• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଆଟାକିଂ ମୋଡ୍‌ରେ ମୋଦି । ଦୀର୍ଘ ଦିନ ପରେ ପୁଣି ମୋଦିଙ୍କୁ ଦେଖିବାକୁ ମିଳିଛି ଆଟାକିଂ ମୋଡ୍‌ରେ । ସଂସଦରେ ବିରୋଧୀଙ୍କୁ ଦେଇଛନ୍ତି ମୁହଁତୋଡ଼ ଜବାବ । ୨୦୦୪ରୁ ୧୦୧୪ ମଧ୍ୟରେ ହୋଇଥିବା ସବୁ ଘୋଟାଲାର କଲେ ପର୍ଦ୍ଦାଫାସ୍ । ଗୋଟି ଗୋଟି କରି ବଖାଣିଲେ କଂଗ୍ରେସର ଦୁର୍ନୀତି । ବିରୋଧୀଙ୍କ ମୁହଁ କରିଦେଲେ ବନ୍ଦ ।

ଲୋକସଭାରେ କଂଗ୍ରେସକୁ ଧୂଲେଇ କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦୦୪ରୁ ୧୪ ଗୋଟିଏ ଦଶକ ପୂରା ଘୋଟାଲାରେ ବୁଡ଼ିଥିଲା । ୨୦୧୦ କମନୱେଲଥ ଗେମ୍ ଘୋଟାଲା ଦେଶକୁ ବଦନାମ କରିଦେଲା । ଟେଲିକମ ସଂସ୍କାର ଆଣିବା ନାଁରେ ଟୁଜି ସ୍କାମ୍ କରିଦେଲେ । କୋଇଲା ଘୋଟାଲା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲା । ପୂରା ଦେଶ ୧୦ ବର୍ଷ ଯାଏଁ ଆତଙ୍କୀଙ୍କ ଅମରାବତୀ ପାଲଟିଗଲା । ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।

୨୦୦୪ରୁ ୧୪ ଦଶବର୍ଷ କଳା ଦଶକ ଥିଲା କହିଲେ ପ୍ରଧାନମନ୍ତ୍ରୀ । ଆଉ ଏହି ଦଶବର୍ଷ ‘କ୍ଷତିର ଦଶକ’ ଥିଲା କହିଲେ ପ୍ରଧାନମନ୍ତ୍ରୀ । ବିଗତ ୯ ବର୍ଷରେ ଭାରତ ଲସ୍ ଅଫ୍ ଡିକେଡରୁ ଡିକେଡ୍ ଅଫ୍ ଇଣ୍ଡିଆ ହୋଇଛି । ବହୁଧା ବିଭକ୍ତ ବିରୋଧୀଙ୍କୁ କେବଳ ଇଡି ଏକାଠି କରିପାରିଛି । ଇଡି ଯୋଗୁଁ ବିରୋଧୀ ଏକାଠି ହୋଇପାରିଛନ୍ତି କହିଲେ ମୋଦି ।

ଅନ୍ୟପଟେ ଆଜି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜର ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି । ମହାମାରୀର ସଫଳ ମୁକାବିଲା ସାରା ବିଶ୍ୱର ନଜର ବଦଳାଇ ଦେଇଛି । ବିଶ୍ୱର ସର୍ବବୃହତ୍ତ ଟିକା ଅଭିଯାନ ଭାରତ ସଫଳତାର ସହ କରିଛି । ସାରା ଦେଶର ଶହେ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦିଆଯାଇଛି । କେବଳ ଦେଶବାସୀ ନୁହେଁ, ୧୫୦ ଦେଶକୁ ଆମେ ଟିକା ଯୋଗାଇଛି ଭାରତ । ପୂରା ତାକତ୍ ସହ ଭାରତ ଏବେ ଆଗେଇ ଚାଲିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସାରା ଦୁନିଆ ଏବେ ଭାରତର ସମୃଦ୍ଧିରେ ନିଜ ସମୃଦ୍ଧି ଦେଖୁଛି । ନିରାଶାରେ ବୁଡ଼ିଥିବା କିଛି ଲୋକ ଦେଶର ପ୍ରଗତିକୁ ସହି ପାରୁନାହାନ୍ତି ବୋଲି କହିଛନ୍ତି ମୋଦି ।