Balijatra
କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି କଟକ ମେୟର ସୁବାସ ସିଂହ । ପ୍ରେସମିଟ୍ରେ କେନ୍ଦ୍ର ବିରୋଧରେ ଅଭିଯୋଗ କରି ମେୟର କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି। ଆଗାମୀ ଦିନରେ ସଂସଦରେ ଏ ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ମେୟର ।
ମାନ୍ୟତା ନେଇ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି । ତେବେ ମାନ୍ୟତା ଦେବାକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ କହି ଚିଠି ଲେଖିଥିଲା ବିଭାଗ ବୋଲି ସେ କହିଛନ୍ତି। ତେବେ ଏନେଇ କେନ୍ଦ୍ର କିମ୍ବା ବିଜେପିର ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Balijatra_1700722395.jpg)