Advertisment

ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ...

ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି।

author-image
Satyendu Shekher Mishra
Balijatra

Balijatra

ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି ।

Advertisment

ଖାଲି ସେତିକି ନୁହେଁ, ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ସାଂସ୍କୃତିକ କାର୍ଯ୍ୟକ୍ରମ । ବୈଷ୍ନବ ପାଣି ମଞ୍ଚରେ ଓଲିଉଡ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାରଙ୍କ ଜଲୱା ଦେଖିବାକୁ ମିଳିବ। ଗୋଟିଏ ସଂଧ୍ୟାରେ କେବଳ ଅକ୍ଷୟ ମହାନ୍ତିଙ୍କ ସଂଗୀତ ପରିବେଷଣ କରାଯିବ। ଅସୀମା ପଣ୍ଡା, ହ୍ୟୁମାନ ସାଗର, ଦିପ୍ତୀରେଖା, ସ୍ୱୟଂ ପାଢୀ, ମଣ୍ଟୁ ଛୁରିଆଙ୍କ ଭଳି ଅନେକ କଳାକାରଙ୍କ ଗୀତରେ ଝୁମିବେ ଦର୍ଶକ।

ସେହିପରି ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି। 

Advertisment

ଏପଟେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ଷ୍ଟଲ ପାଇଁ ବ୍ୟବସ୍ୟାୟୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ୯ ଶହ ବ୍ୟବସ୍ୟାୟୀ ମୋଟ ୧୬ ଶହରୁ ଅଧିକ ପ୍ଲଟ ପାଇଁ ପଞ୍ଜୀକରଣ କରିଥିବାବେଳେ ନିଲାମ ପକ୍ରିୟାରେ ଭାଗ ନେଇଛନ୍ତି। ନିଲାମ ପକ୍ରିୟା ୬ଟି ସ୍ଥାନରେ ଚାଲିଥିବା ବେଳେ ଏଥିଲାଗି ୧୦ଟି ଟିମ୍ କରାଯାଇଛି। ନିଲାମର ବେସ୍ ପ୍ରାଇସ ବର୍ଗଫୁଟ ପିଛା ୫୦ ଟଙ୍କା ଥିବାବେଳେ ପ୍ରଥମ ଦିନରେ ବର୍ଗଫୁଟ ପ୍ରତି ୩ ଶହ ଟଙ୍କାରୁ ଉର୍ଦ୍ଧ୍ୱରେ ପ୍ଲଟ୍ ନେଇଛନ୍ତି ବ୍ୟବସାୟୀ ।

Balijatra
Advertisment
Advertisment