• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କଡ଼ା ଜବାବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ । କହିଲେ ଯେତେ କାଦୁଅ ଫୋପାଡ଼ିବ, ସେତେ ଫୁଟିବ ପଦ୍ମ । ତାସହ ବଖାଣିଛନ୍ତି ଏନଡିଏ ସରକାରର ସଫଳତା ।

ଟେକ୍ନୋଲୋଜି ସହାୟତାରେ ଆମେ ସମସ୍ତ କାର୍ଯ୍ୟକୁ ସଫଳତାର ସହ ଆଗକୁ ନେଉଛି । ସମସ୍ତ ସରକାରୀ ଯୋଜନାର ସଫଳତା ପ୍ରକୃତ ହିତାଧୀକାରୀଙ୍କ ନିକଟରେ ପହଞ୍ଚୁଛି । ଆମର ଲକ୍ଷ ଦ୍ରୁତ ଗତିରେ ସମସ୍ତ କାର୍ଯ୍ୟର ସଫଳ ରୂପାୟନ କରିବା । ହେଲେ କଂଗ୍ରେସ ନା ନନେଇ ମୋଦି କହିଛନ୍ତି, ସେମାନେ କହୁଛନ୍ତି ଗରିବ ହଟାଓ । ହେଲେ ଦୀର୍ଘ ୪୦ ବର୍ଷ ହେଲା ସେମାନେ କିଛି କରିନଥିଲେ । ହେଲେ ଆମେ ଦେଶର ଲୋକଙ୍କ ଇଚ୍ଛାକୁ ଲକ୍ଷ ରଖି କଠିନ ପରିଶ୍ରମ ଜାରି ରଖିଛୁ ।

ଅଧିକ ପଢ଼ନ୍ତୁ: ଆଟାକିଂ ମୋଡ୍‌କୁ ଫେରିଲେ ମୋଦି, ସଂସଦରେ କଂଗ୍ରେସକୁ ପ୍ରବଳ ଧୋଇଲେ

ଆମ ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରଥମେ ଦୃଷ୍ଟିରେ ରଖାଯାଉଛି । ସେଥିପାଇଁ ଏଲପିଜି ଭଳି କନେକସନ୍ ୨୫ କୋଟି ଲୋକଙ୍କ ଘରକୁ ଯୋଗାଇ ଦିଆଯାଇଛି । କଂଗ୍ରେସ କେବେ ବି ଦେଶର ସ୍ଥାୟୀ ସମସ୍ୟାର ସମାଧାନ ଚାହେଁନି । ପୂର୍ବରୁ ପ୍ରାୟ ୬ ଶହ ସରକାରୀ ଯୋଜନା ଗାନ୍ଧୀ-ନେହେରୁ ପରିବାର ନାଁରେ ଥିଲା । ହେଲେ ଆମେ ବୁଝିପାରୁନି କାହିଁକି ସେହି ପରିବାରର ଲୋକମାନେ ନିଜର ସରନେମ ରଖୁନାହାନ୍ତି । ଏଭଳି କହି ବିରୋଧୀ କଂଗ୍ରେସକୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବରୁ ଲୋକସଭାରେ କଂଗ୍ରେସକୁ ଧୂଲେଇ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ୨୦୦୪ରୁ ୧୪ ଗୋଟିଏ ଦଶକ ପୂରା ଘୋଟାଲାରେ ବୁଡ଼ିଥିଲା । ୨୦୧୦ କମନୱେଲଥ ଗେମ୍ ଘୋଟାଲା ଦେଶକୁ ବଦନାମ କରିଦେଲା ବୋଲି କହିଥିଲେ । ସେ ଆହୁରି କହିଥିଲେ, ଟେଲିକମ ସଂସ୍କାର ଆଣିବା ନାଁରେ ଟୁଜି ସ୍କାମ୍ କରିଦେଲେ । କୋଇଲା ଘୋଟାଲା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲା । ପୂରା ଦେଶ ୧୦ ବର୍ଷ ଯାଏଁ ଆତଙ୍କୀଙ୍କ ଅମରାବତୀ ପାଲଟିଗଲା । ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କରିଥିଲା ।

୨୦୦୪ରୁ ୧୪ ଦଶବର୍ଷ କଳା ଦଶକ ଥିଲା କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏହି ଦଶବର୍ଷ ‘କ୍ଷତିର ଦଶକ’ ଥିଲା । ବିଗତ ୯ ବର୍ଷରେ ଭାରତ ଲସ୍ ଅଫ୍ ଡିକେଡରୁ ଡିକେଡ୍ ଅଫ୍ ଇଣ୍ଡିଆ ହୋଇଛି । ବହୁଧା ବିଭକ୍ତ ବିରୋଧୀଙ୍କୁ କେବଳ ଇଡି ଏକାଠି କରିପାରିଛି । ଇଡି ଯୋଗୁଁ ବିରୋଧୀ ଏକାଠି ହୋଇପାରିଛନ୍ତି କହି ତାତ୍ସଲ୍ୟ କରିଥିଲେ ମୋଦି ।