Advertisment

Himanta Biswa's Political Stir: କଂଗ୍ରେସ ସାଂସଦଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍, ପାକିସ୍ତାନ ଲିଙ୍କ ଦର୍ଶାଇ କଲେ ସମାଲୋଚନା

ହିମନ୍ତଙ୍କ ନିଶାନାରେ କଂଗ୍ରେସ ସାଂସଦ । ପାକିସ୍ତାନ ଲିଙ୍କ ଥିବା ଅଭିଯୋଗ ଆଣି ଲିଷ୍ଟରୁ ନାଁ କାଟିବାକୁ ରାହୁଲ ଗାନ୍ଧୀଙ୍କୁ ନିବେଦନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସାଂସଦଙ୍କ ପତ୍ନୀ ଭାରତରେ ରହି ପାକିସ୍ତାନ NGOରୁ ଦରମା ନେଉଥିବା ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Himanta Biswasarma Targets Congress MP

Himanta Biswasarma Targets Congress MP

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପୋଷ୍ଟକୁ ନେଇ ସରଗରମ ରାଜନୀତି । କଂଗ୍ରେସର ୪ ଜଣିଆ ସାଂସଦଙ୍କ ନାଁ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ସୋସିଆଲ ମିଡିଆରେ ଜୟରାମ ରମେଶଙ୍କ ପୋଷ୍ଟକୁ ଟ୍ୟାଗ୍ କରି ଲେଖିଛନ୍ତି କି, "ତାଲିକାରେ ଥିବା ସାଂସଦଙ୍କ ମଧ୍ୟରୁ ଜଣେ ଆସାମ ସାଂସଦ ରହିଛନ୍ତି। ଯିଏ ପାକିସ୍ତାନରେ ଲମ୍ବା ସମୟ ଯାଏଁ ଥିଲେ। ସେ ଦୁଇ ସପ୍ତାହ ପାକିସ୍ତାନରେ ରହିବା କଥାକୁ ଖଣ୍ଡନ କରିନାହାନ୍ତି। ଖାଲି ଏତିକି ନୁହେଁ, ଆସାମ ସାଂସଦଙ୍କ ପତ୍ନୀ ଭାରତରେ ରହି ପାକିସ୍ତାନ NGOରୁ ଦରମା ନେଉଛନ୍ତି।"

Advertisment

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଦଳଗତ ନିର୍ବିଶେଷରେ ଏଥିପାଇଁ ଚିନ୍ତା କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କୁ ଏଥିରୁ ବାଦ୍ କରିବାକୁ ଦାବି କରିଛନ୍ତି ହିମନ୍ତ। ଏବେ କଳ୍ପନାଜଳ୍ପନା ଜାରି ରହିଛି କି କାହାକୁ ନିଶାନା କରିଛନ୍ତି ହିମନ୍ତ? କାରଣ, ତାଲିକାରେ ଏକମାତ୍ର ଆସାମରୁ ସାଂସଦ ଅଛନ୍ତି ଗୌରବ ଗୋଗୋଇ। ଗୌରବଙ୍କ ବ୍ୟତୀତ ଆନନ୍ଦ ଶର୍ମା, ସୟଦ୍ ନାସିର୍ ହୁସେନ୍  ଏବଂ ରାଜା ବ୍ରାର୍ ରହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ ହୋଇଥିବା ସର୍ବଦଳୀୟ ଟିମ୍‌ରେ କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁରଙ୍କ ନାଁ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ଶଶିଙ୍କ ନାଁ କେନ୍ଦ୍ରକୁ ପଠାଇନଥିଲା । କିନ୍ତୁ ଟିମ୍ ଗଠନ ବେଳେ ଉପରେ ଶଶିଙ୍କ ନାଁ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ଆଗକୁ ଶଶି ଥରୁରଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ବି ହେଉଛି। 

Advertisment

ଅଧିକ ପଢନ୍ତୁ : ଶଶିଙ୍କୁ ନେଇ କଂଗ୍ରେସ ଦୁଇ ଫାଳ, ଜୟରାମ ରମେଶଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

Congress Himanta Biswa Sarma Assam Chief Minister Sashi Tharoor
Advertisment
Advertisment