Advertisment

ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ମାଡ଼

ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି  ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chhatra Congress members stage demonstration in front of Minister Samir Dash's official residence

Chhatra Congress members stage demonstration in front of Minister Samir Dash's official residence

ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି  ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି। ବିକ୍ଷୋଭ କରିବା ସହ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

Advertisment

ଛାତ୍ର କଂଗ୍ରେସ ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଛି। 

ଅନ୍ୟପକ୍ଷେ, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଭାଇରାଲ ହୋଇଥିବା ଅଡିଓ ସମ୍ପର୍କରେ ଛାନଭିନ୍ ଲାଗି କମିଶନରେଟ୍ ପୋଲିସ ଗୋପ ଯିବ ବୋଲି ସୂଚନା ମିଳିଛି। ଗତକାଲି ଭାଇରାଲ ହୋଇଥିବା ଅଡିଓର ସତ୍ୟତା କେତେ, ଗୋପ ଯାଇ ତାର ଛାନଭିନ୍ କରିପାରେ ପୋଲିସ। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଆଉ କାହା ସହ କଥା ହୋଇଥିଲେ ତା’ର ମଧ୍ୟ ତଦନ୍ତ କରିବ ପୋଲିସ୍‌। ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଏକାଧିକ ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିବା ପୋଲିସ ସୂଚନା ପାଇଛି।

Advertisment

ସୂଚନାଥାଉ କି, ଗତକାଲି ବିଜେଡି ନେତା ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଏକ ଅଡିଓ ଟେପ୍ ଗଣମାଧ୍ୟମ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ତାଙ୍କ ପତ୍ନୀ, ଶ୍ୱଶୁରଙ୍କ ସହ ଆଉ କିଛି ଲୋକଙ୍କୁ ଦାୟୀ କରି ସେମାନଙ୍କ ନାଁ ନେଉନଥିବା ଜଣାପଡ଼ିଥିଲା। ଏହାସହ ତାଙ୍କ କଥା ରେକର୍ଡିଂ କରି ରଖ ବୋଲି ମଧ୍ୟ ଅକ୍ଷୟ ନାୟକ ନାମକ ଜଣେ ବନ୍ଧୁଙ୍କୁ ଫୋନରେ କହୁଥିବା ଶୁଣିବାକୁ ମିଳୁଛି। ଏହି ଅଡିଓ ସମ୍ପର୍କରେ ଗତକାଲି ପ୍ରେସ୍‌ମିଟ୍‌ରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। 

Minister Samir Dash BJD ZP Member Dharmendra Sahoo Death BJD Leader BJD Leader Found Dead
Advertisment
Advertisment