Advertisment

ଓଡିଶା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ୧୮ରୁ ୨୫ ବର୍ଷୀୟ ଯୁବ ଭୋଟର୍

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର

author-image
Prangyan Parimita
ଅଦ୍ୟତନ ହୋଇଛି
BJP Makes Blueprint for Mission 2024 in Odisha

bjp

ବିଜେପି ଫୋକସରେ ଓଡ଼ିଶା । ଓଡ଼ିଶା ସମେତ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଦଖଲ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଛି ବିଜେପି । ଦଳର ଜାତୀୟ କାର୍ଯକାରିଣୀରେ ଚଳିତ ବର୍ଷ ନିର୍ବାଚନ ଥିବା ୯ ରାଜ୍ୟ ଉପରେ ଆଲୋଚାନ ହେବା ସହ ଓଡ଼ିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ସଙ୍ଗଠନକୁ ଆହୁରି ମଜଭୁତ୍ କରାଯିବା ଉପରେ ଜୋର୍ ଦିଆଯାଇଛି । ଗୁଜରାଟ୍ ମଡେଲରେ ରାଜ୍ୟରେ ବୁଥ୍ ଓ୍ୱାରୀ ସଙ୍ଗଠନ ସଜାଡିବାକୁ ପ୍ଲାନ୍ ହୋଇଛି । ଏହାବ୍ୟତୀତ ଫୋକସରେ ଅଛନ୍ତି ୧୮ରୁ ୨୫ ବର୍ଷ ବୟସର ଯୁବ ଭୋଟର୍.. ।

Advertisment

ଜାତୀୟ କାର୍ଯ୍ୟକାରିଣୀରେ ଷ୍ଟ୍ରାଟେଜି ପରେ ଆରମ୍ଭ ହୋଇଛି ବିଜେପିର ମିଶନ୍ ୨୪ । ଅଧିକରୁ ଅଧିକ ଲୋକସଭା ସିଟ୍ ଜିତି ହ୍ୟାଟ୍ରିକ୍ ବିଜୟ ଲାଗି ଏବେ ଠାରୁ ଜୋରଦାର୍ ଉଦ୍ୟମ  । ସାଧାରଣ ନିର୍ବାଚନ ପାଇଁ ହାତରେ ରହିଲା ଆଉ ମାତ୍ର ୪ଶହ ଦିନ  । ତେଣୁ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ପ୍ଲାନ୍ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ବିଜେପିର କସରତ । ସମାଜର ସବୁ ବର୍ଗ ପାଖରେ ପହଞ୍ଚିବା, ସୀମାବର୍ତ୍ତି ଅଂଚଳରେ ଦଳୀୟ କର୍ମୀ ପହଞ୍ଚି ସେଠାକାର ବିକାଶ ଉପରେ ଗୁରୁତ୍ୱ ଦେବା, ତୃଣମୂଳ ଅର୍ଥାତ ବୁଥ୍ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ରଖିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରିଣୀରେ ଗୁରୁମନ୍ତ୍ର ଦେଇଛନ୍ତି । ତା ସହିତ ଫୋକସରେ ରହିଛନ୍ତି ୧୮ରୁ ୨୫ ବର୍ଷ ବୟସର ଯୁବ ବର୍ଗ ।

ଅଧିକ ପଢ଼ନ୍ତୁ: ଦୃଢ଼ ହୋଇଛି ସଂଗଠନ, ଜିତିବୁ ୨୪ ଇଲେକ୍ସନ: ଶାହା

ସେମାନଙ୍କୁ କଂଗ୍ରେସ୍ ଅମଳରେ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସାନ ଓ ବର୍ତ୍ତମାନ ସରକାରଙ୍କ ସୁଶାସନ ସଂପର୍କରେ ଅବଗତ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୋଦି । ଏସବୁ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଜେପି କରିଛି ସ୍ୱତନ୍ତ୍ର ପ୍ଲାନ୍ । ସେପଟେ ଓଡ଼ିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଉପରେ ବି ରହିଛି ବିଜେପିର ଆଖି । ଓଡ଼ିଶାରେ କ୍ଷମତା ଦଖଲ ପାଇଁ ସଙ୍ଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜଭୁତ୍ କରିବା ପାଇଁ କୁହଯାଇଛି । ରାଜ୍ୟରେ ଚାଲିଥିବା ବିଜେଡି ସରକାରର କୁଶାସନ କଥା ଯୁବ ବର୍ଗକୁ ଅବଗତ କରିବ ବିଜେପି । ତେବେ କୁଶାସନ ଓ ସୁଶାସନ ପ୍ରସଙ୍ଗ ନେଇ ତେଜିଛି ରାଜନୀତି । ତିନି ପ୍ରମୁଖ ଦଳ ମଧ୍ୟରେ ଏ ନେଇ ଆରମ୍ଭ ହୋଇଛି ଆକ୍ଷେପ ପ୍ରତି ଆକ୍ଷେପ ।

Advertisment

ଓଡ଼ିଶାରେ ରାଜ୍ୟ ବିଜେପି ବୁଥ୍, ଶକ୍ତିକେନ୍ଦ୍ର, ମଣ୍ଡଳ, ରାଜ୍ୟ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା ଉପରେ କାର୍ଯ୍ୟ ଜାରି ରଖିଛି । ରାଜ୍ୟରେ ଥିବା ୩୬ ହଜାର ବୁଥକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସଙ୍ଗଠନାତ୍ମକ କାର୍ଯ୍ୟ ଜାରି ରଖିଛି ଦଳ । ଗୁଜରାଟ ମଡେଲ୍ ଅର୍ଥାତ ପନ୍ନା ପ୍ରମୁଖ ଫର୍ମୁଲାକୁ କାର୍ଯ୍ୟକାରୀ କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଭୋଟରକୁ ଛୁଇଁବା, ଭୋଟର ଲିଷ୍ଟର ପ୍ରତ୍ୟେକ ପୃଷ୍ଠା ଅନୁଯାୟୀ ଜଣେ ଜଣେ ନେତାଙ୍କୁ ଦାୟିତ୍ୱ ଦେବାକୁ ଯୋଜନା କରାଯାଇଛି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବିଫଳତା ପ୍ରସଙ୍ଗରେ ଲଢ଼େଇ କରି ପରିବେଶ ବନାଇବାକୁ ବି ରଣନୀତି କରାଯାଇଛି । ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ ଯାହା ଟାସ୍କ ଦେଉଛନ୍ତି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କଲେ ଦଳକୁ ସଫଳତା ମିଳିବ ।

ଲୋକସଭା ପ୍ରବାସ ଯୋଜାନରେ ଆଗକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଗୁରୁମନ୍ତ୍ର ଦେବେ ।

BJP PM Narendra Modi General Election 2024
Advertisment
Advertisment