Advertisment

Special Story: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଛନ୍ତି ଆଉ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ ।

ଅଦ୍ୟତନ ହୋଇଛି
ନବୀନ ବଦଳାଇଲେ ଷ୍ଟାଣ୍ଡ

ନବୀନ ବଦଳାଇଲେ ଷ୍ଟାଣ୍ଡ

Advertisment

ନିଜ ଦଳର ଅସ୍ତିତ୍ବକୁ ବଞ୍ଚାଇବାକୁ ଯାଇ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ତାମିଲନାଡୁ ଶରଣରେ ପଶିଛନ୍ତି । ବିଜେପି ବିରୋଧୀ ମେଣ୍ଟ ଆଡକୁ ଢଳୁଛନ୍ତି । ଡିଲିମିଟେସନ୍‌ ପ୍ରସଙ୍ଗ ବାହାନାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଡିଲିମିଟେସନ୍ ପ୍ରସ୍ତାବକୁ ବିରୋଧ କରିଛନ୍ତି ନବୀନ । ଜନସଂଖ୍ୟା ଅଧାରରେ ଡିଲିମିଟେସନକୁ ନବୀନ ବିରୋଧ କରିଛନ୍ତି । ସିଧା ସିଧା କହୁଛନ୍ତି ଜନସଂଖ୍ୟା ଅଧାରରେ ଡିଲିମିଟେସନ୍‌ ହେଲେ ଓଡ଼ିଶା ପ୍ରଭାବିତ ହେବ । ଏହା ଏକମାତ୍ର ଆଧାର ହେବା ଉଚିତ୍ ନୁହେଁ । ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଆଗୁଆ ଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟକୁ କ୍ଷତି ପହଞ୍ଚାଇବ ।

Advertisment

ଅଧିକ ପଢ଼ନ୍ତୁ: ବିଜେଡି କରୁଛି ବଡ଼ ଚାଲ୍‌, ଚେନ୍ନାଇରେ ବସିଛି ମେଳି...

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଛନ୍ତି ଆଉ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ । ସମଦୂରତା କଥା କହି ପୂର୍ବରୁ ଏନଡିଏକୁ ଅହେତୁକ ସହଯୋଗ କରିଥିବା ନବୀନ ପ୍ରଥମ ଥର ପାଇଁ ବିଜେପି ବିରୋଧି ଷ୍ଟାଣ୍ଡ ନେଇଛନ୍ତି । ଡିଲିମିଟେସନ୍‌ ମିଟିଂରେ ବିଜେଡି ନେତା ଯୋଗ ଦେବାକୁ ଅନୁମତି ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦ୍ୱାରା ଆୟୋଜିତ ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ ସହ ଓଡ଼ିଶାର ନେତାମାନେ ଯୋଗ ଦେଇଛନ୍ତି। ବିଜେଡି ପକ୍ଷରୁ ସଞ୍ଜୟ ଦାସବର୍ମା ଏବଂ ଅମର ପଟ୍ଟନାୟକ ଯୋଗ ଦେଇଛନ୍ତି।

ସେପଟେ ବିଜେପିକୁ ବିରୋଧ କରିବାକୁ ଯାଇ ନବୀନ ତାମିଲନାଡୁର ଶରଣ ପଶିଛନ୍ତି ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ବିଜେପି ବିରୋଧରେ ମେଣ୍ଟ କରି ନବୀନ ବାସ୍ତବ ସ୍ଥିତିକୁ ବୁଝିବାକୁ ଚାହୁଁନାହାନ୍ତି । ସମୟ ଆସିଛି ବିଜେଡି ଆତ୍ମସମୀକ୍ଷା କରିବା ଦରକାର। ଡିଲିମିଟେସନ୍‌ ପାଇଁ କୌଣସି ଗାଇଡଲାଇନ୍‌ ଆସିନି । ନବୀନ କିନ୍ତୁ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି ବୋଲି କଟାକ୍ଷ କରିଛନ୍ତି ସୁକାନ୍ତ । ଡିଲିମିଟେସନ୍‌ ଏକ ନିୟମିତ ପ୍ରକ୍ରିୟା। ଏହାଦ୍ୱାରା ଓଡ଼ିଶାର କ୍ଷତି ହେବନି ବରଂ ଲାଭ ହେବ ବୋଲି ସେ କହିଛନ୍ତି । ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ ବିଜେଡି ଭିତରେ ଅଘୋଷିତ ବୁଝାମଣା ହୋଇଛି ବୋଲି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ।

Advertisment

ବଡ଼ କଥା ହେଉଛି ସବୁବେଳେ ସମଦୂରତାର କଥା କହି ଆସୁଥିବା ନବୀନଙ୍କୁ ପ୍ରଥମ ଥର ପାଇଁ ଏକ ବିରୋଧୀ ଷ୍ଟାଣ୍ଡ ନେବାର ଦେଖିବାକୁ ମିଳିଛି । ସରକାରରେ ଥିବା ବେଳେ ଏନଡିଏକୁ ଅହେତୁକ ସହୟତା ଦେଖାଇଥିବା ନବୀନ, କ୍ଷମତାରୁ ଯିବା ପରେ ଏନଡିଏ ବିରୋଧୀ ମେଳିରେ ସାମିଲ ହୋଇଛନ୍ତି । ସବୁ ନିଷ୍ପତ୍ତିରେ ଶେଷ ଯାଏଁ ଅପେକ୍ଷା କରିଥିବା ନବୀନ କିନ୍ତୁ ସୀମା ନିର୍ଦ୍ଧାରଣ ଆଧାର ସ୍ପଷ୍ଟ ହେବା ପୂର୍ବରୁ ବିରୋଧ ଆରମ୍ଭ କରିଛନ୍ତି । ପ୍ରଶ୍ନ ଉଠୁଛି, ନବୀନଙ୍କ ଏମିତି ଷ୍ଟାଣ୍ଡ ପଛରେ କ’ଣ ରହିଛି ପଲିଟିକାଲ ଷ୍ଟ୍ରାଟେଜି ? ଇଣ୍ଡି ମେଣ୍ଟର ନିକଟତର ହେବାକୁ ଚାହୁଁଛି କି ବିଜେଡି ? ନା ଲୋକସଭାରେ ଶୂନ ହେବା ପରେ ଜାତୀୟ ରାଜନୀତିରେ ଉପସ୍ଥିତି ଜାହିର ପାଇଁ ଏମିତି ଷ୍ଟାଣ୍ଡ ?

Naveen Patnaik BJD BJP Tamil Nadu CM MK Stalin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ