Advertisment

BJD Fighting: ଗୋଷ୍ଠୀ କନ୍ଦଳକୁ ଖଣ୍ଡନ କଲେ ଦେବାଶିଷ ସାମନ୍ତରାୟ, ଯୁବପିଢି ହିଁ ଦଳକୁ ଆଗେଇ ନେବେ

ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ଦଳକୁ ଏହି ଯୁବ ପିଢ଼ି ମାନେ ହିଁ ଆଗେଇ ନେବେ ବୋଲି ସେ କହିଛନ୍ତି। ଏହି ପିଢ଼ି ଦଳକୁ ଟେକ୍ ଓଭର କଲେ ବିଜେଡି ଆଗକୁ ଆଗେଇବ। ନବୀନଙ୍କ ସ୍ବପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ।

ଅଦ୍ୟତନ ହୋଇଛି
Debi

Debi

Advertisment

କଟକବିଜେଡିରେ ଗୋଷ୍ଠୀ କନ୍ଦଳ ଥିବା ନେଇ ଆଲୋଚନା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦଳକୁ ଯୁବ ପିଢ଼ି ହିଁ ଆଗେଇ ନେବେ ସେ କହିଛନ୍ତି। ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ଦଳକୁ ଏହି ଯୁବ ପିଢ଼ି ମାନେ ହିଁ ଆଗେଇ ନେବେ ବୋଲି ସେ କହିଛନ୍ତି। ଏହି ପିଢ଼ି ଦଳକୁ ଟେକ୍ ଓଭର କଲେ ବିଜେଡି ଆଗକୁ ଆଗେଇବ। ନବୀନଙ୍କ ସ୍ବପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ।

Advertisment

କାଲି ଦଳକୁ ଆସି ସର୍ବେସର୍ବା ହୋଇଯିବ ବୋଲି ଭାବିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଯୁବକମାନେ ଆଗେଇ ଆସିବା କଥା, ଦାୟିତ୍ବ ନେବା କଥା। ଆଗାମୀ ପିଢ଼ି ସାମ୍ନାକୁ ଆସିବ, କେହି ଅଟକାଇ ପାରିବେନି ବୋଲି କହିଛନ୍ତି ଦେବାଶିଷ। ମେଳିକୁ ନେଇ ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଆମ ଦଳରେ କିଛି ଗୋଷ୍ଠୀ କନ୍ଦଳ ନାହିଁ। ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।

ଅଧିକ ପଢ଼ନ୍ତୁ: ଆଜିଠୁ ଆବାସ ସର୍ଭେ; ଚୟନ ହେବେ ନୂତନ ହିତାଧିକାରୀ

ସେପଟେ ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ କହିବା କଥା ଆଉ ୬ ମାସ ମଧ୍ୟରେ ବିଜେଡି ଭାଙ୍ଗିଯିବ । ତାଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଗଲାଣି । ସେମାନେ ବିଭିନ୍ନ ସ୍ଥାନରେ ମେଳି ବାନ୍ଧୁଛନ୍ତି । ବର୍ତ୍ତମାନ ଦଳର ନେତୃତ୍ୱ କିଏ ନେବ ତାଙ୍କର ବର୍ତ୍ତମାନ ବଡ଼ ପ୍ରସଙ୍ଗ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ନେତାଜୀ ଜୟନ୍ତୀ ଅବସରରେ କଟକରେ ବିଭିନ୍ନ ନେତା ଅଲଗା ଅଲଗା ଶୋଭାଯାତ୍ରା କରିଥିଲେ। ଏହାକୁ ନେଇ କଟକ ବିଜେଡିରେ ଫାଟ ଥିବା ଆଲୋଚନା ହୋଇଥିଲା।

Advertisment

ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦ୍ବାରା ଆୟୋଜିତ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା । ଏଥିସହ ଜିଲ୍ଲା ବାହାରୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ପୁରୀ ବିଧାୟକ ସୁନୀଲ ମହାନ୍ତି ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ତେବେ ନିମନ୍ତ୍ରଣପତ୍ରରେ ନାଁ ଥିବା ସତ୍ତ୍ବେ ସେଠାରେ ମେୟର ସୁବାସ ସିଂ ଏବଂ ବିଧାୟକ ସୌଭିକ ବିଶ୍ୱାଳଙ୍କ ଦେଖା ମିଳିନଥିଲା ।

ରାଜନୈତିକ କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ କାର୍ଯ୍ୟକ୍ରମ ପାଇଁ ହୋଇଥିବା ନିମନ୍ତ୍ରଣ କାର୍ଡରେ ପ୍ରଥମେ ସୁବାସ ସିଂଙ୍କ ନାଁ ସାମିଲ ହୋଇନଥିଲା । ଏହା ଜାଣିବା ପରେ ଖପ୍‌ପା ଥିଲେ ମେୟର ସୁବାସ ସିଂ । ଏହାପରେ ତାଙ୍କ ସମର୍ଥକଙ୍କ ବିରୋଧ ପରେ ପୁଣି ତାଙ୍କ ନାଁ ଯୋଡ଼ି ନୂଆ କାର୍ଡ ଛପାଯାଇଥିଲା । ତେବେ ଏନେଇ ସୌଭିକଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ସୁବାସ ସିଂ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡକା ଯାଇଥିଲା ବୋଲି କହିଥିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ବ୍ୟକ୍ତିଗତ କାରଣ ଯୋଗୁଁ ବୋଧହୁଏ କିଛି ନେତା ଏଥିରେ ଯୋଗ ଦେଇପାରିନାହାନ୍ତି।

Advertisment

ଅଧିକ ପଢ଼ନ୍ତୁ: ସରକାର-ଦଳ ଭିତରେ ଗ୍ୟାପ୍ କମାଇବାକୁ ବିଜେପିର କସରତ, ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କ ଉପସ୍ଥିତିରେ ମାନସମନ୍ଥନ

BJD Cuttack BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ