Advertisment

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବିଜେପି କରୁଛି ବ୍ଲୁ-ପ୍ରିଣ୍ଟ

ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି।

author-image
Chandan Shishu
undefined

General Election 2024

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ୨୦୨୪ରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆସନ୍ତାକାଲି ପୂର୍ବାଂଚଳ ରାଜ୍ୟଗୁଡିକୁ ନେଇ ବସିବ ବଡ଼ ବୈଠକ। ଯେଉଁଥିରେ ୨୪ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ସହ ତାକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ହେବ ଆଲୋଚନା। ସେପଟେ ବିଜେଡି ଓ କଂଗ୍ରେସ କହିଛନ୍ତି ଗତଥର ମିଶନ୍  ୧୨୦ ଟାର୍ଗେଟ ରଖିଥିଲେ କିଛି ହେଲା ନାହିଁ। ଏଥର ବି କିଛି ହେବ ନାହିଁ।

Advertisment

ବିଜେପି ଫୋକସରେ ଓଡ଼ିଶା। କ୍ଷମତା ଦଖଲ ପାଇଁ ଗୌହାଟୀରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ। ଟାର୍ଗେଟ, ଅଧିକରୁ ଅଧିକ ବିଧାନସଭା ଓ ଲୋକସଭା ସିଟ୍ ହାତେଇବା ଆସନ୍ତାକାଲି ଗୌହାଟୀରେ ବିଜେପିର ବଡ଼ ବୈଠକ। ୨୪ ନିର୍ବାଚନ ପାଇଁ ପୂର୍ବାଂଚଳ ରାଜ୍ୟଗୁଡିକୁ ନେଇ ହେବ ମାନସମନ୍ଥନ। ଫୋକସରେ ରହିଛି ଓଡ଼ିଶା। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରୁ କେମିତି ଅଧିକ ସିଟ୍ ପଦ୍ମ ଦଳ ଖାତାକୁ ଆସିବ ସେନେଇ ହେବ ଆଲୋଚନା, ଦିଆଯିବ ଟାସ୍କ।

ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଗୌହାଟୀରେ ପହଞ୍ଚିଛନ୍ତି। ବୈଠକ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ୨୦୧୯ରେ ବିଜେପି ଫେଲ୍ ମାରିଥିଲା, ହେଲେ ଏଥର ପୂରା ପାସ୍ କରିବୁ।

Advertisment

ସେପଟେ ବିଜେପି ବିଧାୟକ ଭୁଦାନ୍ ମୁର୍ମୁ କହିଛନ୍ତି ୧୨୦ ମିଶନକୁ ଆଧାର କରି ବିଜେପି ଆସନ୍ତା ନିର୍ବାଚନ ଲଢ଼ିବ। ଏଥର ୮୦ରୁ ଅଧିକ ବିଧାନସଭା ସିଟ୍ ଓ ୧୮ ଟି ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଭୁଦାନ୍। 

୨୦୧୯ରେ ବିଜେପି ୮ଟି ଲୋକସଭା ଓ ୨୩ଟି ବିଧାନସଭା ସିଟ୍ ଜିତିଥିଲା। ଆଗାମୀ ନିର୍ବାଚନରେ ପଦ୍ମ ଦଳକୁ କିଭଳି ଅଧିକ ସଫଳତା ମିଳିବ ସେଥିପାଇଁ ଏବେଠୁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟପଟେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆନ୍ଧ୍ରପ୍ରଦେଶ ବିଜେପିର ସଭାପତି ନିଯୁକ୍ତ ହେବାପରେ କିଏ ହେବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ ନିକଟରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଛି। ଓଡ଼ିଶାରୁ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି, ସେମାନଙ୍କୁ ପରିବର୍ତ୍ତନ କରି ସଙ୍ଗଠନର ବଡ଼ ଦାୟିତ୍ବ ମିଳିବ ବୋଲି କୁହାଯାଉଛି। ଏସବୁ ଭିତରେ ବିଜେପିର ଏହି ବ୍ଲୁ ପ୍ରିଣ୍ଟକୁ ନେଇ ବିଜେଡି ଓ କଂଗ୍ରେସ କଡ଼ା ସାମଲୋଚନା କରିଛନ୍ତି। ମିଶନ୍ ୧୨୦ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି।

୨୦୨୪ରେ ହାଟ୍ରିକ କରିବା ଲକ୍ଷ୍ୟରେ ବିଜେପି ସମସ୍ତ ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରି ୬, ୭ ଓ ୮ ତାରିଖରେ ବୈଠକ କରୁଛି। ଓଡ଼ିଶା ସମେତ ୧୨ ପୂର୍ବାଂଚଳ ରାଜ୍ୟକୁ ନେଇ ଆସନ୍ତାକାଲି ଗୌହାଟୀରେ ବୈଠକ ଅନୁଷ୍ଠିତ ହେବ।

BJP Mission 2024 General Elections
Advertisment
Advertisment