Advertisment

ଦୃଢ଼ ହୋଇଛି ସଂଗଠନ, ଜିତିବୁ ୨୪ ଇଲେକ୍ସନ: ଶାହା

କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
BJP President JP Nadda

BJP President JP Nadda

ନଡ୍ଡାଙ୍କ ନେତୃତ୍ୱରେ ୨୪ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି। ଦଳର ଜାତୀୟ କାର୍ଯ୍ୟକାରିଣୀରେ ହୋଇଛି ଏ ନେଇ ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ଚାଲିଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀର ଶେଷ ଦିନରେ ଆଜି ଦଳର ବରିଷ୍ଠ ନେତା ଗୃହମନ୍ତ୍ରୀ ଅମିତ୍ ଶାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି। ଏବେ ବଦଳିବେନି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା। ଆସନ୍ତା ୨୦୨୪ ଜୁନ୍ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି, ଏ ନେଇ ଜାତୀୟ କାର୍ଯ୍ୟକାରିଣୀରେ ସହମତି ହୋଇଛି।

Advertisment

ଫଳରେ ୨୦୨୦ ଜାନୁଆରୀ ୨୦ରୁ ବିଜେପି ସଭାପତି ଦାୟିତ୍ୱରେ ଥିବା ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିବ କି ନାହିଁ ? କାହା ନେତୃତ୍ୱରେ ବିଜେପି ଏବର୍ଷ ୯ ବିଧାନସଭା ଓ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ ? ଏ ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ଶାହ ଆହୁରି ମଧ୍ୟ କହିଛନ୍ତି-ନଡ୍ଡାଙ୍କ ଅମଳରେ ଭାରତୀୟ ଜନତା ପାର୍ଟି ପାଇଁ ଯେଉଁ ଦୁୁଇଟି ମନ୍ତ୍ର ସଂଜିବନୀ ସଦୃଶ ହୋଇଛି-ତାହା ହେଲା ଆପନା ବୁଥ୍ ସବସେ ମଜଭୁତ୍ ଓ ବିଜୟ ସଂକଳ୍ପ ଅଭିଯାନ।

ତାସହ କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି। ତାଙ୍କରି ନେତୃତ୍ୱରେ ଉତ୍ତର-ପୂର୍ବାଞ୍ଚଳ ସହ ଦେଶର ବହୁ ରାଜ୍ୟରେ ବିଭିନ୍ନ ନିର୍ବାଚନରେ ଦଳ ବିଜୟ ଲାଭ କରିବା ସହ ସଂଗଠନ ବି ସୁଦୃଢ଼ ହୋଇଛି। ମୋଦି-ନଡ୍ଡାଙ୍କ ନେତୃତ୍ୱରେ ଦଳ ପୁଣି କିଭଳି କେନ୍ଦ୍ରରେ ବହୁମତ ସହ କ୍ଷମତାକୁ ଫେରିବ ସେ ନେଇ ଜେ.ପି. ନଡ୍ଡାଙ୍କ ପଛରେ ବିଜେପିର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ଶୁଭକାମନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ନଡ୍ଡାଙ୍କ ସଭାପତିତ୍ୱରେ ୨୪ ନିର୍ବାଚନରେ ହେବ ଲଢେଇ

ତେଣେ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ତାର ସର୍ବାଗ୍ରେ ରହିଛି ଭାରତ ଅଧ୍ୟକ୍ଷତାରେ ହେବାକୁ ଥିବା ଜି-ଟ୍ବେଣ୍ଟି ସମ୍ମିଳନୀ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି-ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ପାଇଁ ଏଭଳି ସମ୍ମିଳନୀ ଆୟୋଜନ ଗୌରବର ବିଷୟ ବସୁଧୈବ କୁଟୁମ୍ବକମ୍ ନାରାକୁ ପ୍ରତିପାଦିତ କରିବାକୁ ଭାରତ ପାଇଁ ଏହା ଏକ ବଡ଼ ଅବସର।

ଏଥିପାଇଁ ଦେଶର ପ୍ରାୟ  ୫୦ରୁ ଅଧିକ ସ୍ଥାନରେ ୨ଶହରୁ ଅଧିକ ଇଭେଣ୍ଟ ଆୟୋଜନ ଲକ୍ଷ୍ୟ ରହିଛି। ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ବ୍ୟକ୍ତିଗତ ସ୍ତରରେ ଏ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଇଛି। ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି। ଗତ ୯ ବର୍ଷ ଭିତରେ ବିଶ୍ୱରେ ଭାରତର ଛବି ବହୁତ ବଦଳିଛି। କରୋନା ଭଳି ମହାମାରୀକୁ ନିଜେ ମୁକାବିଲା କରିବା ସହ ଅନ୍ୟ ଦେଶମାନଙ୍କୁ ବି ଏ ଦିଗରେ ସାହାଯ୍ୟ କରିପାରିଛି।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଥିଲେ- ଦେଶରେ ଅଭିବୃଦ୍ଧି ହାର ବଢ଼ି ବଢ଼ି ଚାଲିଛି। ଜିଏସଟି ଆଦାୟରେ ଭାରତ ବ୍ରିଟେନକୁ ବି ପଛରେ ପକାଇ ବିଶ୍ୱ ଅର୍ଥନୀତିରେ ୫ମ ସ୍ଥାନ ଅଧିକାର କରିଛି। ଏକବିଂଶ ଶତାବ୍ଦୀରେ ଦେଶର ଭିତ୍ତିଭୂମୀ ବିକାଶରେ ଭାରତ ମାଳା, ସାଗର ମାଳା ଓ ଉଡ଼ାନ ଭଳି ଅନେକ ଯୋଜନା ବଡ଼ ଭୂମିକା ନେଇଛି। ଭୋକାଲ ଫର ଲୋକାଲ୍, ଶିକ୍ଷାର ଉନ୍ନତି ଓ ଡିଜିଟାଲ୍ ଇଣ୍ଡିଆ ବିକଶିତ ଭାରତର ପରିଚୟ ଆଣିଛି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ଫୋକସ୍‌ରେ ୨୦୨୪ ସାଧାରଣ ନିର୍ବାଚନ ସହ ୯ରାଜ୍ୟରେ ହେବାକୁ ଥିବା ବିଧାନସଭା ଇଲେକ୍ସନ ରହିଛି। ୧୬୦ ଲୋକସଭା ସିଟରେ ସ୍ବତନ୍ତ୍ର କ୍ୟାମ୍ପେନିଂ ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ ଦଳ କେନ୍ଦ୍ରରେ କ୍ଷମତାକୁ ଆସିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍।

(ଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ରିପୋର୍ଟ)

Amit Shah BJP JP Nadda General Election 2024
Advertisment
Advertisment