/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678950911.jpg)
Auto-rickshaw Drivers
ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ । ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ପକ୍ଷରୁ କରାଯାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛି ସଂଘ। ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନେଇ ସଭାପତି ଦୀନବନ୍ଧୁ ନାୟକ ସୂଚନା ଦେଇଛନ୍ତି ।
‘ଯେଉଁଠି ଗତକାଲି ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ସଂପୃକ୍ତ ଥାନାରେ ଏତଲା ହେବ ବୋଲି ସୂଚନା ମିଳିଛି । ଆଜିର ଆନ୍ଦୋଳନରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହୋଇଥିଲେ । ଲୋୟର ପିଏମଜି ଓ ଜନପଥରେ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା ।
ସୂଚନାଯୋଗ୍ୟ ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ତେଣୁ କେଉଁଠି ସେମାନଙ୍କୁ ଫୁଲ ମାଳ ପିନ୍ଧା ଯାଇଥିଲା ତ କେଉଁଠି ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ଲେଖା ଥିବା ପ୍ଲେଟ୍ ଧରାଇ ଫଟୋ ଉଠାଯାଇଥିଲା । ଏଭଳି ଘଟଣାକୁ ଅପମାନିତ ବୋଧ କରି ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗରେ ଅନଲାଇନ୍ ଅଟୋ ଡ୍ରାଇଭର ଆନ୍ଦୋଳନ ଡାକରା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)