/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756095684.jpg)
puri temple
ମହାପ୍ରଭୁଙ୍କ ଦର୍ଶନ ପାଇଁ ଖୋଲମଖୁଲା ଟଙ୍କା କାରବାର ଅଭିଯୋଗ ହୋଇଛି । ଗଳାବାଟରେ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କଠୁ ଆଦାୟ ହେଉଛି ଟଙ୍କା । ଖୋଦ୍ ସିଂହଦ୍ବାର ସାମ୍ନାରେ ଏଭଳି ଚାଲିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । କିଛି ଯାତ୍ରୀପଣ୍ଡା ଓ ଯାତ୍ରୀ ଗୁମାସ୍ତା ଭକ୍ତଙ୍କଠୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।
Advertisment
ଏପରିକି ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ହେଁ ବେଧଡ଼କ ଚାଲିଛି କାରବାର । ରୋକିବାକୁ କେହି ନାହାଁନ୍ତି । କିଛି ଦିନ ତଳେ ଜଣେ ଜେଟିପି ଭକ୍ତଙ୍କ ଠାରୁ ଟଙ୍କା ନେଇ ଧରାପଡିବା ପରେ ତାଙ୍କୁ ବହିଷ୍କାର କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଏବେ ପୁଣିଥରେ ଏଭଳି ଭିଡିଓ ଭାଇରାଲ ହେବାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)