/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675699204.jpg)
NaveenPatnaik
ରାଜ୍ୟର ମୁଖିଆଙ୍କ ସୁରକ୍ଷାକୁ ନେଇ ଖୋଦ୍ ସନ୍ଦେହ କଲେଣି ନିଜ ଦଳର ନେତା। ଖୋଲାଖୋଲି ପ୍ରଶ୍ନ କଲେଣି ଯଦି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଏମିତି ରାସ୍ତା ଉପରେ ପୋଲିସ ଗୁଳି କରିଦେଉଛି ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସନ୍ଦେହ କରିବା କିଛି ଭୁଲ ନୁହେଁ। ଅବଶ୍ୟ କହିଥିବା କଥାକୁ ପ୍ୟାଚ୍ ପକେଇବାକୁ ଯାଇ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଫିସରମାନେ ବହୁତ ଭଲ। ହେଲେ ନବ ବାବୁଙ୍କ ହତ୍ୟା ପରେ ସମସ୍ତଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଛି ସେନେଇ କାହାରି ପାଖରେ କିଛି ଉତ୍ତର ନାହିଁ। ତେବେ ହଠାତ୍ ଦଳର ଜଣେ ଟାଣୁଆ ନେତା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ମୁହଁ ଖୋଲିଥିବାରୁ ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି। ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ଗୃହ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନିଜ ପାଖରେ ରଖିଛନ୍ତି ନବୀନ। କିନ୍ତୁ ରାଜ୍ୟର ଜଣେ କ୍ୟାବିନେଟ୍ ତଥା ଟାଣୁଆ ମନ୍ତ୍ରୀଙ୍କୁ ଏମିତି ଭାବରେ ହତ୍ୟା କରାଯାଇଥିବାରୁ ସମସ୍ତଙ୍କ ମନରେ ପଶିଲାଣି ଛନକା। ତେଣୁ ଗୃହ ବିଭାଗ କେମିତି ଚାଲିଛି, କେମିତି ଅଫିସର ମାନେ କାମ କରୁଛନ୍ତି ତାହାର ପୂରା ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ଦେବାଶିଷ।
୧୯୯୭ ମସିହାରେ ନବୀନ ଯେମିତି ଥିଲେ ଏବେ ସେମିତି ନାହାନ୍ତି। ଏ କଥା ଆମେ ନୁହେଁ ବରଂ ଦଳୀୟ ନେତା କହିଛନ୍ତି। କ୍ୟାମେରା ସାମ୍ନାରେ ସେତେଟା ଖୋଲିକି ନକହିଥିଲେ ବି ପୂର୍ବ ଅପେକ୍ଷା ନବୀନ ବାବୁ ବହୁତ ବଦଳିଥିବା ପରୋକ୍ଷରେ ସେ କହିଛନ୍ତି। ଏମିତିକି ଶାସନକୁ ପୂର୍ବରୁ ଯେମିତି ବୁଝୁଥିଲେ ଠିକ୍ ସେମିତି ବୁଝିବାକୁ ଦେବାଶିଷ ପରାମର୍ଶ ଦେଇଛନ୍ତି। ତେବେ ହଠାତ୍ କାହିଁକି ଏମିତି କହିଲେ ଦେବାଶିଷ ତାହାକୁ ନେଇ ପାୱାର କରିଡରରେ ବେଶ୍ ଚର୍ଚ୍ଚା ଚାଲିଛି। ସେପଟେ ଦେବାଶିଷଙ୍କ ମନ୍ତବ୍ୟ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)