Advertisment

ସମ୍ବଲପୁର ହିଂସାକୁ ୧୨ ଦିନ; ଥମୁନି ବିଜେପି-ବିଜେଡି କଳି, ଥାର୍ଡ ଫ୍ଲୋରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ସମ୍ବଲପୁର ହିଂସା ଓ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଙ୍କର ହେଉ ତଦନ୍ତ-ସୁରେଶ ପୂଜାରୀ

ଅଦ୍ୟତନ ହୋଇଛି
undefined

Odisha Politics On Sambalpur Violence

Advertisment

ସମ୍ବଲପୁରରେ ହିଂସା ଥମିଲାଣି, ହେଲେ ହିଂସାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନି । ସହରରେ ଘଟି ଯାଇଥିବା ହିଂସା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି-ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ତୃତୀୟ ମହଲାକୁ ଟାର୍ଗେଟ କରିବା ପରେ, ସାଂସଦ ସୁରେଶ ପୂଜାରୀ ମଧ୍ୟ ସମ୍ବଲପୁର ହିଂସା ଓ ଗୁଡୁ ମୁସଲିମର ଓଡ଼ିଶା ଲିଙ୍କ ନେଇ NIA ତଦନ୍ତ ଦାବି କରିଛନ୍ତି ।

Advertisment

ସମ୍ବଲପୁରରେ ହିଂସା କରୁଛି କିଏ ? କାହା ପ୍ରରୋଚନାରେ ଘଟିଲା ଏତେ ବଡ଼ ଘଟଣା ? ପୋଲିସ ଓ ଗୁଇନ୍ଦା ବିଫଳତା ନା ଜାଣିଶୁଣି ହୋଇଛି ଷଡ଼ଯନ୍ତ୍ର ? ହିଂସାକାଣ୍ଡର ୧୨ ଦିନ ପରେ ବି ଗୋହି ଖୋଳାଖୋଳି ବିଜେପି-ବିଜେଡି । ହନୁମାନ ଜୟନ୍ତୀ ଉତ୍ସବ ପାଳନ ବେଳେ ସମ୍ବଲପୁରରେ ହେଲା ହିଂସାକାଣ୍ଡ । ବିଜେପି ସମର୍ଥନରେ ବିଶ୍ୱ ହିନ୍ଦୁ ପରିଷଦ ୧୪ ଜିଲ୍ଲା ବନ୍ଦ କଲା । ଗୃହ ମନ୍ତ୍ରାଳୟ ଘଟଣାରେ ହସ୍ତକ୍ଷେପ କରୁ ଏବଂ ଏନ୍ଆଇଏ ତଦନ୍ତ ଭାର ହାତକୁ ନେଉ ବୋଲି ଚିଠି ଲେଖିଲା ରାଜ୍ୟ ବିଜେପି । ଏହା ପରେ ବି ଥମୁନି ରାଜନୀତି।

ଝାରସୁଗୁଡ଼ା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହିଂସାକୁ ନେଇ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କାହିଁକି ହିନ୍ଦୁମାନଙ୍କୁ ଗିରଫ କରାଯାଉଛି ବୋଲି ପ୍ରଶ୍ନ କରିବା ସହ ତୃତୀୟ ମହଲାକୁ ଟାର୍ଗେଟ୍ କରିଛନ୍ତି। ଏହାର କଡ଼ା ଜବାବ ରଖି ବିଜେଡି କହିଛି, ବିଜେପି ହିଁ ସେଠି ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ।

Advertisment

ସେପଟେ ସମ୍ବଲପୁରରେ ହିଂସା ଏବଂ ଗୁଡୁ ମୁସଲିମ୍‌ର ପୁରୀ ଓ ବରଗଡ଼ ଲିଙ୍କକୁ ନେଇ ଝାରସୁଗୁଡାରେ ଏକ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ସମ୍ବଲପୁରରେ ରାଷ୍ଟ୍ର ବିରୋଧୀ ଶକ୍ତି ଉପସ୍ଥିତ ଥିବା ଓ ହିଂସାକାଣ୍ଡ ବେଳେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସୁରେଶ। ଗୁଡୁ ମୁସଲିମ୍ ଓ ରାଜା ଖାଁ ମଧ୍ୟରେ କଣ ସଂପର୍କ ଥିଲା ଏବଂ ସମ୍ବଲପୁର ହିଂସାକାଣ୍ଡ ସହ ଉଭୟଙ୍କ ସଂପର୍କ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ଏସବୁ ଘଟଣାର NIA ତଦନ୍ତ ପାଇଁ ଦାବି କରିଛନ୍ତି ସୁରେଶ।

ସେପଟେ ହିଂସାର ୧୨ ଦିନ ପରେ ସମ୍ବଲପୁରରେ ସ୍ଥିତି ସ୍ବାଭାବିକ ଆଡକୁ ଯାଉଛି । ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେଲାଣି। କେବେଳ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି । ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ପୁଣିଥରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ପୁରାପୁରି ଟଳିନି ବୋଲି ସ୍ଥାନୀୟ ଲୋକ କହିଛନ୍ତି। 

Advertisment

ଏହାରି ଭିତରେ ଜାତୀୟ ST କମିଶନ୍ ଆସନ୍ତକାଲି ସମ୍ବଲପୁର ଗସ୍ତ କରି ପ୍ରାଣ ହରାଇଥିବା ଚନ୍ଦ୍ରକାନ୍ତ ମିର୍ଦ୍ଦା ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ