Advertisment

ପୁଣି ବିଜେଡି-ବିଜେପିରେ ହେବ କଡ଼ା ଫାଇଟ୍‌, ପୁଣି ବର୍ଷା ନା ଫେରିବେ ପ୍ରଦୀପ

୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
padmapur election 2024

Padmapur

Advertisment

ପଦ୍ମପୁର ଉପନିର୍ବାଚନ । ସାରା ରାଜ୍ୟରେ ଖୁବ୍‌ ଚର୍ଚ୍ଚିତ ଥିଲା ଏଇ ବିଧାନସଭା କ୍ଷେତ୍ର । ରାଜ୍ୟର ଏକ ନମ୍ବର ଆସନ । ଗତ ପନିର୍ବାଚନ ବେଳେ ଡେରା ପକାଇଥିଲେ ବିଜେଡିର ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ । ଏବେ ୨୦୨୪ରେ ପୁଣି ମୁହାମୁହିଁ ହୋଇପାରନ୍ତି ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । କଣ ରହିଛି ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ । ଆସନ୍ତୁ ଜାଣିବା... 

Advertisment

ବାପାଙ୍କ ବିୟୋଗ ପରେ ବର୍ଷା ସିଂ ବରିହା ଏବେ ପଦ୍ମପୁରର ବିଧାୟକ। ରାଜ୍ୟର ଏକ ନମ୍ୱର ବିଧାନସଭା ଆସନ। ବରଗଡ ଜିଲ୍ଲାର ପଦ୍ମପୁର। ଏଇ ଆସନରେ ଅର୍ଦ୍ଧାଧିକ ସମୟ ଜିତିଛନ୍ତି ବରିହା ପରିବାର। ଏବେ ଏଠି ବିଧାୟିକା ଅଛନ୍ତି ବିଜେଡିର ବର୍ଷା ସିଂ ବରିହା। ୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଏଥର BJDରୁ କିଏ ? ରୋହିତ ନା ପ୍ରସନ୍ନ, ଏତିକିରେ ସରୁନି ଆଶାୟୀ ତାଲିକା...

Advertisment

ଉପନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ତଥା କୃଷକ ନେତା ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ଭୋଟରେ ପରାସ୍ତ କରିଥିଲେ । ୨୦୧୯ରେ ବିଜୟ ରଂଜନ ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ୫ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ। ଉପନିର୍ବାଚନରେ ଭୋଟ ବ୍ୟବଧାନ ବହୁତ ବଢିଯାଇଥିଲା।

ତେବେ ୨୦୧୪ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏଇ ନିର୍ବାଚନମଣ୍ଡଳୀରେ ସର୍ବ ପ୍ରଥମେ ବିଜେପିକୁ ସଫଳତାର ସ୍ୱାଦ ଚଖାଇଥିଲେ। ପାଞ୍ଚ ଥରର ବିଧାୟକ ବିଜେଡିର ବିଜୟ ରଂଜନଙ୍କୁ ୪ ହଜାର ୫ ଶହ ଭୋଟରେ ପରାସ୍ତ କରିଥିଲେ । ବିଜେଡିର ବିଜୟଯାତ୍ରାରେ ଲଗାଇଥିଲେ ବିରାମ। ହେଲେ ବିଜେଡି ପୁଣି ଛଡାଇ ନେଇଥିଲା ଆସନ। ୨୦୨୪ରେ ଏଠୁ ବିଧାୟିକା ବର୍ଷା ସିଂ ବରିହା ପୁଣି ପାଇପାରନ୍ତି ବିଜେଡି ଟିକେଟ୍ । ନାହାନ୍ତି ଅନ୍ୟ କେହି ଦାବିଦାର୍ ।

Advertisment

ବିଜେପିର ଏକମାତ୍ର ଚେହେରା ଭାବେ ଗଣା ହେଉଛନ୍ତି ପ୍ରଦୀପ ପୁରୋହିତ । ସେ ବି ଏଥର ଟିକେଟ୍ ପାଇପାରନ୍ତି । ଅନ୍ୟ କେହି ରେସରେ ନାହାନ୍ତି । ସେ ୨୦୧୯ରେ ୭୭ ହଜାର ୫୬୫ ଭୋଟ ପାଇଥିବା ବେଳେ ଗତ ଉପନିର୍ବାଚନରେ ୭୮ ହଜାର ୧୨୮ ଭୋଟ ପାଇଥିଲେ। ନିଜର ଭୋଟକୁ ସେ ବଜାୟ ରଖିବାରେ ସକ୍ଷମ ହୋଇଥିଲେ। ତାଙ୍କର ପ୍ରାର୍ଥୀତ୍ୱ ପ୍ରାୟ ସ୍ଥିର ବୋଲି କୁହାଯାଉଛି। 

କଂଗ୍ରେସର ଭେଟେରାନ ନେତା ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ରେ ବିଧାୟକ ଭାବେ ଜିତିଥିଲେ । କିନ୍ତୁ ଗତ ଉପନିର୍ବାଚନରେ ସେ ମାତ୍ର ୩ ହଜାର ୫୯୪ ଭୋଟ ପାଇ ଶୋଚନୀୟ ପରାଜୟ ବରଣ କରିଥିଲେ । ୨୦୧୯ରେ ସେ ୩୨ ହଜାର ୭୮୭ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ଉପନିର୍ବାଚନରେ କଂଗ୍ରେସ ଭୋଟ ଗାଏବ ହୋଇଯାଇଥିଲା । ସେ ଏଥର ନିର୍ବାଚନ ଲଢିବାର ସମ୍ଭାବନା କମ୍ । ତାଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ତାଙ୍କ ପୁତୁରା ଟଙ୍କଧର ସାହୁ। 

BJD BJP Congress Odisha Politics Pradeep Purohit General Election 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ