Advertisment

12 Congress Legislator suspended: କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ବିଧାନସଭାରେ କଂଗ୍ରେସର ସମୁଦାୟ ୧୪ ଜଣ ବିଧାୟକ ରହିଛନ୍ତି। ଏହା ମଧ୍ୟରୁ ୧୨ ଜଣଙ୍କୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ।

ଅଦ୍ୟତନ ହୋଇଛି
assembly

assembly

Advertisment

ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ବିଧାନସଭାରେ କଂଗ୍ରେସର ସମୁଦାୟ ୧୪ ଜଣ ବିଧାୟକ ରହିଛନ୍ତି। ଏହା ମଧ୍ୟରୁ ୧୨ ଜଣଙ୍କୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପଲାସ୍ବାମୀ, ନୀଳ ମାଧବ ହିକକା ଓ ସୋଫିଆ ଫିରଦୋସଙ୍କୁ ନିଲମ୍ବନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା

ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କାରଣରୁ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ନିଲମ୍ବିତ ହୋଇଥିଲେ। ତେବେ ଗୃହ ନ ଚଳେଇ ଦେବା ପାଇଁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କେତେଦୂର ଠିକ୍ ତାହାକୁ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି। ବିରୋଧୀଙ୍କ ଏଭଳି ଆଚରଣକୁ ସାରା ରାଜ୍ୟ ଦେଖୁଛି। ଲୋକ ସେମାନଙ୍କୁ ବିରୋଧୀ ଦଳରେ ବସାଇଛନ୍ତି। ଗଠନମୁଳକ ଆଲୋଚନାରେ ଭାଗ ନେଇ ସରକାରଙ୍କ ସହ ଆଲୋଚନା କରିବା କଥା। କାହିଁକି ଓ କାହା ପ୍ରରୋଚନାରେ ଏଭଳି ନାଟକ ବାଜି କରୁଛନ୍ତି । ବିଧାନସଭାରେ ଗୋଟିଏ ଦିନରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଲୋକଙ୍କ ଟଙ୍କାକୁ ବ୍ୟର୍ଥ ନ କରି ଗୃହକୁ ଚଲାଇବା ନେଇ ବିରୋଧୀ ସହଯୋଗ କରିବାକୁ ବିଜେପି ବିଧାୟକମାନେ କହିଛନ୍ତି। ନହେଲେ ଏମିତି ସମୟ ଆସିବ ବିରୋଧୀ ଦଳରେ ବସିବାକୁ ବି ଆସନ ମିଳିବନି ବୋଲି ବିଜେପି ଚେତାଇ ଦେଇଛନ୍ତି।

Advertisment

ଗୃର୍ହକାର୍ଯ୍ୟ ଆରମ୍ଭ ହେଉ ହେଉ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ କଂଗ୍ରେସ ଆରମ୍ଭ କରିଦେଉଛି ଘଣ୍ଟମାଡ। ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଫାଟକ ପାଖରେ ବିରୋଧ କରିବା ଆରମ୍ଭ କରିଥିଲା। ବିଧାୟକ ମାନଙ୍କୁ ଗୃହ ଭିତରକୁ ଛାଡୁନଥିଲେ। ପଚାରିଲେ କହୁଛନ୍ତି ଗୃହ ତ ଚାଲୁନି ବିଧାୟକ ମାନେ ଗଲେ କ’ଣ କରିବେ ?

ସାଧାରଣ ଲୋକ ବିଧାୟକମାନଙ୍କ ଆଚରଣ ଓ ଉଚାରଣକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ କେବଳ ୨ ଦିନ ପ୍ରଶ୍ନକାଳ ଚାଲିଛି। ପ୍ରଶ୍ନକାଳରେ ବିଭିନ୍ନ ଅଞ୍ଚଳର ସମସ୍ୟା ସବୁ ଅଲୋଚନା ହୋଇଥାଏ। ମନ୍ତ୍ରୀ ତାର ସିଧା ଉତ୍ତର ରଖନ୍ତି। ବିରୋଧେଙ୍କ ଏଭଳି ଆଚରଣ ଲୋକଙ୍କ ସ୍ୱାର୍ଥକୁ ଧୋଇ ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

Congress Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ