Advertisment

ବିଜେଡି ସଭାରେ ଉଡ଼ିଲା ଖଲିପତ୍ର...ଡାଲିହାଣ୍ଡିରେ ମୁହଁ ମାରିଲା ଷଣ୍ଢ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।

ଅଦ୍ୟତନ ହୋଇଛି
BJD Workers Fume After Not Getting Food At Foundation Day

BJD

Advertisment

ବିଜେଡି ସଭାରେ ଉଡିଲା ଖଲିପତ୍ର। ଭୋକ ସମୟରେ ଖାଇବା ନପାଇ ରାଗିଯାଇଥିଲେ ମହିଳାମାନେ। ଖାଲି ରାଗିଛନ୍ତି ତାହା ନୁହେଁ ବରଂ ଖଲିପତ୍ରକୁ ଉଡେଇଛନ୍ତି। ଖରାବେଳିଆ ସଭା କଲେ ସତ ହେଲେ କିଛି ଖାଇବାକୁ ଦେଲେନି। ସେଇଥି ପାଇଁ ତ ରାଗିଯାଇ ଏମିତି ପାଟିତୁଣ୍ଡ କରିବା ସହିତ ଖଲିପତ୍ର ଉଡେଇଲେ କର୍ମୀ। ...

Advertisment

ଗଂଜାମ ଖଲ୍ଲିକୋଟରେ ଚାଲିଥିଲା ବିଜେଡି ର ୨୬ତମ ପ୍ରତିଷ୍ଠା ଦିବସ। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶହଶହ ଲୋକ ଆସିଥିଲେ। ଦଳୀୟ କାର୍ଯ୍ୟକ୍ରମ ଥିବାରୁ ଖାଇବା ପିଇବାର ବି ବ୍ୟବସ୍ଥା କରିଥିଲେ ନେତା। ହେଲେ ସ୍ଥିତି ପୂରା ବିଗିଡିଯାଇଥିଲା ଯେତେବେଳେ ଭାତ ବଦଳରେ କର୍ମୀଙ୍କୁ ଦିଆଯାଇଥିଲା ଖାଲି ଘାଂଟ ।  ଭୋକ ବେଳରେ ଭାତ ନପାଇ ଖାଲି ଘାଂଟ ଖାଇଥିବାରୁ ତାତିରେ କର୍ମୀ। ଖାଲି ତାତିଲେ ତାହା ନୁହେଁ ବରଂ ପତ୍ରକୁ ଫୋପାଡିଥିଲେ। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସନ୍ଦେହ କଲେଣି ବିଜେଡି ନେତା !

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।

Advertisment

ଭୋକ ବେଳେ ଖାଇବା ନପାଇ କିଏ ପାଣି ବୋତଲ ତ ଆଉ କିଏ ଖାଇବା ପ୍ଲେଟ ଘରକୁ ବୋହି ନେଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଲୋକେ ଖାଇବାକୁ ପାଇଲେ ନାହିଁ କିନ୍ତୁ ଡାଲି ହାଣ୍ଡିରେ ମୁହଁ ମାରିଲା ଷଣ୍ଢ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାର୍ଟିର କାର୍ଯ୍ୟକ୍ରମ ଥିବାରୁ ଶହଶହ ଲୋକ ଆସିଥିଲେ। କିନ୍ତୁ କେତେ ଲୋକ ଆସିବେ ସେନେଇ ଠିକ୍‌ରେ ଅନୁଧ୍ୟାନ କରିପାରିନଥିଲେ ନେତା। ଯେଉଁଥି ଲାଗି ସୃଷ୍ଟି ହୋଇଥିଲା ଏମିତି ଭୟଙ୍କର ସ୍ଥିତି। ବୈଠକରେ ବଡବଡିଆ ନେତା ସାମିଲ ଥିବା ପରେ ବି ଏମିତି ଅବ୍ୟବସ୍ଥା କେମିତି ହେଲା ସେନେଇ ସାଧାରଣରେ ଉଠିଲାଣି ପ୍ରଶ୍ନ। ତେବେ ଶାସକ ଦଳର କାର୍ଯ୍ୟକ୍ରମରେ ଏମିତି ବିଚିତ୍ର ଦୃଶ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ବିଜେଡିର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।

(ରିପୋର୍ଟ- ସିଲୁ ବିଶ୍ୱାଳ, ଖଲିକୋଟ) 

BJD BJD Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ