଟକିନି, ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ ବି ହୋଇଛି । ସମୀର ଦାସଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ଛାତ୍ର କଂଗ୍ରେସ । ଏପରିକି ମନ୍ତ୍ରୀ ସମୀର ଦାସଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ କରିବା ସହ ୭ ଦିନ ଭିତରେ ଗିରଫ କରାନଗଲେ ନବୀନ ନିବାସ ଘେରିବାକୁ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ରାଜଧାନୀର କୁହୁଳା ନିଆଁ ବ୍ୟାପିଛି ପୁରୀ ନିମାପଡ଼ାକୁ । ଏଠି ବି ତେଜିଛି ମନ୍ତ୍ରୀ ବିରୋଧୀ ନାରା । ନିମାପଡା ବିଜେପି ପକ୍ଷରୁ ଶତାଧିକ କର୍ମୀ ଜୟଶ୍ରୀ ଛକ ଠାରେ ପ୍ରତିବାଦ କରିଛନ୍ତି । ନିମାପଡ଼ା-ପିପିଲି-ବାଲିପାଟଣା ରାସ୍ତା ଅବରୋଧ କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଜାଳିଛନ୍ତି । ଦାବି କରିଛନ୍ତି, ମନ୍ତ୍ରୀ ସମୀର ଦାସଙ୍କୁ ବହିଷ୍କାର କର, ଗିରଫ କର। ସେହିପରି ପୁରୀ ସାତସଂଖ ଠାରେ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ ଦଳୀୟ ନେତା ଓ ଶତାଧିକ କର୍ମୀ । ଏପଟେ ରାଜ୍ୟ ବିଜେପି ପ୍ରେସମିଟ୍ କରି ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛି । ଏପରିକି ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ଦାବି କରିଛି ଦଳ ।

Advertisment

ଏପଟେ ୪ ଦିନ ହେଲା ତଦନ୍ତରେ ଲାଗିଛି ପୋଲିସ । ପତ୍ନୀ, ପରିବାର ସଦସ୍ୟ, ରୋଷେୟା, ଡ୍ରାଇଭର, ଜଣ ଜଣଙ୍କୁ ମାରାଥନ୍ ଜେରା କରାଯାଉଛି । ଏପରିକି ଧର୍ମେନ୍ଦ୍ରଙ୍କ ଗାଁ ଗୋପକୁ ମଧ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଯିବ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଏକାଧିକ ଲୋକଙ୍କ ସହ ଫୋନରେ କଥା ହୋଇଥିବାରୁ ପୋଲିସ ସେମାନଙ୍କୁ ନୋଟିସ କରି ପଚରାଉଚରା କରିପାରେ । ଏଥିସହ ଭାଇରାଲ ହେଉଥିବା ଅଡିଓର ସତ୍ୟାସତ୍ୟ ଯାଂଚ୍ କରାଯିବ ଏବଂ ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ଡିସିପି କହିଛନ୍ତି ।

ସସପେନ୍ସରେ ଥିବା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ଝଡ ସୃଷ୍ଟି କରିଛି । ସାମ୍ନାକୁ ଆସିଥିବା ଏକ ଅଡିଓ ଯେଉଁଥିରେ ରହିଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ । ଭାଇରାଲ ହେଉଥିବା ଏହି ଅଡିଓରେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର, ବନ୍ଧୁ ଅକ୍ଷୟଙ୍କ ସହ ମୋବାଇଲେ କଥା ହୋଇଥିବା କୁହାଯାଉଛି । ଏହି ଅଡିଓକୁ ଆଧାର କରି ମନ୍ତ୍ରୀ ସମୀର ଦାସ ଇସ୍ତଫା ଦେବା ସହ ତଦନ୍ତର ସାମ୍ନା କରନ୍ତୁ ବୋଲି ଗତକାଲି କହିଥିଲେ ବିଜେପି ନେତ୍ରୀ ପ୍ରଭାତୀ ପରିଡା ।

Advertisment

ଧର୍ମେନ୍ଦ୍ରଙ୍କ ମୃତ୍ୟକୁ ୪ ଦିନ ବିତିଥିଲେ ବି ରହସ୍ୟ ଭିତରେ ରହିଛି ପୁରା ଘଟଣା । ମୃତ୍ୟୁ  ପାଇଁ ଧର୍ମେନ୍ଦ୍ର ତାଙ୍କ ପତ୍ନୀ, ମନ୍ତ୍ରୀ ସମୀର ଦାସ, ସମ୍ପର୍କୀୟ ଏବଂ ଅନ୍ୟ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଦାୟୀ କଲେ କାହିଁକି ? ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ଏମାନଙ୍କର କଣ ରହିଛି ଭୂମିକା ? ଧର୍ମେନ୍ଦ୍ର ନାଁ ନେଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବ କି ପୋଲିସ? ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଇଙ୍ଗିତ କରିଥିବା ରାଜନୈତିକ ଇସ୍ୟୁ କଣ? ଏବଂ ଏହା ପଛରେ କିଏ? ଏବେ ଏସବୁ ରହସ୍ୟ ଉପରୁ ପରଦା ହଟାଇବା ପୋଲିସ ପାଇଁ ଚ୍ୟାଲେଂଜ୍ ...

Dharmendra Sahoo Dharmendra Sahoo Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ