/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674544848.jpg)
Bhubaneswar MP Aparajita Sarangi
ଖଣି ଦୁର୍ନୀତି କଥାକୁ ମାନିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଠାରୁ ପାଇଥିବା ଚିଠିକୁ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟ୍ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଛନ୍ତି ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ସେ ସଂସଦରେ ବିଭିନ୍ନ ସମୟରେ ପ୍ରସଙ୍ଗ ସେ ଉଠାଇଛନ୍ତି । ଏମିତିକି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରୁ ପାଇଥିବା ଉତ୍ତରକୁ ନିଜେ କେନ୍ଦ୍ର ଖଣିମନ୍ତ୍ରୀ ଚିଠି ଲେଖି ତାଙ୍କୁ ଜଣାଇଛନ୍ତି ।
ଯେଉଁଥିରେ ରାଜ୍ୟରେ ବେସରକାରୀ ଖଣି ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବା ସରକାର ମାନିଛନ୍ତି । ବେସରକାରୀ ଖଣିରେ ହାଇଗ୍ରେଡ୍ ଆଇରନ ଓରକୁ ଲୋ ଗ୍ରେଡ୍ କରାଯାଇଛି । ହାଇଗ୍ରେଡ୍ ଲୁହାପଥରକୁ ଲୋଗ୍ରେଡ୍ କରିବାରୁ ରାଜକୋଷକୁ ବ୍ୟାପକ କ୍ଷତି ହୋଇଛି । DMF କୁ ଯେତିକି ଟଙ୍କା ଆସିବା କଥା ସେତିକି ଆସୁନି । ଏମିତିକି ଏହି ଦୁର୍ନୀତିର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଖଣି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ ବି କଣ ପଦକ୍ଷେପ ନେଇଛି, ତାହା ବିସ୍ତୃତ ଭାବେ ଜଣାପଡ଼ିନି ।
ଅଧିକ ପଢ଼ନ୍ତୁ | ଓଡ଼ିଶାରେ ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା
ସେପଟେ ଏହାକୁ ନେଇ ଅପରାଜିତା ରାଜ୍ୟ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ଯେଉଁଥିରେ ଦୁର୍ନୀତିର ଅର୍ଥ କାହା ପାଖକୁ ଯାଇଛି ଓ ଆଗକୁ ଦୁର୍ନୀତି ହେବ ନାହିଁ ବୋଲି ରାଜ୍ୟ ସରକାର ଗ୍ୟାରେଣ୍ଟି ଦେବେ କି ବୋଲି ପ୍ରଶ୍ନ କରିଛନ୍ତି । ତାସହ ଖଣି ଅଞ୍ଚଳରେ ଏହାକୁ ନେଇ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି । ତେଣେ ଅପରାଜିତାଙ୍କ ପ୍ରଶ୍ନ ନେଇ ରାଜ୍ୟ ସରକାର କିମ୍ବା ଖଣି ବିଭାଗର ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)