Advertisment

୬୦ ବିଧାନସଭା ସିଟ୍ ହାତେଇବାକୁ ପଦ୍ମଦଳର ବ୍ଲୁ ପ୍ରିଣ୍ଟ୍

ଜାନୁଆରୀ ଶେଷ ସପ୍ତାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି।

ଅଦ୍ୟତନ ହୋଇଛି
General Elections 2024: 60 Odisha Assembly Constituencies on BJP's focus

2024 Elections - 60 Odisha Assembly Constituencies on BJP's focus

Advertisment

ବିଜେପି ଫୋକସ୍‌ରେ ୬୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଯେଉଁଠି ଦଳ ୨୦୧୯ରେ କମ୍ ବ୍ୟବଧାନରେ ହାରିଥିଲା, ସେଇଠୁ ହିଁ କୋର୍ସ କରେକସନ୍ ଆରମ୍ଭ କରିବ ଦଳ। ଗତଥରର ନିର୍ବାଚନ ପରିଚାଳନା ତ୍ରୁଟିକୁ ଏଥର ଦଳ ସମ୍ପୂର୍ଣ୍ଣ ସୁଧାରିବା ଲାଗି ରଣନୀତି ପ୍ରସ୍ତୁତ କରିଛି। ଦଳର ଏବେ ୨୨ ବିଧାୟକ ଅଛନ୍ତି ଏହି ସଂଖ୍ୟା କିପରି ଅଧିକ ହେବ। ସେଥିଲାଗି ୬୦ଟି କ୍ଲୋଜ୍ କଣ୍ଟେଷ୍ଟ ନିର୍ବାଚନ ମଣ୍ଡଳୀକୁ ବିଜେପି ଟାର୍ଗେଟ୍ କରିଛି। ଏହାସହ ଦଳକୁ କିଭଳି ୫୧ ପ୍ରତିଶତ ଭୋଟ୍ ମିଳିବ। ସେଥିପାଇଁ ପ୍ରସ୍ତୁତ ହେଉଛି ଷ୍ଟ୍ରାଟେଜି।

Advertisment

ଏହା ବ୍ୟତୀତ ଦୁଇ ସୂତ୍ରୀ ଫର୍ମୁଲା, କେନ୍ଦ୍ରର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ସ୍ଥାନୀୟ ସମସ୍ୟାକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିବା ନୀତିକୁ ତୃଣମୂଳ ସ୍ତରରେ କିପରି ପ୍ରତିଫଳିତ ହେବ ତାକୁ ଗୁରୁତ୍ୱ ଦିଆଯିବ। ସାଧାରଣ ନିର୍ବାଚନକୁ ଦେଢ ବର୍ଷରୁ ବି କମ୍ ସମୟ, ଖାଲି ସେତିକି ନୁହେଁ ଚର୍ଚ୍ଚା ହେଉଛି। ୨୦୨୩ରେ ରାଜ୍ୟରେ ଆଗୁଆ ନିର୍ବାଚନୀ ବିଗୁଲ୍ ବାଜିପାରେ। ଏଥିଲାଗି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସ୍ ଓଡ଼ିଶାର ପ୍ରଦର୍ଶନ ଉପରେ ରହିଛି। ସଂଗଠନକୁ ମଜବୁତ କରି ଶାସକ ବିରୋଧୀ ହାଓ୍ୱା ତିଆରି କରିବାକୁ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି।

ଅଧିକ ପଢ଼ନ୍ତୁ: ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

Advertisment

ସେପଟେ ଦଳୀୟ କର୍ମୀଙ୍କୁ ସଞ୍ଜୀବନୀ ଦେବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଗସ୍ତ କାର୍ଯ୍ୟକ୍ରମ ଜାରି ରହିଛି। ଜାନୁଆରୀ ଶେଷ ସପ୍ତାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି। ଏହା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଆସିବେ ଲୋକସଭା ପ୍ରବାସ ଯୋଜନାରେ ଉଭୟ ମୋଦି ଓ ଶାହ ଓଡିଶା ଆସି ସାଧାରଣ ସଭାରେ ଅଭିଭାଷଣ ରଖିବା ସହ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ। କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟକୁ ଘନ ଘନ ଗସ୍ତ କରି ସଂଗଠନକୁ ମଜବୁତ କରିବା, ସ୍ଥାନୀୟ କର୍ମୀଙ୍କୁ ସକ୍ରିୟ କରିବା ସହ ଟାସ୍କ ଦେଉଛନ୍ତି। ସେପଟେ ବିଜେପିର ପ୍ରସ୍ତୁତିକୁ ନେଇ ଶାସକ ବିଜେଡି କହିଛି, ଦଳ ଲୋକଙ୍କ ପାଖରେ ଅଛି, ଆମର ଫୋକସ୍ ସମ୍ପୂର୍ଣ ଓଡିଶା କାହାର ଗସ୍ତର କୌଣସି ପ୍ରଭାବ ପଡିବନି। କଂଗ୍ରେସ ବି ତ୍ରୁଟି ସୁଧାରି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ଲାଗି ପ୍ରସ୍ତୁତି କଲାଣି।

୨୦୧୪ରେ ବିଜେପି ଓଡ଼ିଶାରେ ତୃତୀୟ ସ୍ଥାନରେ ଥିଲା। ୨୦୧୯ରେ ଦଳ ମୁଖ୍ୟ ବିରୋଧୀ ଦଳ ସ୍ଥାନକୁ ଆସିଛି। ଆଉ ଏବେ କେନ୍ଦ୍ରୀୟ ବିଜେପିର ଫୋକସ୍ ପୂର୍ବ ଭାରତ ଭିତରେ ଓଡିଶା ରହିଛି। ଏଭଳି ସ୍ଥିତିରେ ୨୦୨୪ ନିର୍ବାଚନରେ ଦୁଇମୁଖୀ ଲଢେଇ ହେବ ବୋଲି ଆକଳନ କଲେଣି ରାଜନୈତିକ ସମୀକ୍ଷକ।

Advertisment

(ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାସଙ୍କ ରିପୋର୍ଟ)

BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ