• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଟବଲକୁ ନେଇ ଶ୍ରେୟ ପଲିଟିକସ୍ । କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍ । ଯୋଜନା ଗୋଟିଏ ହେଲେ ନାଁ ଭିନ୍ନ । କ୍ରେଡିଟ୍ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପୁଣି ତେଜିଛି ପ୍ରତିଯୋଗିତା । ଯେଉଁ ଦିନ ଫୁଟବଲ୍ ଫର୍ ସ୍କୁଲ୍ ଯୋଜନାର ଶୁଭାରମ୍ଭ କଲା କେନ୍ଦ୍ର ଠିକ୍ ସେଇ ଦିନ ହିଁ ଫୁଟବଲ୍ ଫର୍ ଅଲ କାର୍ଯ୍ୟକ୍ରମ ଲଞ୍ଚ କଲେ ରାଜ୍ୟ ସରକାର ।

କେନ୍ଦ୍ର ଦେଶର ୭ ଶହ ଜିଲ୍ଲାକୁ ଫୁଟବଲ୍ ଫର ସ୍କୁଲ୍ ଯୋଜନାରେ ସାମିଲ କରିବ। ଏହା ଅନ୍ତର୍ଗତ ୧୦ ହଜାର ସ୍କୁଲକୁ ଶହେଟି ଲେଖାଁଏ ଫୁଟବଲ୍ ଯୋଗାଇ ଦିଆଯିବ । ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ଫିଫା, ୟୁନେସ୍କୋ, ଭାରତୀୟ ଫୁଟବଲ ମହାସଂଘ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିବ । ଯୋଜନା କାର୍ଯ୍ୟକାରୀ କରିବାରେ ନବଦୋୟ ବିଦ୍ୟାଳୟ ସଙ୍ଗଠନ ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବେ।

ଅଧିକ ପଢ଼ନ୍ତୁ: ସାରା ବିଶ୍ୱକୁ ମାଡ଼ି ଆସିଥିଲା ସଙ୍କଟ ! ୯୨ ବର୍ଷର ଇତିହାସରେ ୨ ଥର ବନ୍ଦ ହୋଇଥିଲା ଫିଫା ବିଶ୍ୱକପ୍

ଫୁଟବଲକୁ ପ୍ରୋତ୍ସାହନ ଓ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି କେନ୍ଦ୍ର । ହେଲେ ସମାନ ଯୋଜନାକୁ ସମାନ ଦିନରେ ଫୁଟବଲ୍ ଫର୍ ଅଲ୍ ନାଁରେ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହା ଅନ୍ତର୍ଗତ ରାଜ୍ୟର ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟାଯିବ ।

ଫିଫା, ରାଜ୍ୟ ସରକାର ଓ ଏକ ଘରୋଇ ଶିକ୍ଷାନୁଷ୍ଠାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଲାଗୁ ହେବ । କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ଶ୍ରେୟ ନେବା ଲାଗି ଏହା ଆଉ ଏକ କାରସାଦି ବୋଲି କୁହାଯାଉଛି, ଯାହାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଏପଟେ ଫୁଟବଲ ପଲିଟିକ୍ସକୁ ନେଇ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ ।

ଫୁଟବଲ ବଣ୍ଟାକୁ ନେଇ ବିଜେଡି-ବିଜେପି ଟଣାଓଟରା ଭିତରେ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଅଣ୍ଡର ସେଭେନଟିନ୍ ମହିଳା ଫୁଟବଲ୍ ବିଶ୍ୱକପ୍ ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ଉପସ୍ଥିତ ରହିଥିଲେ ୪ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, ନିଶିଥ ପାରମାଣିକ ଓ କିରନ୍ ରିଜିଜୁ । ୨୦୧୮ ବିଶ୍ୱକପ୍ ହକି ବେଳେ ପୁରା ମାଇଲେଜ୍ ନେଇଯାଇଥିଲେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଏଥର ଏକା ଥରକେ ୪ କେନ୍ଦ୍ର ମନ୍ତ୍ରୀ ଉଦଗାଟନୀ ଉତ୍ସବରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି ।

ରାଜ୍ୟରେ ବିଜେପି ଶାସକ ବିଜେଡି ବିରୋଧରେ ଆଭିମୁଖ୍ୟ ଟାଣ କରୁଥିବା ବେଳେ ଫୁଟବଲ ରାଜନୀତିରୁ କାହାକୁ କେତେ ଫାଇଦା ମିଳୁଛି, ଏବେ ତା ଉପରେ ନଜର ।