Advertisment

GPLF Workers Union Protests: ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ, ସମର୍ଥନ ଆଳରେ ନିଆଁରେ ଘିଅ ଢାଳିଲେ ବିଜେଡି ନେତା

ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ ।

ଅଦ୍ୟତନ ହୋଇଛି
undefined

ସମର୍ଥନ ନା ସ୍ୱାର୍ଥସାଧନ ?

Advertisment

୯ ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ସହ ୧୦ ଦଫା ଦାବିରେ ଗର୍ଜିଲେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ । ମିଶନ ଶକ୍ତି ବିଭାଗ ଅଧୀନରେ ଆସୁଥିବା ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ହଜାର ହଜାର ସଂଖ୍ୟାରେ ଆଜି ମହାତ୍ମା ଗାନ୍ଧୀ ମାର୍ଗକୁ ଆସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ଆସେମ୍ଲି ଛାଡ଼ି ସେଠି ହଠାତ୍ ଉଭା ହୋଇ ନିଆଁରେ ଘିଅ ଢାଳିବା ଭଳି ଭାଷଣ ଦେଇ ଉସୁକାଇଥିଲେ ବିଜେଡି ବିଧାୟକ । ଯାହାର ଜବାବ ରଖି ବିଜେପି କହିଛି- ନିଜେ ସରକାରରେ ଥିବାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ତା’ର ରିନ୍ୟୁ ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

Advertisment

ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ । ଯାହାଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କ ମିତ୍ର, ଏମବିକେ, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ର । ସେମାନଙ୍କ ଦାବି ୯ ମାସ ହେଲା ଦରମା ମିଳିନି । ପୂର୍ବରୁ ବିଜେଡି ସରକାର ଅମଳରେ ଶେଷ ୩ ମାସ ପାଇନଥିଲେ ଆଉ ଏବେ ବିଜେପି ସରକାର ଆସିବା ପରଠୁ ୬ ମାସ ହେଲା ଟଙ୍କାଟିଏ ମିଳିନି ।

ଅଧିକ ପଢ଼ନ୍ତୁ: କିଏ ସେ ବଣିକ ? ଯିଏ ବିଜେଡି ଅମଳରେ କରୁଥିଲା ସରକାରୀ ଚାକିରି ବିକ୍ରି ?

Advertisment

ଜୀବୀକା ମିଶନଠୁ ସୁଭଦ୍ରା ସ୍କିମ୍ ଯାଏଁ ସରକାରଙ୍କ ସବୁ ଯୋଜନାକୁ ଗ୍ରାଉଣ୍ଡ ଲେବଲରେ କାର୍ଯ୍ୟକାରୀ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହୁଥିଲେ ବି ସେମାନଙ୍କୁ ଅଣଦେଖା କରାଯାଉଛି । ବକେୟା ଦରମା ପ୍ରଦାନ ସହ ୫ ବର୍ଷିଆ ନିଯୁକ୍ତି ପଲିସିରେ ଥିବା ୭୫ ପ୍ରତିଶତ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶହେ ପ୍ରତିଶତ ପାରିଶ୍ରମିକ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଇପିଏଫ୍, ଇଏସଆଇରେ ସାମିଲ କରାଯିବା ଦାବିରେ ସେମାନେ ମିଶନ ଶକ୍ତି ବିଭାଗ ଓ ଲାଇଭଲିହୁଡ୍ ମିଶନ ବିଭାଗକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ।

ଦାବି ହାସଲ ପାଇଁ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ଏଣେ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଛାଡ଼ି ହଠାତ୍ ଧାରଣାସ୍ଥଳ ଉଭା ହୋଇଥିଲେ ବିଜେଡି ବିଧାୟକ । ଜଣକ ପରେ ଜଣେ ଉସୁକାଇଲା ଭଳି ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ । ହେଲେ ବିଧାୟକ ଅରୁଣ ସାହୁଙ୍କ ଭାଷଣ କିନ୍ତୁ ପୁରା ନିଆଁରେ ଘିଅ ଢାଳିବା ସଦୃଶ ଥିଲା । ନିଜେ ସରକାରରେ ଥିବାବେଳେ ଏମାନଙ୍କ କଥା ନବୁଝି କେମିତି ନୂଆ ସରକାର ମୁଣ୍ଡରେ ସବୁ ଦୋଷ ଥୋଇଦେଲେ ଅରୁଣ ଓ କଥା କଥାରେ ପୁଣି ନିର୍ବାଚନ ହେଲେ ତାଙ୍କ ଦଳ ଜିତିବା ନିଶ୍ଚିତ ଦମ୍ଭ ଦେଖାଇଲେ ।

Advertisment

ସେପଟେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀଙ୍କ ଧାରଣାକୁ ବିରୋଧୀ ଦଳମାନେ ସମର୍ଥନ କରି ତୁରନ୍ତ ସେମାନଙ୍କ ସମସ୍ତ ଦାବି ସରକାର ମାନି ନେବାକୁ ଦାବି କରିଛନ୍ତି । ଏହାର ଜବାବରେ ବିଜେପି କହିଛି- ବିଜେଡି ଏ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛି । ୨୦୧୯ ମସିହାରେ ଏମାନଙ୍କର ୫ ବର୍ଷିଆ ନିଯୁକ୍ତି ଚୁକ୍ତି କରିଥିବା ପୂର୍ବ ବିଜେଡି ସରକାର ଗତ ଏପ୍ରିଲ ମାସରେ କାହିଁକି ତାହାକୁ ରିନ୍ୟୁ କଲାନାହିଁ ବୋଲି ପାଲଟା ପ୍ରଶ୍ନ କରିଛି । ଏବେ ଦେଖିବାର କଥା ଏମାନଙ୍କ ଦାବି ଉପରେ ମୋହନ ସରକାର କି ପଦକ୍ଷପ ନେଉଛନ୍ତି ।

ଅଧିକ ପଢ଼ନ୍ତୁ: ଚାକିରି ବିକ୍ରିର ତଥ୍ୟ ଓ ସତ୍ୟ ସାର୍ବଜନୀନ ହେବ କି ?

Bhubaneswar BJD Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ