• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ୍‌ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି ପଚାରିଲେ ନବୀନ । କେବଳ ଲମ୍ବା ଭାଷଣ, ବଡ ଆଡ୍‌ଭଟାଇଜମେଣ୍ଟରେ ବିକାଶ ହୁଏନି ବୋଲି କହିଲେ ନବୀନ ।

ସେ ଆହୁରି କହିଛନ୍ତି ଯେ, BSKY ସୁବିଧା ଆୟୁଷ୍ମାନ ଭାରତରେ ମିଳୁନି, ବିନା ଟଙ୍କାରେ ଚିକିତ୍ସା ହେଉନି । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ସଶକ୍ତ ହୋଇଥିଲେ । ବର୍ଷକ ଭିତରେ ମିଶନ ଶକ୍ତି ଆନ୍ଦୋଳନ ଦୁର୍ବଳ ହୋଇଛି । ନିର୍ବାଚନ ବେଳେ କଟ୍‌ନୀ ଛଟ୍‌ନୀ ହେବନି କହିଲେ, ବନ୍ଦ ହୋଇଛି କି ? ୨୦୦୦ରେ ଲୋନ୍‌ ବୋଝ ଥିଲା ୧୮ ହଜାର କୋଟି । ୨୦୨୪ରେ ଦାୟିତ୍ବ ଛାଡ଼ିବା ବେଳେ ୪୫ ହଜାର କୋଟି ବଳକା ଥିଲା । ବିଜେଡି ବିରୋଧୀଦଳ ଭାବେ ଲୋକଙ୍କ ସାଥିରେ ରହିଛି କହିଲେ ନବୀନ ।

ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଏପଟେ ନବୀନ ପଟ୍ଟନାୟକଙ୍କୁ ମନମୋହନ ସାମଲଙ୍କ କଡ଼ା ଜବାବ ଦେଇଛନ୍ତି । କହିଛନ୍ତି, ଦାୟିତ୍ୱ ସମ୍ପନ୍ନ ଦଳ ଭାବେ BJD ଲୋକଙ୍କ ପାଖକୁ ଯାଇ କର୍ତ୍ତବ୍ୟ କରୁ । ସରକାର ତାଙ୍କ ଦାୟିତ୍ୱ ଠିକ୍‌ ଭାବେ କରୁଛନ୍ତି । ୮୦୦ ଟଙ୍କା ଇନପୁଟ ସବ୍‌ସିଡି ଦେବାକୁ କେବେ ସ୍ୱପ୍ନ ଦେଖିଥିଲେ ନବୀନ ? ଚାଷୀର ଆୟ ୨ ଗୁଣ କରିବାକୁ କେବେ ସ୍ୱପ୍ନ ଦେଖିଥିଲେ ? ୯ ବର୍ଷ ଆମେ ଏକାଠି କାମ କରିଥିଲୁ, ବିକି ଭାଙ୍ଗି ବହୁତ ଦିନ ଚଳିଲେ । ୧୫ ବର୍ଷରେ ସେମାନେ କଣ ଏକୁଟିଆ କରିଥିଲେ କୁହନ୍ତୁ । ବିଜେପି ସରକାର ବର୍ଷକରେ କଣ କରିଛନ୍ତି କୁହନ୍ତୁ, ଲୋକେ ବିଚାର କରିବେ ବୋଲି କହିଲେ ମନମୋହନ ।

ଅନ୍ୟପଟେ ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମକୁ ଆସିଲେନି ଅସନ୍ତୁଷ୍ଟ ନେତା । ରାଜା ସ୍ବାଇଁ, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ମଲ୍ଲିକ ଆସିଲେ ନାହିଁ । ସେହିପରି ଶଶିଭୂଷଣ ବେହେରା ଓ ସାଂସଦ ମୁନା ଖାନ୍‌ ବି ଆସିଲେନି । ନିକଟ ଅତୀତରେ ଦଳ ପରିଚାଳନା ନେଇ ମତ ରଖି ବିବାଦୀୟ ହୋଇଥିଲେ । ଦଳ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣ ପାଇଁ ଆସି ନାହାନ୍ତି ।