Astrospeak
  • Live TV
  • Read In English

Organizational Change in BJD: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର

ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବିଜୁ ବାବୁଙ୍କ ରାଜନୀତିର ଆଧାର ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ଆଞ୍ଚଳିକ ଅସ୍ମିତା ଥିଲା । ସମାଜରେ ଅବହେଳିତ ଲୋକମାନଙ୍କୁ ସମ୍ମାନର ସହ ସଶକ୍ତ କରାଇବା, ପ୍ରତିନିଧିତ୍ୱ ଦେବା ଓ ସୁଯୋଗ ଦେବା ପାଇଁ ବିଜୁ ବାବୁ ସ୍ୱପ୍ନ ଦେଖିଥିଲେ । ଏହା ଆପଣଙ୍କ ନେତୃତ୍ୱରେ ପ୍ରତିଫଳିତ ହୋଇଥିଲା । ଏହା ଉପରେ ସ୍ପଷ୍ଟତା ଆଣିବା ପାଇଁ ପରିସ୍ଥିତି ଆହ୍ୱାନ ଦେଇଥିବା କହିଛନ୍ତି ରଣେନ୍ଦ୍ର । ଦଳର ଆଦର୍ଶ ଓ ନୀତିରେ ସାମାଜିକ ନ୍ୟାୟ ଆଗରେ ରହୁ ବୋଲି ରଣେନ୍ଦ୍ର ସଭାପତିଙ୍କୁ ଜଣାଇଛନ୍ତି ।

ବିଜେଡି ବିବାଦ
ବିଜେଡି ବିବାଦ

ସାଂଗଠନିକ ନିର୍ବାଚନ ଭିତରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଚିଠି ଏବେ ବିଜେଡରେ ସୃଷ୍ଟି କରିଛି ଆଲୋଡନ । ସଂଗଠନରେ ସବୁ ଅଞ୍ଚଳ, ବର୍ଗ ଓ ମହିଳାଙ୍କୁ ସମାନୁପାତିକ ପ୍ରତିନିଧିତ୍ୱ ଦଳରେ ମିଳୁ ବୋଲି ଦଳ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି ରଣେନ୍ଦ୍ର । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଜରୁରୀ ବୋଲି ସେ କହିଛନ୍ତି । କେବଳ ରାଜ୍ୟ ସ୍ତରରେ ନୁହେଁ, ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ ବୋଲି ଚିଠି ଜରିଆରେ ସଭାପତିଙ୍କୁ ଜଣାଇଛନ୍ତି ରଣେନ୍ଦ୍ର । ଅର୍ଥାତ ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ ।

ସେ ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ୱକଫ୍ ବିଲ୍‌ ବିବାଦ ଆମ ଦଳର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ। 

ଦଳର ଆଭିମୁଖ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ଟିକସ ଓ ବକେୟା ଆଦାୟ କରାଯିବା, ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ପେସା ଆଇନ ଲାଗୁ କରାଯିବା, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବା ଉପରେ ପର୍ଯ୍ୟବେସିତ ହେଉ । କିଛି ଲୋକ ଦଳକୁ ହାଇଜାକ୍ ନକରନ୍ତୁ । ସାମାଜିକ ବନ୍ଧନ କ୍ଷୁର୍ଣ୍ଣ ନହେଉ କି ଆଞ୍ଚଳିକ ବୈଷମ୍ୟ ନବଢ଼ୁ ବୋଲି ସେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ରୋକଠୋକ୍ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ୱକଫ୍ ବିଲ୍ ବିବାଦରେ ଦଳର କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ସ୍ପଷ୍ଟ ଭାବେ କହିଛନ୍ତି ରଣେନ୍ଦ୍ର । ଏହା ବିଜେଡିର ଧର୍ମନିରପେକ୍ଷ ଆଭିମୁଖ୍ୟରେ ପ୍ରଶ୍ନଚିହ୍ନ ଲଗାଇଦେଇଛି । ଦଳ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତାକୁ ପୁଞ୍ଜି କରି ନେତା ଓ କର୍ମୀମାନଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ୁ ବୋଲି ନବୀନଙ୍କୁ ଜଣାଇଛନ୍ତି ଦଳର ଏହି ବରିଷ୍ଠ ନେତା ।

ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବିଜୁ ବାବୁଙ୍କ ରାଜନୀତିର ଆଧାର ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ଆଞ୍ଚଳିକ ଅସ୍ମିତା ଥିଲା । ସମାଜରେ ଅବହେଳିତ ଲୋକମାନଙ୍କୁ ସମ୍ମାନର ସହ ସଶକ୍ତ କରାଇବା, ପ୍ରତିନିଧିତ୍ୱ ଦେବା ଓ ସୁଯୋଗ ଦେବା ପାଇଁ ବିଜୁ ବାବୁ ସ୍ୱପ୍ନ ଦେଖିଥିଲେ । ଏହା ଆପଣଙ୍କ ନେତୃତ୍ୱରେ ପ୍ରତିଫଳିତ ହୋଇଥିଲା । ଏହା ଉପରେ ସ୍ପଷ୍ଟତା ଆଣିବା ପାଇଁ ପରିସ୍ଥିତି ଆହ୍ୱାନ ଦେଇଥିବା ଲେଖିଛନ୍ତି ରଣେନ୍ଦ୍ର । ଦଳର ଆଦର୍ଶ ଓ ନୀତିରେ ସାମାଜିକ ନ୍ୟାୟ ଆଗରେ ରହୁ ବୋଲି ରଣେନ୍ଦ୍ର ସଭାପତିଙ୍କୁ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡିରେ କୁହୁଳୁଛି ନିଆଁ; ୱକଫ୍ ଭୋଟିଂ ପରଠୁ ଥମୁନି ବିଜେଡି ମେଳି