Advertisment

Delhi Election: କ'ଣ ଥିଲା ଦିଲ୍ଲୀ ଦଖଲର ଷ୍ଟ୍ରାଟେଜି? କହିଲେ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ...

ଦିଲ୍ଲୀରେ ଝଡ଼ି ଯାଇଛି ଝାଡୁ। ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ଯାଉଛି ବିଜେପି। ଆପ୍ ସରକାର ପ୍ରତି ଲୋକଙ୍କ ଭିତରେ ଥିବା ଆକ୍ରୋଶ ଆମକୁ ଜିତାଇଲା ବୋଲି କହିଛନ୍ତି ଦିଲ୍ଲୀ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଅଦ୍ୟତନ ହୋଇଛି
Baijayant Panda on Delhi Winning

Baijayant Panda on Delhi Winning

Advertisment

ଦିଲ୍ଲୀରେ ଚାଲିଲା ମୋଦି ମ୍ୟାଜିକ୍। ଦୀର୍ଘ ୨୭ ବର୍ଷର ଅପେ‍କ୍ଷା ପରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ଗତ ଦୁଇଟି ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଛୁଇଁନଥିବା ବିଜେପି ଏଥର ବୃହତ୍ ବିଜୟ ସହ ନୂଆ ସରକାର ଗଠନ କରିବାକୁ ତୟାର ହୋଇଛି। ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସୌରଭ ଭରଦ୍ବାଜଙ୍କ ଭଳି ବଡ଼ ବଡ଼ ନେତା ମାଟି କାମୁଡିଛନ୍ତି। ତେବେ କିପରି ଥିଲା ଦଳର ରଣନୀତି? କେମିତି ବଦଳିଲା ଜନତାଙ୍କ ମୁଡ୍? କାମ ଦେଲା କି ମୋଦି ଗ୍ୟାରେଣ୍ଟି ନା ସୁହାଇଲା ସତ୍ତା ବିରୋଧୀ ହାୱା? ଦିଲ୍ଲୀ ବିଜୟକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଶିବାନନ୍ଦ ରାଉତ। 

Advertisment

ପ୍ରଶ୍ନ-  ଦିଲ୍ଲୀ ବିଜୟ ପଛରେ ବଡ଼ କାରଣ କ'ଣ?

ବୈଜୟନ୍ତ ପଣ୍ଡା- ଦିଲ୍ଲୀରେ ଐତିହାସିକ ବିଜୟର ସବୁଠୁ ବଡ କାରଣ ହେଲା ମୋଦିଜୀଙ୍କ ଗ୍ୟାରେଣ୍ଟି ଓ ବିଜେପି ପ୍ରତି ଦିଲ୍ଲୀବାସୀଙ୍କ ଅତୁଟ ବିଶ୍ୱାସ। ଏଠି ଭୟଙ୍କର ସରକାର ବିରୋଧୀ ହାୱା ଥିଲା। ଦୁର୍ନୀତିଗ୍ରସ୍ତ ଆପ୍ ସରକାରକୁ ନେଇ ଲୋକଙ୍କ ଭିତରେ ଥିବା ଆକ୍ରୋଶ ଦିଲ୍ଲୀରେ ବିଜେପିକୁ ଜିତାଇଲା।

ପ୍ରଶ୍ନ- କିପରି ବାଜି ପଲଟାଇବାରେ ସଫଳ ହେଲା ବିଜେପି? 

ବୈଜୟନ୍ତ ପଣ୍ଡା- ଆପ୍ ସରକାରର ଦୁର୍ନୀତି ଓ କୁଶାସନରେ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିଲେ। କୌଣସି ବିକାଶମୂଳକ କାର୍ଯ୍ୟ ହେଉନଥିଲା। ରାସ୍ତାଘାଟଠାରୁ ନେଇ ପାନୀୟ ଜଳ ଯାଏଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିଲେ।୧୨ ବର୍ଷ ହେଲା ଦଳ ଲୋକଙ୍କୁ କେବଳ ମିଛ କହି ଠକି ଚାଲିଥିଲା। ଲୋକେ ଏହାକୁ ବରଦାସ୍ତ କରିପାରିଲେନି।

Advertisment

ପ୍ରଶ୍ନ- ଦିଲ୍ଲୀବାସୀଙ୍କ ଦିଲ୍ ଜିତିବା କେମିତି ସହଜ ହେଲା?

ବୈଜୟନ୍ତ ପଣ୍ଡା- ଦୁର୍ନୀତିଗ୍ରସ୍ତ ଆପ୍ ସରକାରକୁ ବିଦା କରିବାକୁ ଜନତା ମନ ବଳାଇ ସାରିଥିଲେ। ଆମେ ବୁଲି ବୁଲି ସାଧାରଣ ଲୋକଙ୍କ ସହ କଥା ହୋଇଥିଲୁ ଏବଂ ଲୋକଙ୍କଠାରୁ ମିଳିଥିବା ଫିଡବ୍ୟାକରୁ ଦୁଇ ତୃତୀୟାଂଶ ଆସନ ସହ ଆମର ବିଜୟ ସୁନିଶ୍ଚିତ ବୋଲି ଜାଣିଥିଲୁ।

ପ୍ରଶ୍ନ- ଦଳର କେଉଁ ରଣନୀତି କାମ ଦେଲା?

ବୈଜୟନ୍ତ ପଣ୍ଡା- ଜନତାଙ୍କ ଆଶା ଆକାଂକ୍ଷାକୁ ଧ୍ୟାନ ଦେଇ ସଂକଳ୍ପ ପତ୍ର ପ୍ରସ୍ତୁତ କରିଥିଲୁ। ସଂକଳ୍ପ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିରୁ ବେଶୀ ସୁଫଳ ମିଳିଲା। ଏହା ହିଁ ଦଳ ପାଇଁ ବିଜୟର ପଥ ସହଜ କରିଥିଲା।

Advertisment

ପ୍ରଶ୍ନ- ଦିଲ୍ଲୀ ନିର୍ବାଚନ ପାଇଁ ଦଳ କିପରି ପ୍ରସ୍ତୁତି କରିଥିଲା?

ବୈଜୟନ୍ତ ପଣ୍ଡା- ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା, ନେତା, ମନ୍ତ୍ରୀମାନେ ବିଭିନ୍ନ ଦାୟିତ୍ୱ ନେଇ କାର୍ଯ୍ୟ କରିଥିଲେ। ସାଧାରଣ ଲୋକଙ୍କ ସହିତ ଯୋଡି ହୋଇଥିଲେ ଏବଂ ସେମାନଙ୍କ ସମସ୍ୟା ବୁଝିଥିଲେ। ସମସ୍ତଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଉଦ୍ୟମ ବଳରେ ଦଳକୁ ଏହି ବିଜୟ ମିଳିପାରିଛି।

ଅଧିକ ପଢନ୍ତୁ: Delhi Assembly Election: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

BJP BJP National Vice President Baijayant Panda Delhi Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ