Advertisment

Vastu Tips: ବାସ୍ତୁରେ ପାରିବାରିକ କଳହର କାରଣ ଏବଂ ନିରାକରଣ

ପରିବାରରେ ଏକାଠି ରହିଲେ ମତଭେଦ ହେବା ସ୍ୱାଭାବିକ, କିନ୍ତୁ ଏହି ମତଭେଦ ଗୋଟେ ସୀମା ଭିତରେ ରହିଲେ ଠିକ୍। ଏହା ଯଦି ସୀମା ଅତିକ୍ରମ କରେ ପରିବାରରେ ଚଳିବା କଷ୍ଟକର ହୋଇଯାଏ। ତେବେ ବାସ୍ତୁରେ ଏହାକୁ କିପରି ସମାଧାନ କରାଯିବ ଆସନ୍ତୁ ଜାଣିବା।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips for Family Peace

Causes and Solve of Family Conflict in Vastu

“ବସ୍ତୁ” ଶବ୍ଦରୁ “ବାସ୍ତୁ” ଶବ୍ଦର ଉତ୍ପତ୍ତି । ଯାହାର ସତ୍ତା ଅଛି ତାକୁ ବସ୍ତୁ କୁହାଯାଏ। ଏହି ବସ୍ତୁ ସମ୍ବନ୍ଧିତ ଶାସ୍ତ୍ର ହିଁ ହେଉଛି ବାସ୍ତୁଶାସ୍ତ୍ର। ଦେଶ, ନଗର, ନିବାସ, ସମାବେଶସ୍ଥଳ, ବିଭିନ୍ନ ପ୍ରକାର ପଲଙ୍କ, ବସିବା ସ୍ଥାନ ସମସ୍ତ ବସ୍ତୁ ଯାହା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୁଏ ଏସବୁ ପାଇଁର ବାସ୍ତୁଶାସ୍ତ୍ରର ସିଦ୍ଧାନ୍ତ ପରମ କଲ୍ୟାଣକାରୀ ହୁଏ।

Advertisment

ଆମେ ବାସ୍ତୁ ବିଷୟରେ ଅନେକ ତଥ୍ୟ ଜାଣିଲେଣି। ତେବେ ଆଜି ଆସନ୍ତୁ ସମସ୍ୟା ସମାଧାନ ବିଷୟରେ ନଜର ପକେଇବା।

ପାରିବାରିକ କଳହର କାରଣ ଏବଂ ନିରାକରଣ:

ପରିବାରରେ ଏକାଠି ରହିଲେ ମତଭେଦ ହେବା ସ୍ୱାଭାବିକ, କିନ୍ତୁ ଏହି ମତଭେଦ ଗୋଟେ ସୀମା ଭିତରେ ରହିଲେ ଠିକ୍। ଏହା ଯଦି ସୀମା ଅତିକ୍ରମ କରେ ପରିବାରରେ ଚଳିବା କଷ୍ଟକର ହୋଇଯାଏ। ଏହା ଗୃହରେ ବସବାସ କରୁଥିବା ସଦସ୍ୟଙ୍କର ପ୍ରକୃତି ଉପରେ ନିର୍ଭର କରେ । ସବୁଲୋକ ଏକା ପ୍ରକୃତିର ନୁହଁନ୍ତି, ଏଣୁ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ହୋଇଥାଏ।

Advertisment

ମଣିଷର ଏହି ପ୍ରକୃତି ଉପରେ ବାସ୍ତୁ ଅନେକମାତ୍ରାରେ ପ୍ରଭାବିତ କରିଥାଏ। ଏଣୁ ପ୍ରାୟ ସମସ୍ତ ଜାଗାରେ ଦେଖାଯାଇଛି ଯେ ବାସ୍ତୁର ବିଭିନ୍ନ ଦୋଷରୁ ପାରିବାରିକ କଳହ ଏହାର ସୀମା ଅତିକ୍ରମ କରି ଅନେକ ସମସ୍ୟା ହେଉଛି। ଏପରିକି ପରିବାର ଭିତରେ ମାଲି ମକଦ୍ଦମା ପରି ପରିସ୍ଥିତି ସୃଷ୍ଟିହେଉଛି। 

ମୁଖ୍ୟତଃ ଅଗ୍ନିକୋଣରେ କୌଣସି ଦୋଷତୃଟି ଥିଲେ ମହିଳାମାନେ ଅସନ୍ତୁଷ୍ଟ ହୁଅନ୍ତି, ଯାହାଫଳରେ ଅନେକ ସମୟରେ ପରିବାରରେ ମତଭେଦ ସୃଷ୍ଟି ହୋଇଥାଏ। ଅଗ୍ନିକୋଣରେ ଦୋଷଥିଲେ ଅଗ୍ନି ତତ୍ତ୍ୱ ବିଗିଡିଯାଏ ଯାହା ଫଳରେ ମଣିଷ ଭିତରେ ଥିବା ଅଗ୍ନି ତତ୍ତ୍ୱକୁ ପ୍ରଭାବିତ କରିଥାଏ।

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି? ଜାଣନ୍ତୁ କିପରି କରିବେ

ଏହା ଫଳରେ ମନରେ ସବୁବେଳେ କ୍ରୋଧ ଉତ୍ପନ୍ନ ହୁଏ । ଏହି କ୍ରୋଧ ନିୟନ୍ତ୍ରଣାଧିନ ରହିଲେ ଠିକ୍ କିନ୍ତୁ ନିୟନ୍ତ୍ରଣରୁ ବାହାରକୁ ଗଲେ ଅନେକ ସମସ୍ୟା ଦେଖାଦିଏ।

ଅଗ୍ନିକୋଣରେ ଦୋଷତୃଟି କହିଲେ ଏହି ସ୍ଥାନ ଅନ୍ୟସ୍ଥାନ ଅପେକ୍ଷା ଉଚ୍ଚା ହୋଇଥିବ, ଅଳିଆ ଆବର୍ଜନା ରହୁଥିବ, ନିର୍ମାଣରେ ଦୋଷତୃଟି ଦ୍ୱାରା ଫାଟ ସୃଷ୍ଟି ହୋଇଥିବ। ଏହି ସ୍ଥାନରେ ଉପଯୁକ୍ତ ରଙ୍ଗ ଦିଆହୋଇ ନଥିବ। ଅଗ୍ନିକୋଣରେ ଜଳର ଉତ୍ସ ଥିବ କିମ୍ବା ଏହି ସ୍ଥାନରେ ଜଳ ତତ୍ତ୍ୱ ବେଶି ଥିବ। ମୋଟାମୋଟି ଭାବେ କହିବାକୁ ଗଲେ ଅଗ୍ନିର ବିପରୀତ କାର୍ଯ୍ୟ ଏହି ସ୍ଥାନରେ ହୋଇଥିବ।

ଏପରି ହେଲେ ଅଗ୍ନି ତତ୍ତ୍ୱ ବିଗିଡ଼ି ଯାଇଥାଏ ଏବଂ ସମସ୍ୟା ସୃଷ୍ଟି ହୋଇଥାଏ। ଗୃହ ନିର୍ମାଣ ସମୟରେ ଅଗ୍ନିକୋଣରେ ବେଶି ଖୋଲା ସ୍ଥାନ ରଖାଯାଇଥିଲେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଅଗ୍ନିକୋଣରେ ଦର୍ପଣ ରଖିବା ଅନୁଚିତ।

ଦକ୍ଷିଣ ପୂର୍ବ କୋଣ ଅନ୍ୟ ଦିଗ ଏବଂ କୋଣଠାରୁ ବଡ଼ ହୋଇଥିଲେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କରିବା ଦରକାର। ଗୃହରେ ଇଲେକ୍ଟ୍ରିକାଲ୍‌ ଜିନିଷକୁ ଏହି କୋଣରେ ରଖିଲେ ଭଲ। ଏହି ସ୍ଥାନକୁ ହାଲୁକା ଗୋଲାପି କିମ୍ବା ଲାଲ୍ ରଙ୍ଗ କଲେ ଶୁଭ ଫଳ ମିଳିଥାଏ।

ଅଧିକ ପଢ଼ନ୍ତୁ: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

ଅଗ୍ନିକୋଣରେ ଦୋଷତୃଟି ଥିଲେ, ସବୁଠାରୁ ସହଜ ଉପାୟ ହେଲା ଏହି ସ୍ଥାନରେ ସବୁବେଳେ ଏକ ଲାଲ୍ ବଲ୍‌ବ ଜଳାଇ ରଖିବେ। ଏହା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ। କିନ୍ତୁ ଏହି ସ୍ଥାନରେ ଯଦି କୂଅ, ନଳକୂଅ ଥାଏ ତେବେ ଏହାକୁ ବନ୍ଦ କରିବା ଭଲ, ନହେଲେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଏହାର ନେଗେଟିଭ ଏନର୍ଜିକୁ ସନ୍ତୁଳିତ କରିଦେଲେ ଅନେକ ସମସ୍ୟାର ସମାଧାନ ହୋଇଯିବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Vichar Vastu Tips Vastu Tips For Home
Advertisment
Advertisment