Advertisment

ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା

ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ରାଜ୍ୟକୁ ନେଇ ମାନସମନ୍ଥନ । ଆଜି ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା ।

author-image
Pallipuspa Samal
ଅଦ୍ୟତନ ହୋଇଛି
BJP Meeting

BJP meeting

ବିଜେପି ଫୋକସରେ ଓଡ଼ିଶା। କ୍ଷମତା ହାସଲ ପାଇଁ ଗୌହାଟୀରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ। ଆଜି ଗୌହାଟୀରେ ବିଜେପିର ବଡ଼ ବୈଠକ। ଏହି ବୈଠକରେ ୨୪ ନିର୍ବାଚନ ପାଇଁ ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ନେଇ ହେବ ମାନସମନ୍ଥନ। ଆଉ ଏଥିରେ ଫୋକସରେ ରହିଛି ଓଡ଼ିଶା।

Advertisment

ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରୁ କେମିତି ଅଧିକ ସିଟ୍ ପଦ୍ମ ଦଳ ଖାତାକୁ ଆସିବ ସେନେଇ ହେବ ଆଲୋଚନା। ତା ସହ ନେତାଙ୍କୁ ଏହି ଅବସରରେ ଦିଆଯିବ ଟାସ୍କ। ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀରେ ପହଞ୍ଚିସାରିଛନ୍ତି

ଅଧିକ ପଢ଼ନ୍ତୁ: ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବିଜେପି କରୁଛି ବ୍ଲୁ-ପ୍ରିଣ୍ଟ

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଗତକାଲି ଗୌହାଟୀରେ ପହଞ୍ଚିଛନ୍ତି। ବୈଠକ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ୨୦୧୯ରେ ବିଜେପି ଫେଲ୍ ମାରିଥିଲା, ହେଲେ ଏଥର ପୂରା ପାସ୍ କରିବୁ।

ସେପଟେ ବିଜେପି ବିଧାୟକ ଭୁଦାନ୍ ମୁର୍ମୁ କହିଛନ୍ତି ୧୨୦ ମିଶନକୁ ଆଧାର କରି ବିଜେପି ଆସନ୍ତା ନିର୍ବାଚନ ଲଢ଼ିବ। ଏଥର ୮୦ରୁ ଅଧିକ ବିଧାନସଭା ସିଟ୍ ଓ ୧୮ଟି ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଭୁଦାନ୍।

ସୂଚନା ଅନୁସାରେ ୨୦୧୯ରେ ବିଜେପି ୮ଟି ଲୋକସଭା ଓ ୨୩ଟି ବିଧାନସଭା ସିଟ୍ ଜିତିଥିଲା। ଆଗାମୀ ନିର୍ବାଚନରେ ପଦ୍ମ ଦଳକୁ କିଭଳି ଅଧିକ ସଫଳତା ମିଳିବ ସେଥିପାଇଁ ଏବେଠୁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟପଟେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆନ୍ଧ୍ରପ୍ରଦେଶ ବିଜେପିର ସଭାପତି ନିଯୁକ୍ତ ହେବାପରେ କିଏ ହେବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

BJP General Election 2024
Advertisment
Advertisment