ପ୍ରେସ୍‌ମିଟ୍‌ ବେଳେ ରାହୁଲଙ୍କ ଭାଷଣ ସୁଧାରିଲେ ଜୟରାମ ରମେଶ, ଦେଖନ୍ତୁ ଭିଡିଓ

ଯେଉଁ ସବୁ କଥା ଜୟରାମ ରମେଶ କହିଲେ ସେହି କଥାକୁ ନେଇ ଏବେ ରାହୁଲ ଗାନ୍ଧି ଟ୍ରୋଲ୍ ହେଉଛନ୍ତି । ଟ୍ରୋଲରଙ୍କ ମୁଖ୍ୟ ଟାର୍ଗେଟ୍‌ ହେଲା ଯେ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ବସିଛନ୍ତି । କିନ୍ତୁ ଏମିତି ଭୁଲ କରୁଛନ୍ତି ।

Rahul Gandhi

ପୁଣି ଟ୍ରୋଲ ହେଲେ ରାହୁଲ ଗାନ୍ଧି । ସୋସିଆଲ ମିଡିଆ ରେ ହେଲେ ଅପମାନିତ । ଆଉ ଏଥର କୌଣସି ବିରୋଧୀଙ୍କ ପାଇଁ କିମ୍ବା ନିଜ ଭୁଲ ପାଇଁ ନୁହେଁ ବରଂ ନିଜ ଦଳର ନେତାଙ୍କ ପାଇଁ ହେଲେ ଟ୍ରୋଲ । ଆଉ ଟ୍ରୋଲରଙ୍କୁ ବି କାଉଣ୍ଟ କରିଛନ୍ତି କଂଗ୍ରେସ ର କିଛି ସମର୍ଥକ । ଆଗକୁ ନିର୍ବାଚନ ଥିବା ବେଳେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଅଧିକ ଆକ୍ଟିଭ୍‌ ହୋଇଛନ୍ତି ।

 ଭାରତ ଯୋଡ଼ୋ ଯାତ୍ରା ସରିବା ପରେ ତାଙ୍କ ଲୁକ୍‌ସକୁ ନେଇ ପ୍ରଥମେ ଖୁବ୍‌ ଚର୍ଚ୍ଚା ହୋଇଥିଲା । କାରଣ ଭାରତ ଯୋଡ଼ୋ ଯାତ୍ରା ବେଳେ ସେ ଦାଢ଼ି ବଡ଼ କରିଥିଲେ । ଆଉ ତାପରେ କାଟିଦେଲେ । ସେହି ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହୋଇଥିଲା ।

ଏବେ କିନ୍ତୁ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଟ୍ରୋଲରଙ୍କୁ ଏକ ବଡ଼ ଖୋରାକ ଯୋଗାଇଛି । ଭାଇରାଲ ହେଉଥିବା ଭିଡିଓରେ, ରାହୁଲ ଗାନ୍ଧି ଏକ ପ୍ରେସ୍‌ କନ୍‌ଫରେନ୍‌ସରେ ବସି ଭାଷଣ ଦେଉଛନ୍ତି । ଆଉ ତାଙ୍କ ପାଖରେ ବସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ରାହୁଲ ଭାଷଣ ଦେଉଥିବା ବେଳେ ଅଚାନକ ତାଙ୍କୁ ଅଟକାଇଦେଲେ ଜୟରାମ । ଆଉ ରାହୁଲଙ୍କୁ ନିଜ ଭାଷଣ ସୁଧାରିବା ପାଇଁ କହିଲେ । ତାପରେ ରାହୁଲ ତ୍ରୁଟି ସଂଶୋଧନ କରି ପୁଣି ଭାଷଣ ଆରମ୍ଭ କଲେ । ସେହି କିଛି ମୁହୁର୍ତ୍ତର ଭିଡିଓ ଏବେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓ ରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାହୁଲ ଗାନ୍ଧି ପ୍ରଥମେ କହିଥିଲେ, ‘ଦୁର୍ଭାଗ୍ୟବଶତଃ ମୁଁ ଜଣେ ସାଂସଦ’ । ଏତିକି କହି ସାରିବା ବେଳକୁ ଜୟରାମ ରମେଶ ତାଙ୍କୁ ଅଟକାଇଥିଲେ । ଆଉ କହିଥିଲେ ‘ଦୁର୍ଭାଗ୍ୟବଶତଃ ମୁଁ ଜଣେ ସାଂସଦ’ ବୋଲି କହିଲେ ଲୋକେ ଏହାର ମଜାକ୍‌ ଉଡ଼ାଇବେ । ତେଣୁ ଆପଣ କୁହନ୍ତୁ ‘ଦୁର୍ଭାଗ୍ୟବଶତଃ ଆପଣଙ୍କ ପାଇଁ ମୁଁ ଜଣେ ସାଂସଦ’ ।

ଅଧିକ ପଢ଼ନ୍ତୁ: PM ଆବାସ ଯୋଜନାରେ ରାହୁଲଙ୍କୁ ଘର ଦେବ ବିଜେପି !

ଯେଉଁ ସବୁ କଥା ଜୟରାମ ରମେଶ କହିଲେ ସେହି କଥାକୁ ନେଇ ଏବେ ଟ୍ରୋଲର ରାହୁଲ ଗାନ୍ଧିଙ୍କୁ ଟ୍ରୋଲ କରୁଛନ୍ତି । ଟ୍ରୋଲରଙ୍କ ମୁଖ୍ୟ ଟାର୍ଗେଟ୍‌ ହେଲା ଯେ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ବସିଛନ୍ତି । କଂଗ୍ରେସ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବ ବୋଲି ଆଶା ରଖିଛି । କିନ୍ତୁ ରାହୁଲ ଏତେ ଦିନ ଧରି ରାଜନୀତି କରିବା ପରେ ବି ତାଙ୍କୁ ସବୁ କିଛି ଶିଖାଇବାକୁ ପଡ଼ୁଛି । ସବୁ ବେଳେ ଭାଷଣ ଦେବା ବେଳେ ସେ କିଛି ନା କିଛି ଓଲଟ ପାଲଟ କଥା କହୁଛନ୍ତି । ଆଉ କେତେ ଶିଖାଇଲେ ରାହୁଲ ଶିଖିବେ ।

ତେବେ ଅନେକ ଟ୍ରୋଲରଙ୍କ ମଧ୍ୟରୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଜଣେ । ଗୋଟିଏ ପଟେ ସମ୍ବିତ ପାତ୍ର ରାହୁଲଙ୍କୁ ଟ୍ରୋଲ କରିଥିବା ବେଳେ କଂଗ୍ରେସ ସମର୍ଥକ ତାଙ୍କୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ରାହୁଲ ଜଣେ ସାଂସଦ । ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି । କିନ୍ତୁ ଆପଣ ଲୋକସଭା ନିର୍ବାଚନ ହାରିଛନ୍ତି ।

ଅନ୍ୟ ଜଣେ ୟୁଜର କହିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧି ସାଂସଦ ହୋଇନାହାନ୍ତି । ବରଂ ଆମର ଦୁର୍ଭାଗ୍ୟ ଯେ ରାହୁଲଙ୍କ ଭଳି ଜଣେ ଆମର ସାଂସଦ ।