Advertisment

ଆବାସ ଲୋଗୋକୁ ନେଇ ପୁଣି କଳି, ମୁହାଁମୁହିଁ ବିଜେପି-ବିଜେଡି

ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।

ଅଦ୍ୟତନ ହୋଇଛି
BJP-BJD Faceoff Over Logo Of ‘Awaas Yojana’

BJP-BJD faceoff

Advertisment

ଆବାସ ଲୋଗୋକୁ ନେଇ ପୁଣି କଳି। ମୁହାଁମୁହିଁ ବିଜେପି-ବିଜେଡି। ଶ୍ରେୟ ନେବାକୁ ଉଭୟଙ୍କ ଉଦ୍ୟମ। କାଲିଠୁ ସାଢେ ୯ ଲକ୍ଷ ଘର ପାଇଁ ଲାଗିବ ସଂଭାବ୍ୟ ତାଲିକା। ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟାା ସମସ୍ତ ଜିଲ୍ଲା ଓ ଫନି ପ୍ରଭାବିତ ଅଂଚଳର ହିତାଧିକାରୀଙ୍କୁ ମିଳିବ ପ୍ରାୟ ସାଢେ ୯ ଲକ୍ଷ ଘର। ଏଥିପାଇଁ ଆସନ୍ତାକାଲିଠାରୁ ପଂଚାୟତରେ ଝୁଲିବ ସଂଭାବ୍ୟ ତାଲିକାା ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋକୁ ନେଇ ଦେଖାଦେଇଛି କେଁ।

Advertisment

ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଛି କଳି। ଘରଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଲୋଗୋକୁ ପ୍ରୋମିନାନ୍ସ ଦିଆଯିବ ଅର୍ଥାତ୍ ଲୋଗୋ ସ୍ପଷ୍ଟ ଭାବେ ଦେଖାଯାଉଥିବା କିନ୍ତୁ ବିଜୁ ପକ୍କା ଘର ଲୋଗୋ ରହିବ ନା ନାହିଁ ତାହା ସ୍ପଷ୍ଟ ନକରିବା ପରେ ଦ୍ୱନ୍ଦ୍ୱ ବଢ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଲୋଗୋ ଲାଗୁ, ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

Advertisment

ତାସହ ସ୍ବଚ୍ଛତାର ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟାଯାଉ ବୋଲି କହିଛି। ସେପଟେ ବିଜେଡି ବି ୪୦ ପ୍ରତିଶତ ସେୟାର କଥା ଉଠାଇ କାଉଣ୍ଟର କରିଛି। ଆବାସ ଯୋଜନାରେ କେନ୍ଦ୍ର-ରାଜ୍ୟ ଭାଗ ୬୦-୪୦ ଅନୁପାତରେ ରହୁଛି। ପ୍ରଶାସନିକ ଖର୍ଚ୍ଚ ଓ ଇନସେଣ୍ଟିଭ ମିଶାଇଲେ ୫୦-୫୦ ପ୍ରତିଶତ ହୋଇଯାଉଛି। ତେଣୁ ବିଜୁ ପକ୍କାଘର ଲୋଗୋ ଲାଗିଲେ ଚିହିଙ୍କିବାର କିଛି କାରଣ ନାହି ବୋଲି ବିଜେଡି କହିଛି।

ସେପଟେ ସ୍ୱଛତାର ସହ ସାଢେ ୯ଲକ୍ଷ ଘର କେମିତି ବଣ୍ଟା ହେବ, ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନି। କାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ପଂଚାୟତ ଅଫିସ୍, ଅଙ୍ଗନବାଡ଼ି, ସ୍କୁଲ ଓ ଗ୍ରାମର ପ୍ରମୁଖ ସ୍ଥାନରେ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦର୍ଶିତ ହେବ। ଯଦି କାହାର କିଛି ଅଭିଯୋଗ ଥିବ, ତେବେ ଅଭିଯୋଗ ବାକ୍ସ କିମ୍ବା ଟୋଲ୍ ଫ୍ରି ନମ୍ବର 1800 3456 770 କିମ୍ବା 155335 ନମ୍ବରକୁ କଲ୍ କରି ଅଭିଯୋଗ କରିପାରିବେ।

Advertisment

ଏହାପରେ ଗ୍ରାମସଭାରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ। ଫେବ୍ରୁଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ମିଳିବ ଓ୍ୱାର୍କ ଅର୍ଡର। ହିତାଧିକାରୀମାନେ ଯଦି ୪ ମାସରେ ଘର ତିଆରି ଶେଷ କରିବେ। ତେବେ ୨୦ ହଜାର ଟଙ୍କା ଏବଂ ୬ ମାସରେ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ରାଜ୍ୟ ସରକାର ନିଜ ପାଣ୍ଠିରୁ ଇନସେଣ୍ଟିଭ ଦେବେ ବୋଲି ପଞ୍ଚାୟତିରାଜ ସଚିବ କହିଛନ୍ତି।

ଗୋଟିଏ ଘର ତିଆରି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଛି। ହିତାଧିକାରୀ ମନରେଗାରେ କାର୍ଯ୍ୟ ଏବଂ ଶୌଚାଳୟ ନିର୍ମାଣ ମିଶାଇଲେ ସମୁଦାୟ ଦେଢ଼ ଲକ୍ଷରୁ ୧ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ରାଜ୍ୟରେ ବର୍ତ୍ତମାନ ୧୨ ଲକ୍ଷ ଲୋକ ପକ୍କା ଘର ପାଇବା ପାଇଁ ଅପେକ୍ଷା କରିଛନ୍ତି।

(ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

PM Awas Yojana Awaas Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ