Advertisment

‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

‘ଅର୍ଚ୍ଚନା ନାଗଙ୍କ ସେକ୍ସ ରାକେଟ୍‌ରେ ସାମିଲ ବହୁ ବିଜେଡି ନେତା । ଲେଡି ବ୍ଲାକ୍‌ମେଲଙ୍କ ପାଇଁ ବିଧାୟକ, ନେତା ଓ ଅଫିସରଙ୍କ କେତେ ଯେ ରାତି ରଙ୍ଗୀନ ହୋଇଛି, ତାହା କହିହେବ ନାହିଁ । ଶାସକ ଦଳର ନେତା, ମନ୍ତ୍ରୀଙ୍କ ସହ ରାଜ୍ୟର କିଛି ବାବୁ ଏଥିରେ ସାମିଲ ଥିବା ପ୍ରମାଣ ବି ମିଳିସାରିଛି । ଆଉ ଗୋଟିଏ ରାତିକୁ ସେମାନେ ଦେଉଥିଲେ ଲକ୍ଷଲକ୍ଷ ଟଙ୍କା, ଆଉ କରୁଥିଲେ ମଉଜ ମଜଲିସ୍‌ ।’ ତେବେ କଥା ଆମେ ନୁହେଁ ବରଂ କହିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ସାଲୁଜାଙ୍କ ପ୍ରତିକ୍ରିୟା ପରେ ଅକଳରେ ସରକାରୀ ଦଳ । ଛାନିଆ ହୋଇଗଲେଣି ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବିଜେଡି ନେତା।

Advertisment

ରହସ୍ୟମୟୀ ସୁନ୍ଦରୀ ଅର୍ଚ୍ଚନା ନାଗ୍‌ ଚଳାଇଥିବା ସେକ୍ସ ରାକେଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ତାଙ୍କର ଆଲିଶାନ ଘରେ ରାତି ଯେତିକି ବଢୁଥିଲା ତାତି ବି ସେତିକି ବଢୁଥିଲା । ଅର୍ଚ୍ଚନା ଚଳାଇଥିବା ସେକ୍ସ ରାକେଟ ଓ ବ୍ଲାକମେଲ ମାମଲାରେ ଅନେକ ବିଜେଡି ନେତା, ମନ୍ତ୍ରୀ, ଅଫିସରଙ୍କ ସମ୍ପୃକ୍ତି ରହିଛି । ତେଣୁ ବିଜେଡି ସରକାର ଚାପରେ ପଡ଼ି ଜବତ ହୋଇଥିବା ଲାପଟପ୍ ଓ ମୋବାଇଲ୍‌ରେ ଥିବା ଭିଡ଼ିଓ, ଫଟୋ, ନାମ ବିଷୟରେ ପୁଲିସ ତଥ୍ୟ ଲୁଚାଉଛି । ଖାଲି ତଥ୍ୟ ଲୁଚାଉଛି ତାହା ନୁହେଁ ବରଂ ଅର୍ଚ୍ଚନାଙ୍କୁ ପୂରା ସପୋର୍ଟ ବି କରୁଛି ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି।

ସନ୍ତୋଷଙ୍କ ଅଭିଯୋଗ ଅନୁସାରେ, ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜବତ ଲାପଟପ୍‌ ଭିତରେ ଥିବା ରହସ୍ୟକୁ ପୋଲିସ ସମସ୍ତଙ୍କ ସାମ୍ନାକୁ ନ ଆଣିବା ଭଳି ଅର୍ଚ୍ଚନା ମାମଲାରେ ମଧ୍ୟ ତଥ୍ୟ ନଷ୍ଟ କରାଯିବା କିଛି ଅସମ୍ଭବ ନୁହେଁ । ବିଜେଡି ନେତା ମାନେ ସଫା ପୋଷାକ ପିନ୍ଧି ଘୃଣ୍ୟ କାମ କରୁଛନ୍ତି। ସେମାନଙ୍କ ନାମକୁ ସାଧାରଣରେ ପ୍ରକାଶ କରାଯିବା ସହ ମାମଲା କରାଯାଉ । ଲୋକ ଜାଣିବେ କେଉଁମାନେ ଘୃଣିତ କାମ କରୁଛନ୍ତି । ମାମଲାର SIT ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି ।

Advertisment

ଖାଲି ସାଲୁଜା କାହିଁକି? ବରଂ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଯେହେତୁ ଏହି ମାମଲାରେ ବଡ଼ବଡ଼ ସରକାରୀ ଅଧିକାରୀ, ରାଜନେତା, ବ୍ୟବସାୟୀ ସମ୍ପୃକ୍ତ ଅଛନ୍ତି, ତେଣୁ ପୋଲ ଖୋଲିଯିବା ଭୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏମାନଙ୍କୁ ଘଣ୍ଟ ଘୋଡ଼ାଉଛି। ତେଣୁ ସମ୍ପୃକ୍ତ ଥିବା ସବୁ ଚେହେରା ବାହାରକୁ ଆସିବା ଆବଶ୍ୟକ।

ଅନ୍ୟପଟେ ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର କଳା ଟଙ୍କା ଗୁମର। ନିଜ ମାୟା ଜାଲରେ ବିଭିନ୍ନବର୍ଗର ଲୋକଙ୍କୁ ଫସାଉଥିଲେ । ସେ ନେତା, ମନ୍ତ୍ରୀ, ବିଲ୍ଡର, ବ୍ୟବସାୟୀ, ଫିଲ୍ମ କଳାକାରଙ୍କ ଭଳି ବହୁ ବଡ଼ବଡ଼ିଆଙ୍କ ସମ୍ପର୍କରେ ଆସି କୋଟି କୋଟି ଟଙ୍କା କମାଉଥିଲେ। ଏହି କଳା ଟଙ୍କାକୁ ସେ କେମିତି ଓ କେଉଁ ବାଟରେ ବିନିଯୋଗ କରୁଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଥିରେ ବିଜେଡି ନେତାଙ୍କ ଲିଙ୍କ୍‌କୁ ନେଇ ସବୁଠି ଚର୍ଚ୍ଚା ।

Congress Lady Blackmailer Archana Nag
Advertisment
Advertisment