• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶକ୍ତି ଦେଖାଉଛି ଭାରତୀୟ ଜନତା ପାର୍ଟି । ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (BJP) ବାରମ୍ବାର ତାର ଶକ୍ତି ପ୍ରଦର୍ଶନ କରିଚାଲିଛି । ମାତ୍ର ୬ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୩୪ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ରାମେଶ୍ୱରମରେ ପଦଯାତ୍ରା ଉଦ୍‌ଘାଟନ କାର୍ଯ୍ୟକ୍ରମ ଅବସରରେ ସେ ୨୩୪ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାତ୍ରା କରିଥିବା ସୂଚନା ଦିଆଯାଇଛି ।

ତାମିଲନାଡୁ BJPର ମୁଖ୍ୟ କେ. ଅନନାମାଲାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ‘X’ରେ ଏ ସମ୍ପର୍କରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ମାତ୍ର ୬ ମାସରେ En Mann En Makkal PadaYatra. ଦ୍ୱାରା ୨୩୪ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାତ୍ରା କରାଯାଇଛି ।

ଅଧିକ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ କ୍ରସ୍ ଭୋଟିଂ, ବିଜେପିକୁ ସମର୍ଥନ ଦେଲେ କଂଗ୍ରେସର ୬ ବିଧାୟକ

ବୁଧବାର ଦିନ ପଦଯାତ୍ରା ଶେଷ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ En Mann En Makkal PadaYatra ଶେଷରେ ଯୋଗ ଦେଇଥିଲା । ତାହା ସହ ଏହା ତାଙ୍କର ଏକ ସୁନ୍ଦର ଅନୁଭୂତି ପାଲଟିଥିବା କେ. ଅନନାମାଲାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଭିଡିଓଟି ମାତ୍ର କିଛି ଘଣ୍ଟା ତଳେ ପୋଷ୍ଟ ହୋଇଥିବା ବେଳେ ଭାଇରାଲ ହେବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୨ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଅନେକ ୟୁଜର୍ସ ମଧ୍ୟ ଏଥିରେ ନିଜର ମତାମତ ରଖିଛନ୍ତି । ଏହି ଭିଡିଓକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମିଡିଆ ‘X’ରେ ସେୟାର କରିଥିବା ଦେଖିବାକୁ ମିଳିଛି ।

En Mann En Makkal PadaYatra ଅନେକ ଲୋକ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଭିଡିଟିକୁ ୭ ହଜାରରୁ ଅଧିକ ରିଟ୍ୱିଟ୍‌, ୨୪ ହଜାରୁ ଅଧିକ ଲାଇକ୍‌ ଓ ବର୍ତ୍ତମାନ ସୁଦ୍ଧା ୫ଶହରୁ ଅଧିକ ୟୁଜର୍ସ ସେମାନଙ୍କ ମତାମତ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଚାଲିଥିଲା ବିଜେପିର ମିଶ୍ରଣ ପର୍ବ, ମଞ୍ଚ ଉପରେ ଗଣ୍ଡଗୋଳ କଲେ ବିଜେଡି କର୍ମୀ !