• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶା ପହଞ୍ଚିଛନ୍ତି । ଏନେଇ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ ହୋଇଛି । ନଡ୍ଡାଙ୍କୁ ବିଶାଳ ଶୋଭାଯାତ୍ରାରେ ପାଛୋଟି ଆଣିଛନ୍ତି ଦଳୀୟ ନେତା ଓ କର୍ମୀ । ମଧ୍ୟାହ୍ନରେ ଜନତା ମଇଦାନରେ ହେବ ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ ।

ତୃଣମୂଳ ସ୍ତରରେ ଗଠନ ହୋଇଥିବା ଶକ୍ତି କେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଆଜି ସେ ଗୁରୁମନ୍ତ୍ର ଦେବେ । ସଙ୍ଗଠନକୁ ମଜଭୁତ୍ କରିବା, କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅବଗତ କରିବା ନେଇ ବିସ୍ତୁତ ଭାବେ ଆଲୋଚନା କରିବେ ।

ଏଥିସହିତ ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ନଡ୍ଡା । ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାଯର୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ବିସ୍ତୃତ ଭାବେ କଥା ହେବେ । ଏହାପରେ ସଂଧ୍ୟାରେ ନଡ୍ଡା ପୁରୀ ଗସ୍ତ କରି ରହଣୀ କରିବେ । ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭଦ୍ରକ ଯିବେ ନଡ୍ଡା ।

ସେପଟେ ନଡ୍ଡାଙ୍କ ଦୁଇ ଦିନିଆ ଗସ୍ତ ଓ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ଠିକ୍ ସେହି ଦୁଇଦିନ ଆୟୋଜନ କରିଛି ପ୍ରତିନିଧି ସମ୍ମିଳନୀ । ପ୍ରଥମ ଦିନ ଯୁବ, ଛାତ୍ର ଓ ବିଜୁ ମହିଳା ଜନତା ଦଳର ପ୍ରତନିଧି, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିମାନେ ଯୋଗ ଦେବେ । ୩୦ ତାରିଖରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କର ବୈଠକ ହେବ ।

ଅକ୍ଚୋବର ୨ରୁ ଆରମ୍ଭ ହେଉଥିବା ପଦଯାତ୍ରାରେ କଣ କଣ ପ୍ରସଙ୍ଗ ନେଇ ଦଳୀୟ ନେତା ଲୋକମାନଙ୍କ ପାଖକୁ ଯିବେ, ସେ ନେଇ ଆଲୋଚନା ହେବ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ବାର୍ତ୍ତା ଦେବାର ସୂଚନା ରହିଛି । ସେପଟେ ବିଜେପି ଓ ବିଜେଡିର ଏଭଳି କାର୍ଯ୍ୟକ୍ରମକୁ ସମାଲୋଚନା କରି କଂଗ୍ରେସ୍ କହିଛି, ଦିଲ୍ଲୀରେ କୋଳାକୋଳି ଆଉ ଏଠାରେ କଳି ।