• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୁବ୍‌ଶୀଘ୍ର ସଫା ହେବ ଅଳିଆ । ଦୁଇ ବର୍ଷ ଭିତରେ ଅଳିଆ ଗଦା ସଫା କରିବାକୁ NGTର କଡ଼ା ନିର୍ଦେଶ । ପୁରୀ ବଳିଆପଣ୍ଡାରେ ଥିବା ଅଳିଆ ଗଦା ହଟାଇବାକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ । ୮ ଏକର ପରିମିତ ୫୦ ଫୁଟ ଉଚ୍ଚର ଅଳିଆ ଗଦା ହଟାଇବାକୁ NGT ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏହି ଅଳିଆ ଗଦାକୁ ହଟାଇବାକୁ କହିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ।

ଅଳିଆ ଆବର୍ଜନାକୁ ଟ୍ରିଟମେଣ୍ଟ କରି ସ୍ଥାନାନ୍ତର ଲାଗି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଚିନ୍ମୟ ଦାଶଙ୍କ ପିଟିସନ ଆଧାରରେ ଜାତୀୟ ଗ୍ରୀନଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ବଳିଆପଣ୍ଡା ଅଞ୍ଚଳକୁ ସିସିଟିଭି ସର୍ଭିଲାନ୍ସରେ ରଖିବା ସହ ଯେପରି କେହି ତା ଭିତରେ ପଶିପାରିବେ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି NGT । ଅଳିଆ ଆବର୍ଜନକୁ ସଫା କରି ପୁରା ସ୍ଥାନକୁ ପାଚେରୀ ବୁଲାଇ ପାଇଁ ଏବଂ ଭୂତଳ ଜଳ ପରୀକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ ଗୁରୁତ୍ୱ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ।

କିଛି ମାସ ତଳେ ଆଇନଜୀବୀ ଚିନ୍ମୟ ଦାସ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ଦାୟର କରିଥିଲେ । ଏହାପରେ ଟ୍ରିବ୍ୟୁନାଲରେ ପୁରୀ ପୌରସଂସ୍ଥା ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ । ପ୍ରୋସେସିଂ ସରିବା ପରେ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ପୌର ଅଧିକାରୀ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ସହରର ଅଳିଆ ଆବର୍ଜନା ବଳିଆପଣ୍ଡା ନିକଟରେ ପକାଯାଉଛି । ଯାହାଫଳରେ ଏବେ ଏହା ଏକ ପାହାଡର ରୂପ ନେଇଛି । ଏଥିରୁ ବାହାରୁ ଥିବା ପ୍ରବଳ ଦୁର୍ଗନ୍ଧ ସହ ଧୂଆଁ ଯୋଗୁଁ ପ୍ରଭାବିତ ହେଉଛନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ । ଅନେକ ଆର୍ବଜନା ଧୂଆଁ ଯୋଗୁଁ ଅସୁସ୍ଥ ମଧ୍ୟ ହୋଇଥିବାର ସୂଚନା ରହିଛି ।

ତେବେ ଅଳିଆ ଗଦାର ସ୍ଥାନାନ୍ତର ପାଇଁ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ ସ୍ଥାନୀୟ ଜଣେ ଆଇନଜୀବୀ । ଅନ୍ୟପକ୍ଷରେ ଖୁବଶୀଘ୍ର ଆବର୍ଜନାକୁ ପ୍ରୋସେସିଂ କରାଯାଇ ଏହାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ପୁରୀ ମ୍ୟୁନିସିପାଲିଟିର ଅଧିକାରୀ ।