• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ଙ୍କୁ ନେଇ ପୁଣି ବିଜେଡି ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସତ ସାମ୍ନାକୁ ଆସିଲେ ଏ ସରକାର ଭାଙ୍ଗିଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କେବଳ ଏତିକି ନୁହେଁ ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି । ଏଥିପାଇଁ ସରକାର ଡରୁଛନ୍ତି ଓ ତଥ୍ୟ ଲୁଚେଇ ବାକୁ ଚେଷ୍ଟା କରୁଛନ୍ତି । ଯଦି ସେମାନେ ସତ କଥା କହୁଛନ୍ତି, ତେବେ ହାଡ ଡିସ୍କକୁ ଲୋକଲୋଚନକୁ ଅଣାଯାଉ । ଏହା ନୂଆ ଘଟଣା ନୁହେଁ । ଏହା ସହ ବହୁ ଆଇଏଏସ୍, ଆଇପିଏସ୍ ଅଫିସର ମଧ୍ୟ ସାମିଲ ଅଛନ୍ତି । ଯେତେ ଲୋକ ସାମିଲ, ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିଯିବ । ଅର୍ଚ୍ଚନାଙ୍କ ଲାପଟପ୍ ଓ ମୋବାଇଲରେ ସବୁ ତଥ୍ୟ ରହିଛି । ସାଲୁଜାଙ୍କ ଏଭଳି ବୟାନ ଏବେ ନାଗଫାଶ ଇସୁକୁ ଆହୁରି ଗରମ କରିଛି।

‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’ : ସନ୍ତୋଷ ସିଂ ସାଲୁଜା

ମମିତା ମେହେର୍‌ ମାମଲାରେ ମଧ୍ୟ ପୋଲିସ୍ ନିଜେ ତାଙ୍କର ଲ୍ୟାପଟପ୍‌ ସିଜ୍‌ କରିଥିଲା । ହେଲେ ଯେଉଁ ସରକାରୀ ଦଳର ଏମଏଲଏ ଓ ମନ୍ତ୍ରୀ ଯାଉଥିଲେ, ତାଙ୍କୁ ଲୁଚାଇ ଦିଆଗଲା । କେବଳ ଗୋବିନ୍ଦ ସାହୁ ଓ ରାଧେ ସାହୁଙ୍କୁ ଆରେଷ୍ଟ କରି ତାଙ୍କ ନାମରେ ଚାର୍ଜସିଟ୍‌ କରାଗଲା । ଏଠିବି ସମାନ ସ୍ଥିତି ହେବ । କେବଳ ବିଜେଡିର ନୁହେଁ ବିଜେପିର କିଛି ନେତା ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି ବୋଲି ସାଲୁଜା ଅଭିଯୋଗ କରିଛନ୍ତି । ଆଉ ପୋଲିସ ତଦନ୍ତ କରି ସବୁ ତଥ୍ୟ ସାମ୍ନାକୁ ଆଣୁ ବୋଲି ତାଙ୍କର ଦାବି ରହିଛି ।

ଗତକାଲି ମଧ୍ୟ ସରକାଙ୍କୁ ଟାର୍ଗେଟ କରିଥିଲେ ସନ୍ତୋଷ ସିଂ ସାଲୁଜା । ଅର୍ଚ୍ଚନା ନାଗଙ୍କ ସେକ୍ସ ରାକେଟ୍‌ରେ ବହୁ ବିଜେଡି ନେତା ସାମିଲ ଥିବା ନେଇ ଗତକାଲି ବୟାନ୍‌ ଦେଇଥିଲେ । ଲେଡି ବ୍ଲାକ୍‌ମେଲଙ୍କ ପାଇଁ ବିଧାୟକ, ନେତା ଓ ଅଫିସରଙ୍କ କେତେ ଯେ ରାତି ରଙ୍ଗୀନ ହୋଇଛି, ତାହା କହିହେବ ନାହିଁ । ଶାସକ ଦଳର ନେତା, ମନ୍ତ୍ରୀଙ୍କ ସହ ରାଜ୍ୟର କିଛି ବାବୁ ଏଥିରେ ସାମିଲ ଥିବା ପ୍ରମାଣ ବି ମିଳିସାରିଛି । ଆଉ ଗୋଟିଏ ରାତିକୁ ସେମାନେ ଦେଉଥିଲେ ଲକ୍ଷଲକ୍ଷ ଟଙ୍କା, ଆଉ ମଉଜ ମଜଲିସ୍‌ କରୁଥିଲେ ବୋଲି ସେ କହିଥିଲେ ।’

ସେପଟେ ଅର୍ଚ୍ଚନା ନାଗ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହି ଘଟଣାରେ ବହୁ ନେତା, ଅଫିସର ସାମିଲ ଥିବା ଚର୍ଚ୍ଚା ହେଉଛି । ସିବିଆଇ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

ସେହିପରି ବିଜେପିର ବରିଷ୍ଠ ନେତା ବାବୁ ସିଂ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି । ନାଗ ଫାଶରେ ୩ ମନ୍ତ୍ରୀ ସାମିଲ ଥିବା ସେ କହିଛନ୍ତି । ୧୮ରୁ ଅଧିକ ବିଧାୟକଙ୍କ ସହ ୩ ଜଣ ମନ୍ତ୍ରୀ ବି ଅଛନ୍ତି । ଅର୍ଚ୍ଚନାଙ୍କ ଘରକୁ ଶାସକ ଦଳର ବହୁ ଯୁବ ନେତା ଯାଉଥିଲେ । ହେଲେ ଶାସକ ଦଳ ସାମିଲ ଥିବାରୁ ପୋଲିସ ଜାଣିଶୁଣି ଘଣ୍ଟ ଘୋଡ଼ାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।