/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664291811.jpg)
Dharmendra Sahoo
ନିମାପଡ଼ା ବିଜେପି ନେତ୍ରୀ ପ୍ରଭାତି ପରିଡ଼ଙ୍କ ବଡ଼ ଖୁଲାସା । ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଆଣିଲେ ନୂଆ ଟ୍ୱିଷ୍ଟ । ପ୍ରେସ୍ମିଟ୍ କରି କଲେ ବଡ଼ ଖୁଲାସା ।
ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପ୍ରଭାତି । ସେ କହିଛନ୍ତି ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ଫୋନ୍ରେ ଅକ୍ଷୟ ନାମକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ମୋବାଇଲ୍ରେ କଥା ହେବା ବେଳେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଆଉ ମନ୍ତ୍ରୀ ସମୀର ଦାଶଙ୍କ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମଧ୍ୟ ବନ୍ଧୁ ଅକ୍ଷୟଙ୍କୁ ଜଣାଇଥିଲେ । ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ନିଜ ସ୍ତ୍ରୀ ଓ ଶ୍ୱଶୁରଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରିଛନ୍ତି । ଯାହା କି ଅଡିଓ କ୍ଲିପ୍ରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ।
ତେଣୁ ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦିଅନ୍ତୁ ଏବଂ ତଦନ୍ତର ସାମ୍ନା କରନ୍ତୁ ବୋଲି ବିଜେପି ନେତ୍ରୀ ପ୍ରଭାତି ପରିଡ଼ା ଦାବି କରିଛନ୍ତି । ତେବେ ଏହି ଅଡିଓ କ୍ଲିପ୍ ସମ୍ପର୍କରେ ମନ୍ତ୍ରୀ ସମୀର ଦାଶଙ୍କର କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)