BJD: ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କଲେ ଅଶୋକ ପଣ୍ଡା, କହିଲେ...

ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ `ଧର୍ମପଦ' ଉପାଖ୍ୟାନକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଦଳର ବିପର୍ଯ୍ୟୟ ପରେ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ କଲେ ଟାର୍ଗେଟ୍ । ଅଶୋକ କହିଛନ୍ତି, ୧୨ଶହ ବଢେଇରେ ଦାୟ ନା ପୁଅରେ ଦାୟ ? ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର ।

ବଦ୍ରିଙ୍କ ପରେ ମୁହଁ ଖୋଲିଲେ ଅଶୋକ ।

୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବିଜେଡିର ସ୍ଥିତି ଟଳମଳ । ଶାସନରେ ଥିବା ବେଳେ ଚୁପ୍ ରହିଥିବା ବିଜେଡି ନେତା ଏବେ ମୁହଁ ଖୋଲିବା ପରେ ଘାଇଲା ହେଉଛି ବିଜେଡି । ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକଙ୍କ ବୟାନକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛନ୍ତି ଆଉ ଜଣେ ବରିଷ୍ଠ ବିଜେଡି ନେତା ।

ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ `ଧର୍ମପଦ' ଉପାଖ୍ୟାନକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଦଳର ବିପର୍ଯ୍ୟୟ ପରେ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ କଲେ ଟାର୍ଗେଟ୍ । ଅଶୋକ କହିଛନ୍ତି, ୧୨ଶହ ବଢେଇରେ ଦାୟ ନା ପୁଅର ଦାୟ ? ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର । ନବୀନଙ୍କୁ ଶକ୍ତିଶାଳୀ କରିବାକୁ ଆଗଧାଡ଼ିର ନେତା ଦୂରେଇ ରହିଲେ ଭଲହେବ । ଯଦି କିଛି ଅସନ୍ତୁଷ୍ଟ ରହିଛନ୍ତି ନିଜକୁ ଦାୟିତ୍ବରୁ ଓହରାଇ ନେଇ ଅନ୍ୟକୁ ସୁଯୋଗ ଦିଅନ୍ତୁ । ମନ ଭିତରେ ରହିଥିବା ମତାନ୍ତର ଓ ମନାନ୍ତରକୁ ଭୁଲିଯାଇ ଏକାଠି ହେଲେ ଦଳ ସୁଦୃଢ ହେବ । ଏକଥା ଶଙ୍ଖ ଭବନରେ ବି ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି ଅଶୋକ ପଣ୍ଡା ।

ଅଧିକ ପଢ଼ନ୍ତୁ: ଲହୁ, ଲୁହ ଓ ଲୁଣ୍ଠନର ପୃଷ୍ଠଭୂମିରେ ଫିକା ପଡ଼ିଗଲା କି ଲଣ୍ଠନ ଆଲୁଅ ?

ତେବେ ଅଶୋକ ପଣ୍ଡାଙ୍କ ଏଭଳି ବୟାନ ପରେ ଏହାକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅପରପକ୍ଷେ ଏନେଇ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଅଶୋକ ପଣ୍ଡା ତାଙ୍କର ବ୍ୟକ୍ତିଗତ ମତ ଦେଇଛନ୍ତି । ଦଳ ଏବେ କଠିନ ସମୟରେ ଗତି କରୁଛି । ସମସ୍ତେ ଏକାଠି ହୋଇ କାମ କରି ଦଳକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ।

ଦିନ କେଇଟା ପରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ବିଜେଡି ନେତାଙ୍କ ବୟାନ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଭଳି ଗୋଟିଏ ପରେ ଗୋଟିଏ ବୟାନ ସାମ୍ନାକୁ ଆସିବା ପରେ ବିଜେଡି ଚିରାଚରିତ ଢଙ୍ଗରେ ଏହା ସମ୍ପୃକ୍ତ ନେତାଙ୍କ ନିଜସ୍ୱ ମତ କହି ଏଡାଇ ଯାଉଛି ।

ଅନ୍ୟପଟେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଡାକିଥିବା ବୈଠକକୁ ନବୀନଙ୍କ ସମର୍ଥନ ପରେ ଚର୍ଚ୍ଚା ବଢିଛି । ତେବେ ଦଳ କହିଛି ସମଦୂରତା ନୀତି ଏବେ ବି କାଏମ୍ ଅଛି ।

ଅନ୍ୟପଟେ ବିଜେପି କହିଛି ଅସ୍ତିତ୍ବ ବଞ୍ଚାଇବାକୁ ବିଜେଡିର ଏ ପ୍ରୟାସ କରିଛି। ନବୀନଙ୍କ ଏହି ମୁଭ୍ ପରେ ଏବେ ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି । ୨୦୨୪ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କି ବିଜେଡି । ସମଦୂରତା କଥା କହୁଥିବା ବିଜେଡିର ଆଭିମୁଖ୍ୟକୁ ନେଇ ମଧ୍ୟ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ଅଧିକ ପଢ଼ନ୍ତୁ: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍