/odishatv-khabar/media/post_attachments/uploadimage/library/16_9/16_9_0/Assembly_1696314504.jpg)
Assembly
ବିଧାନସଭା ଆରମ୍ଭରୁ ଆଜି ପୁଣି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି। ଦୁଇଟି ଦାବି ନେଇ ଗୃହରେ ବିଜେପି ବିଧାୟକ ନାରାବାଜି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ୍ ଦେବାକୁ ଦାବି କରି ନାରାବାଜି କରିଛନ୍ତି। ସେହିପରି ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି ବି କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଛନ୍ତି ବିଜେପି ବିଧାୟକ।
#ଗୃହ_୪ଟା_ପର୍ଯ୍ୟନ୍ତ_ମୁଲତବି
· ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ
· ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି
· ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶଦ୍ଦ ବାଦ୍ ଦେବା ଦାବିରେ ହଟ୍ଟଗୋଳ#Odisha#OTVpic.twitter.com/ZXGoiiR083— ଓଟିଭି (@otvkhabar) October 3, 2023
ଅନ୍ୟପଟେ ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)