ଗଞ୍ଜାମ ବିଜେପି କନ୍ଦଳ ପଛରେ ରହିଛି କି ବିଜେଡି ହାତ ?

ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ କାଳିମାଡ଼ ।

ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ !

ଗଞ୍ଜାମ ବିଜେପିର କନ୍ଦଳ ପଛରେ ବିଜେଡିର ହାତ ଅଭିଯୋଗ । ଗତ ୨୮ ତାରିଖରେ ବ୍ରହ୍ମପୁରରେ ବିଜେପି ନେତାଙ୍କ ଉପରକୁ ଯେଉଁ କାଳିମାଡ଼ ହୋଇଥିଲା ତାହା ଶଙ୍ଖ ଦଳର ପ୍ରରୋଚନାରେ ହୋଇଥିବା ଚର୍ଚ୍ଚା ହେଉଛି । କାରଣ ବିଜେପି କର୍ପୋରେଟର୍ ନୀଳକଣ୍ଠ ସାହୁ SPଙ୍କ ପାଖରେ ଫେରାଦ ହେବାକୁ ଯାଇଥିବା ବେଳେ ତାଙ୍କ ସହ ନିଜ ଦଳର କର୍ପୋରେଟର ବଦଳରେ ବିରୋଧୀ ବିଜେଡିର ଅନେକ କର୍ପୋରେଟର ଥିଲେ । ଯାହାକୁ ନେଇ ତେଜିଛି ଜିଲ୍ଲା ରାଜନୀତି । ଗଂଜାମ ଜିଲ୍ଲାରେ ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ବିଜେଡି ଗେମ୍ ପ୍ଲାନର ଏହା ଏକ ଅଂଶ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ୨୪ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ: 'ବିଜେଡିମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ'

ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ କାଳିମାଡ଼ । ନିଜ ଦଳର କର୍ମୀ କିଷାନ ପଣ୍ଡା ଏହି କାଳିମାଡ଼ କରିଥିଲେ । ତେବେ ଘଟଣା ପଛରେ ବିଜେପି କର୍ପୋରେଟର୍ ନୀଳକଣ୍ଠ ସାହୁଙ୍କ ହାତ ଥିବା ଅଭିଯୋଗ କରି ବିଭୁତିଙ୍କ ଗୋଷ୍ଠୀ ସେଠାରେ ତାଙ୍କୁ ଆକ୍ରମଣ କରିଥିଲେ ।

ଯାହାକୁ ନେଇ ତେଜିଛି ଗଞ୍ଜାମ ରାଜନୀତି । ତେବେ କାଳିମାଡ଼ ପଛରେ ବିଜେଡିର ହାତ ଥିବା ଚର୍ଚ୍ଚା ହୋଇଥିଲା । ଘଟଣାକୁ ନେଇ ଉଭୟ ପକ୍ଷରୁ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା । କଥା କିନ୍ତୁ ଏତିକିରେ ଅଟକି ନଥିଲା । ଘଟଣା ସେତେବେଳେ ନୂଆ ମୋଡ଼ ନେଇଥିଲା, ଯେତେବେଳେ ବିଜେଡି କର୍ପୋରେଟରମାନଙ୍କୁ ସାଙ୍ଗରେ ଧରି ବିଜେପି କର୍ପୋରେଟର୍ ନୀଳକଣ୍ଠ ସାହୁ ପହଞ୍ଚିଥିଲେ SP ଅଫିସରେ । ତେଣୁ ଚର୍ଚ୍ଚା ହେଉଛି ଯେ ଗଂଜାମ ବିଜେପି ଗଣ୍ଡଗୋଳ ପଛରେ ରହିଛି ବିଜେଡି ।

ସେପଟେ ଗଞ୍ଜାମ ବିଜେପିରେ କନ୍ଦଳ ଥିବା ଚର୍ଚ୍ଚା ହେବା ପରେ ବ୍ରହ୍ମପୁର ଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହୋନ ସାମଲ କିନ୍ତୁ କହିଛନ୍ତି ସେଠାରେ କୌଣସି କନ୍ଦଳ ନାହିଁ । ପ୍ରଶ୍ନ ଉଠୁଛି ଗଞ୍ଜାମରେ କାହିଁକି ଏଭଳି ସ୍ଥିତି ? କ’ଣ ପାଇଁ ବିଜେପିରେ ଫାଟ କରିବାକୁ ଚାହୁଁଛି ଶଙ୍ଖ ଦଳ ? ବିଜେପି ଅଭିଯୋଗ କରିଛି ଗଞ୍ଜାମ ଜିଲ୍ଲାରେ ବିଜେପି ବଢୁଥିବାରୁ ଦଳର କିଛି ଲୋକଙ୍କୁ ହାତ କରି ବିଜେଡି ଏଭଳି କରୁଛି । ଏହାର ଜବାବ ରଖିଛି ବିଜେଡି । ଗଞ୍ଜାମ ରାଜନୀତିରେ ବିଜେଡି ଛିଡୁଛି, ବିଜେପି ବଢୁଛି ଟ୍ରେଣ୍ଡ ଭିତରେ ପ୍ରତିଦ୍ୱନ୍ଦୀର ଚାଲକୁ ମାତ୍ ଦେଇ ପଦ୍ମ ଦଳ କେମିତି ଏକଜୁଟ୍ ରହି ଶକ୍ତିବୃଦ୍ଧି କରୁଛି, ତା ଉପରେ ନଜର ।