Advertisment

୫ମ ପାଳିର ୫ମ ବର୍ଷରେ ନବୀନ ସରକାର, ଦଳରେ ବିଦ୍ରୋହ ଓ ବିଜେପିର ଶକ୍ତି ବୃଦ୍ଧି ହେବ ଚ୍ୟାଲେଞ୍ଜ

ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଛନକା । ସବୁ ବିଜେଡି ବିଧାୟକ ବିଜେପି ଲିଙ୍କରେ କହିଲେ ମନମୋହନ ।

ଅଦ୍ୟତନ ହୋଇଛି
Odisha Politics

Odisha Politics, Naveen Patnaik Government

Advertisment

୨୯ ମେ’ ୨୦୧୯ । ଠିକ୍ ଚାରି ବର୍ଷ ତଳେ ଆଜିର ଦିନରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଆଜିଠାରୁ ପଂଚମ ପାଳିର ପଂଚମ ବର୍ଷରେ ପାଦ ଦେଇଛି ବିଜେଡି ସରକାର । ଲଗାତାର ୨୩ ବର୍ଷ କ୍ଷମତାର ଡୋରି ଧରିବା ପରେ ଆଗାମୀ ବର୍ଷେ କାଳ ଦଳ ଆଗରେ ରହିଛି ଅନେକ ବଡ଼ ଚ୍ୟାଲେଂଜ। କାରଣ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ। ତାସହ ରାଜ୍ୟରେ ବିଧାନସଭା ନିର୍ବାଚନ ଆଗୁଆ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

Advertisment

ଏହା ଭିତରେ କିନ୍ତୁ ବିଜେଡିରେ କୁହୁଳୁଥିବା ବିଦ୍ରୋହର ନିଆଁ ଓ ବଢୁଥିବା ଅସନ୍ତୋଷ ଦଳକୁ ଅଡୁଆରେ ପକାଇପାରେ। ଦଳରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦବଦବା ରଖୁଥିବାରୁ ଅନେକ ନେତା ଅଣନିଶ୍ୱାସୀ ଅନୁଭବ କରୁଛନ୍ତି । ତାସହ ଦଳରେ ନେତାଙ୍କ ଅପେକ୍ଷା ଅଫିସରଙ୍କ ମାମଲାତି ଚାଲିଛି ବୋଲି ଲୋକଙ୍କ ଭିତରେ ଯେଉଁ ଧାରଣା ସୃଷ୍ଟି ହୋଇଛି ତାକୁ ଦୂର କରିବା ଦଳ ପାଇଁ ବଡ଼ ଆହ୍ୱାନ ହେବ। ପ୍ରାୟ ୬୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଏକଧିକ ଆଶାୟୀ ଥିବାରୁ ସେମାନଙ୍କୁ କିଭଳି ମ୍ୟାନେଜ୍ କରାଯିବ ଦଳକୁ ସେ ଚିନ୍ତା ବି ଘାରିଛି ।

ଅନ୍ୟପକ୍ଷରେ ଯେଉଁ ନେତାମାନେ ୪, ୫ କିମ୍ବା ୬ ଥର ବିଧାୟକ ହେଲେଣି ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ କାଟିଲେ ଅସୁବିଧା, ନଦେଲେ ବି ଅଡୁଆ। ଏହାବ୍ୟତୀତ ୨୩ ବର୍ଷ ସରକାରରେ ହିବା ପରେ ସରକାର ବିରୋଧୀ ହାୱାକୁ ମାତ୍ ଦେବା ବି ଆଉ ଏକ ଚ୍ୟାଲେଂଜ ହେବ। ସେପଟେ ରାଜ୍ୟରେ କଂଗ୍ରେସ୍ ପୁରାପୁରି ଦୁର୍ବଳ ହୋଇପଡ଼ିଥିବାରୁ ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ଭିତରେ ସିଧାସଳଖ ଫାଇଟ୍ ହେବ ବୋଲି କୁହାଯାଉଛି । ଯାହା ଶଙ୍ଖ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Advertisment

ଏପଟେ ବିଜେପି କହିଛି ବିଜେଡିରେ ବିଦ୍ରୋହ ସ୍ଥିତି ଅଛି, ଦଳର ସବୁ ବିଧାୟକ ବିଜେପି ଟଚ୍ ରେ ଅଛନ୍ତି। କଂଗ୍ରେସ ବି ସମାନ କଥା କହିଛି ।

ରାଜନୈତିକ ଆହ୍ବାନ ବ୍ୟତୀତ ଶାସନ ସ୍ତରରେ ବି ଅନେକ ଚ୍ୟାଲେଂଜ ରହିଛି। ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବା, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା, ସରକାରୀ ଯୋଜନା ଓ ଆଗକୁ ଘୋଷଣା ହେବାକୁ ଥିବା ସ୍କିମକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା, କ୍ଷମତା ଜଣଙ୍କ ପାଖରେ ଥିବାରୁ ପ୍ରଶାସନିକ ସ୍ତରରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ବଡ଼ ଚ୍ୟାଲେଞ୍ଜ ହେବ ।

Advertisment

ଗୋଟିଏ ପଟେ ବିଜେଡିର ଛବି ମଳିନ ହେଉଛି, ଅନ୍ୟପଟେ ଦଳରେ ବଢୁଛି ବିଦ୍ରୋହ । ଆଉ ବିରୋଧୀ ବିଜେପି ଓ କଂଗ୍ରେସ ଘନଘନ ଆକ୍ରମଣ କରୁଥିବାରୁ ଏହାକୁ ବିଜେଡି କିଭଳି କାଉଣ୍ଟର କରିବ ତା ଉପରେ ସମସ୍ତଙ୍କ ନଜର।

BJD CM Naveen Patnaik Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ