Advertisment

Odisha BJP State Chief Poll: ମୁଖିଆ କିଏ ହେବେ, କାଲି ସ୍ପଷ୍ଟ ହୋଇପାରେ, ଆବଶ୍ୟକ ହେଲେ ଜୁଲାଇ ୧ରେ ମତଦାନ

ରେସ୍ ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। କାରଣ, ଗ୍ରାଉଣ୍ଡ ଜିରୋରେ ସବୁ ସ୍ତରରେ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ମନମୋହନଙ୍କର ରହିଛି। ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ପାଇଁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି।

author-image
Manasranjan Mohanty
Odisha BJP State Chief

Odisha BJP State Chief

କିଏ ହେବେ ବିଜେପିର ରାଜ୍ୟ ସଭାପତି? ରିପିଟ୍ ହେବେ କି ମନମୋହନ ? ନା ଦେଖିବାକୁ ମିଳିବ ନୂଆ ଚେହେରା? ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଆଜି ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତାକାଲି ୧୧ଟାରୁ ଅପରାହ୍ନ ୨ଟା ଭିତରେ ନାମଙ୍କନ ପାତ୍ର ଦାଖଲ ଏବଂ ଚିହ୍ନ ପ୍ରକାଶ କରାଯିବ। ଆବଶ୍ୟକ ହେଲେ ଜୁଲାଇ ୧ ତାରିଖ ଦିନ ୧୦ଟାରୁ ୧୨ ଟା ମଧ୍ୟରେ ହେବ ମତଦାନ। ସେହିଦିନ ସାଢେ ୧୨ଟାରେ ପ୍ରକାଶ କରାଯିବ ରାଜ୍ୟ ସଭାପତିଙ୍କ ନାଁ।

Advertisment

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ଆସନ୍ତାକାଲି ଓଡ଼ିଶା ଆସିବେ। ତାଙ୍କ ତତ୍ତ୍ବାବଧାନରେ ସମସ୍ତ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ହେବ। ଏହାପୂର୍ବରୁ ଆଜି ପାର୍ଟି କାର୍ଯ୍ୟାଳୟରେ ୨୭୩ ଜଣ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି। କିଏ ସମ୍ଭାଳିବେ ରାଜ୍ୟ ବିଜେପିର ମଙ୍ଗ? କୁହାଯାଉଛି, ସାଂଗଠନିକ ଦକ୍ଷତା ଏବଂ ସରକାରଙ୍କ ଭିତରେ ସମନ୍ବୟ ରକ୍ଷାକରି ଦଳକୁ ଆଗକୁ ନେଇପାରୁଥିବା ନେତାଙ୍କୁ ଦଳ ଦେଇପାରେ ଆଗ୍ରାଧିକାର।

ଗ୍ରାଉଣ୍ଡ ଜିରୋରେ ସବୁ ନେତାଙ୍କୁ ସାଙ୍ଗରେ ନେଇ ଚାଲିବା ଏବଂ ମ୍ୟାନେଜ୍ କରିବାର ଦକ୍ଷତା ଥିବା ନେତାଙ୍କୁ ମିଳିପାରେ ଗୁରୁତ୍ବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଯିଏବି ସଭାପତି ହେବେ ତାଙ୍କ ପାଇଁ ଏହା ହେବ ବଡ଼ ଚ୍ୟାଲେଞ୍ଜ। ଏବେବି ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ବିଜେଡି ସକ୍ରିୟ ଥିବାରୁ ଏହାକୁ ବିଚାରକୁ ନେଇ ଦଳ ସଭାପତି ଚୟନ କରିପାରେ।

Advertisment

ରେସ୍ ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। କାରଣ, ଗ୍ରାଉଣ୍ଡ ଜିରୋରେ ସବୁ ସ୍ତରରେ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ମନମୋହନଙ୍କର ରହିଛି। ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ପାଇଁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି। ଏକାସଙ୍ଗେ ୨୦ ଜଣ ସାଂସଦ ଜିତିଥିବାରୁ ଦଳ ତାଙ୍କୁ ରିପିଟ୍ କରି ପୁଣିଥରେ ପୁରସ୍କାର ଦେଇପାରେ।

ମନମୋହନଙ୍କ ବ୍ୟତୀତ ରାଜ୍ୟ ସଭାପତି ଦୌଡରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବର୍ତ୍ତମାନ ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ରଙ୍କ ନାଁ ନେଇ ବି ଚର୍ଚ୍ଚା ହେଉଛି। ବିଜେପି ରାଜ୍ୟ ସଭାପତି ଚୟନକୁ ନେଇ ଦୀର୍ଘଦିନ ଧରି ଦଳରେ ସଂଶୟ ଲାଗି ରହିଥିଲା। ଏବେ ଦେଖିବା ନିର୍ବାଚନ ନେଇ ତାରିଖ ଘୋଷଣାପରେ ଦଳ କାହା ମୁଣ୍ଡରେ ସଭାପତି ମୁକୁଟ ପିନ୍ଧାଉଛି।

ଅଧିକ ପଢ଼ନ୍ତୁ: ରଥ ପରେ ଆସିପାରେ ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି; ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା...

Samir Mohanty Odisha BJP Golak Mohapatra Odisha BJP President Manmohan Samal
Advertisment
Related Articles
Advertisment