Advertisment

BJD's Stand On One Nation One Election: ବିଜେଡି ତଣ୍ଟିରେ ଲାଗିଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କଣ୍ଟା; ଦଳକୁ ଅକଳକୁ ଠେଲୁଛି ମୁଖିଆଙ୍କ ନୀରବତା

ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

undefined

BJD's Stand On One Nation One Election

Advertisment

ଦୋଛକିରେ ବିଜେଡି। ଅସ୍ପଷ୍ଟ ଆଭିମୁଖ୍ୟରୁ ଆହୁରି ଅଡୁଆ ଭିତରକୁ ଠେଲି ହେଇଯାଉଛି ଦଳ। ୱାନ୍ ନେସନ ୱାନ ଇଲେକସନ୍ ବିଲକୁ ନେଇ ନବୀନ ଚୁପ୍, କିନ୍ତୁ ବିଧାନସଭାରେ ରାଜା ସ୍ବାଇଁଙ୍କ ତୀବ୍ର ବିରୋଧ। ଏଭିତରେ ଜେପିସିରେ ସ୍ଥାନ ପାଇ ଗର୍ବିତ ବୋଲି ସାଂସଦ ମାନସ ମଙ୍ଗରାଜଙ୍କ ସୋସିଆଲ ମିଡିଆ ପୋଷ୍ଟ, ଦ୍ବନ୍ଦ୍ବକୁ ଅଧିକ ବଢ଼ାଇ ଦେଇଛି। ବିଜେପି କହିଛି ବିଜେଡିରେ ଗଡବଡି ଚାଲିଥିବାରୁ ଏଭଳି ଚିତ୍ର ଦେଖିବାକୁ ମିଳୁଛି।

Advertisment

ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। 

ଅଧିକ ପଢ଼ନ୍ତୁ: କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

Advertisment

ରଣେନ୍ଦ୍ରଙ୍କ ପରାମର୍ଶ ଦିଲ୍ଲୀରେ ଲଢିବାକୁ ଏଠି ମନ ସ୍ଥିର କରିବାକୁ ହେବ। ହେଲେ ହେଉନି କାହିଁକି ? ଆଭିମୁଖ୍ୟରେ ସ୍ପଷ୍ଟତା ଆଣିବାରେ କେଉଁଠି ରହୁଛି ଦଳପତିଙ୍କ ସମସ୍ୟା। କାରଣ ନିକଟରେ ବିଧାନସଭାରେ ବି ରଣେନ୍ଦ୍ର ସଂକଳ୍ପ ଜରିଆରେ ୱାନ୍ନ ନେସନ୍ ୱାନ୍ ଇଲେକ୍ସନ୍ ବିଲକୁ ବିରୋଧ କରିଥିଲେ, ପରେ ସୋସିଆଲ୍ ମିଡିଆରେ ବି ଅଭିଭାଷଣକୁ ପୋଷ୍ଟ କରିଥିଲେ। ହେଲେ ତାଙ୍କ ମତ ସହ ଯେ ସାଂସଦ ଏକମତ ନୁହଁନ୍ତି ଇଏ ତାରି ସଂକେତ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଏ ସୋସିଆଲ୍ ମିଡିଆ ପୋଷ୍ଟ। ଯେଉଁଥିରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିରେ ସ୍ଥାନ ପାଇ ଗର୍ବିତ ବୋଲି ଲେଖିଛନ୍ତି ମାନସ। ଏପଟେ ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚର୍ଯ୍ୟ ଏନେଇ ସଂସଦ ନିଷ୍ପତ୍ତି ନେବ କହି ସମ୍ବିଧାନକୁ ନେଇ ଯେଭଳି ବାକ୍ ବିତଣ୍ଡା ହେଉଛି ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ହେଲେ ଏଭଳି ଭିନ୍ନମତ ଭିତରେ ନବୀନଙ୍କ ନିରବତା ଦଳ ଭିତରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଛି। ବିଜେପି କହିଛି, ୱାନ ନେସନ ୱାନ୍ ଇଲେକସନନ୍‌ର ଉଦ୍ଦେଶ୍ୟ ଦେଶରେ ହିତ ସାଧନ। କିନ୍ତୁ ବିଜେଡି ଦ୍ବନ୍ଦ୍ବ ସ୍ପଷ୍ଟ କରୁଛି ସେ ଦଳରେ ସବୁକିଛି ଠିକ୍ ନାହିଁ ବୋଲି। 

ଦିନ ଥିଲା ସମଦୂରତା କଥା କହି ଅନେକ ପ୍ରସଙ୍ଗରେ ମାଇଲେଜ ନେବାକୁ ଚେଷ୍ଟା କରୁଥିଲେ ନବୀନ। ମାତ୍ର ଏବେ ଯେମିତି ନିଜ ଜାଲରେ ନିଜେ ପଡିଛନ୍ତି। ପ୍ରଥମେ ଅନାସ୍ଥା ଆଉ ଏବେ ୱାନ ନେସନ ୱାନ୍ ଇଲେକସନ୍ ବିଲ୍ କୁ ନେଇ ଦଳର ଅସ୍ପଷ୍ଟ ଆଭିମୁଖ୍ୟ ଆଗକୁ ଦଳକୁ ଆହୁରି ଅକଳରେ ପକାଇବା ନେଇ ରାଜନୈତିକ ସମୀକ୍ଷକଙ୍କ ମତ।

Advertisment

ଅଧିକ ପଢ଼ନ୍ତୁ:ମହିଳାଙ୍କ ପାଇଁ କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ ?

BJD One Nation-one Election Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ