• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପାଣ୍ଡିଆନକୁ ନେଇ ଏକ ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ନବୀନ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି କି, ‘ମୁଁ ପୂର୍ବରୁ ବି କହିଥିଲି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ପାଣ୍ଡିଆନ ଏହି ଦକ୍ଷତା ଓ ନିଷ୍ଠା ପାଇଁ ଜଣାଶୁଣା’ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଇଂରାଜୀ ଖବର କାଗଜରେ ବାହାରିଥିବା ଖବର ଅନୁସାରେ, ପାଣ୍ଡିଆନ ବିଜେଡି ଭାଙ୍ଗିବାକୁ କାଳେ ଦିଲ୍ଲୀରେ ଡେରା ପକାଇଥିଲେ । ବିଜେଡିକୁ ଦୁଇଭାଗରେ ଭାଙ୍ଗି ଦେଇ ବିଜେପିକୁ ରାଜ୍ୟରେ ବଢ଼ିବାରେ ସହଯୋଗ କରିବା ନେଇ ଯୋଜନା ହୋଇଥିଲା । ଏସବୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଚାଲିଥିଲା ବୋଲି ଖବର ବାହାରିଥିଲା । ଖାଲି ଏତିକି ନୁହେଁ ଏ ଖବର ଜାଣିବା ପରେ କାଳେ ନବୀନ ବିଜେପି ଶୀର୍ଷ ନେତୃତ୍ବକୁ ଜଣାଇଛନ୍ତି କି ପାଣ୍ଡିଆନଙ୍କୁ ଏସବୁ ଭିତରେ ନପୁରାଇବାକୁ । ଆଉ ଏହା ପ୍ରତିବଦଳରେ ରାଜ୍ୟସଭା ସମର୍ଥନ ଓ ଆଗାମୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ସହଯୋଗ କରିବ ବିଜେଡି । ତେଣୁ ଏବେ ପ୍ରଶ୍ନ ଉଠୁଛି ବିଜେପିକୁ କଣ ବିଜେଡିର ସହାୟତା ଆବଶ୍ୟକ ?

ଅଧିକ ପଢ଼ନ୍ତୁ: ‘ମୋ ସରକାର ଓଡ଼ିଆଙ୍କର, ଓଡ଼ିଆଙ୍କ ପାଇଁ, ଓଡ଼ିଆଙ୍କ ଦ୍ୱାରା’

ଭିକେ ପାଣ୍ଡିଆନଙ୍କୁ ବି ଏହାପୂର୍ବରୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ । ନିର୍ବାଚନ ପରାଜୟ ପରେ ଭିକେ ପାଣ୍ଡିଆନଙ୍କୁ ନେଇ ଚାରିଆଡେ ବିରୋଧର ସ୍ୱର ଉଠିଥିଲା । ବିଭିନ୍ନ ମହଲରୁ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ । ତେବେ ଏହି ସମୟରେ ପ୍ରତିକ୍ରିୟା ରଖିଥିଲେ ନବୀନ ପଟ୍ଟନାୟକ । ସେତେବେଳେ ସେ ଭିକେ ପାଣ୍ଡିଆନଙ୍କୁ କ୍ଲିଟଚିଟ୍ ଦେଇଥିଲେ । ପରାଜୟ ପରେ ତାଙ୍କୁ ସମାଲୋଚନାକୁ ଦୁର୍ଭାଗ୍ୟଜନକ କହିଥିଲେ ନବୀନ । ସେ କହିଥିଲେ ଯେ, ପାଣ୍ଡିଆନ୍ ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ପାଣ୍ଡିଆନ୍ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ବ୍ୟକ୍ତି । ସେ ଏଥିପାଇଁ ମନେ ରହିବେ ବୋଲି କହିଥିଲେ ନବୀନ । ଏବେ ପୁଣି ଥରେ ସେହି ପୁରୁଣା କଥାକୁ ନବୀନ ଦୋହରାଇଛନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC, ପଦବୀରୁ ହଟିଲେ ସମସ୍ତ ପଦାଧିକାରୀ

OTV is now on Whatsapp

Join and get latest news update delivered to you via whatsapp

Join Now