Advertisment

ବିଜେପି କର୍ମୀଙ୍କ ବିକ୍ଷୋଭରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ, ରାଜ୍ୟ ସରକାରଙ୍କୁ ବିଜେଡି ସାଂସଦଙ୍କ ଟାର୍ଗେଟ୍‌

ଭୁବନେଶ୍ୱରରେ ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ଓ ବ୍ୟବହାରକୁ ନେଇ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ ଉଠାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD MP Bhartruhari Mahtab Questions Police Action During BJP Protest in Bhubaneswar

BJD MP Bhartruhari Mahtab questions police action during BJP protest in Bhubaneswar

ଭୁବନେଶ୍ୱରରେ ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ଓ ବ୍ୟବହାରକୁ ନେଇ ବିଜେଡି ର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ ଉଠାଇଛନ୍ତି। ବିକ୍ଷୋଭ ବେଳେ ଯଦି ଲୋକେ ବିଶୃଙ୍ଖଳିତ ହୋଇଥିଲେ ପୋଲିସ ଲାଠି ଚାଳନା କରି ଘଉଡ଼ାଇବା ଉଚିତ୍ ଥିଲା। କିନ୍ତୁ ଗୁଣ୍ଡାଙ୍କ ଭଳି ସାଦା ପୋଷାକଧାରୀମାନେ ବିକ୍ଷୋଭକାରୀ ଓ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ।

Advertisment

ସେମାନେ ଯଦି, ପୋଲିସର ହୋଇଥିବେ ତାହା ପୋଲିସ କମିଶନର କହିବା କଥା। ସେମାନଙ୍କୁ ଭିଡ଼ ନିୟନ୍ତ୍ରଣ ଲାଗି କିଏ ନିର୍ଣ୍ଣୟ ନେଇଥିଲା ? ଏଥିପାଇଁ ପୋଲିସ୍ ମାନୁଆଲ୍‌ରେ ବ୍ୟବସ୍ଥା ଅଛି କି ? ଯଦି, ସେମାନେ ପୋଲିସ ନୁହଁନ୍ତି, ତା’ହେଲେ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ କି ? ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ‘ଉଚ୍ଚାରଣ ଓ ଆଚରଣ ମାର୍ଜିତ ହେବା ଆବଶ୍ୟକ’ ଶୀର୍ଷକ ଲେଖାରେ ଏଭଳି କିଛି ମତ ରଖିଛନ୍ତି ଭର୍ତ୍ତୃହରି।

ଖାଲି ପୋଲିସକୁ ପ୍ରଶ୍ନ ନୁହେଁ, ସରକାରଙ୍କୁ ବି କଡ଼ା ଭାଷାରେ ଭର୍ତ୍ତୃହରି ସମାଲୋଚନା କରିଛନ୍ତି। ବିକ୍ଷୋଭକାରୀ ଢେଲା, ପଥର ପକାଇବାରୁ ପୋଲିସ ଆହତ ହୋଇଥିବା କୁହାଯାଉଛି। ସେଇ ଭୁବନେଶ୍ୱର ପରା ସାକ୍ଷୀ ଅଛି, ବିଜୁ ପଟ୍ଟନାୟକଙ୍କ ଉପସ୍ଥିତିରେ ଟେକା ଫୋପାଡ଼ି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାକ ଫଟାଇ ଦେଇଥିଲେ। ଯୁବ ମୋର୍ଚ୍ଚା ବିକ୍ଷୋଭ କରୁଥିଲା, ପୋଲିସ ଓ ପ୍ରଶାସନ ତେଣୁ ସଂଯତ ହେବା ଦରକାର ଥିଲା।

Advertisment

ହିଂସାର ଉତ୍ତର ହିଂସାରେ ଦେବା ଦ୍ୱାରା ଜନ ଅସନ୍ତୋଷ ବଢ଼ିଛି।  ଖାଲି ଏତିକି ନୁହେଁ, ଏହି ଘଟଣାକୁ ନେଇ ସିଧା ବିଜେଡିକୁ ନିଶାନା କରିଛନ୍ତି ଭର୍ତ୍ତୃହରି। ଉଚ୍ଚାରଣ ଓ ଆଚରଣ ମାର୍ଜିତ ଥିବାରୁ ବିଜେଡି ଏତେ ଦିନ କାଳ ଶାସନରେ ରହିଛି। ଏବେ ତା’ର ପ୍ରତିଫଳନ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ବିଜେଡି ତା’ର ୨୫ ବର୍ଷର ଅତୀତକୁ ଅନୁଶୀଳନ କରିବା ସହ ଆଗାମୀ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଆଗେଇବା ଆବଶ୍ୟକ ବୋଲି ଭର୍ତ୍ତୃହରି ଲେଖିଛନ୍ତି।

ବିଜେପି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣାକୁ ନେଇ ପୂର୍ବରୁ ବିଜେପି ସରକାରଙ୍କୁ ଘେରିଥିବା ବେଳେ ଏବେ ଖୋଦ୍ ଦଳର ବରିଷ୍ଠ ସାଂସଦଙ୍କ ଏପରି ମତ ଅନେକ ପ୍ରଶ୍ନ ଛିଡ଼ା କରିଛିା ସେପଟେ ଭର୍ତ୍ତୃହରିଙ୍କ ଏହି ଲେଖାକୁ ନେଇ ଖବର ଲେଖାଯିବା ସୁଦ୍ଧା ବିଜେଡି କିମ୍ବା କମିଶନରେଟ ପୋଲିସର ପ୍ରତିକ୍ରିୟା ମିଳିପାରିନି।

BJP Odisha Police Odisha Politics Bhartruhari Mahtab
Advertisment
Advertisment