Advertisment

ଶାସକ ଦଳର ଅନ୍ଧାରୀ ବିଜେ ରୋକିବାକୁ ବିଜେପିର ଦାବି

ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ।

ଅଦ୍ୟତନ ହୋଇଛି
BJP Pressmeet

BJP Pressmeet

Advertisment

ଧାମନଗରରେ ଆଜି ପ୍ରଚାର ସରୁଥିଲେ ବି ଭୋଟ୍ ପୂର୍ବ ମଝି ଦୁଇ ଦିନରେ ବିପୁଳ ଟଙ୍କା ବାଣ୍ଟିବ ବିଜେଡ଼ି। ମଦ, ମାଂସରେ ଭୋଟରକଙ୍କୁ ଶାସକଦଳ ଲୋକେ ପ୍ରଭାବିତ କରାଇବେ। ଏହାକୁ ରୋକିବାକୁ ପଦକ୍ଷେପ ନିଆଯିବା ସହ ୧୧୩ଟି ସମ୍ବେଦନଶୀଳ ବୁଥ୍‌ରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ଦାବି କରିଛି ବିଜେପି

Advertisment

ଆଜି ଭୁବନେଶ୍ୱର ରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି- ଧାମନଗରରେ ଏବେ ସରକାରୀ ଅଫିସର, ଏସଏଚଜି ମହିଳା ଓ ପ୍ରତି ପଞ୍ଚାୟତରେ ସରକାରଙ୍କ ଲିଙ୍କ୍‌ରେ ଥିବା ୩୦ଜଣ ଲେଖାଏଁ ଲୋକଙ୍କୁ ଲଗାଇ ବିଜେଡ଼ି ଟଙ୍କା ବାଣ୍ଟିବା ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଧାମନଗର ଉପନିର୍ବାଚନ: ସରିଗଲା ପ୍ରଚାର, ଏବେ ନେତାଙ୍କ ଅନ୍ଧାରି ବିଜେ

Advertisment

ଏଥିସହ ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ। ତେବେ ବିଜେପି ଯେତେ ସବୁ ଅଭିଯୋଗ ନେଇ ଯାଇଛି ତାହା ସତ୍ୟ ବୋଲି ନିର୍ବାଚନ ଅଧିକାରୀ ମୋହର ମାରିଥିବା କହିଛନ୍ତି ଲେଖାଶ୍ରୀ। ତେବେ ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳିନାହିଁ।

Advertisment

ଧାମମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ସବୁ ଦଳ ଓ ସ୍ୱାଧୀନ ପ୍ରାର୍ଥୀ। ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। ଏଥିପାଇଁ ସବୁ ଦଳର ହେଭିୱେଟ ନେତା ଭଦ୍ରକରେ କ୍ୟାମ୍ପ କରିଛନ୍ତି। 

BJD BJP Congress Lekhasri Samantsinghar Odisha Politics Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ