• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୁଲ ମାଳ ପକାଇ ବିରୋଧ ପ୍ରଦର୍ଶନ । ଆଜି ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ କିଛି ଏଭଳି ଭାବେ ପ୍ରତିବାଦ ଜଣାଇଛନ୍ତି ଆନ୍ଦୋଳନରତ ଡ୍ରାଇଭର । ଯେଉଁମାନେ ମହାସଂଘର ପ୍ରତିବାଦରେ ସାମିଲ ହୋଇନାହାନ୍ତି ଓ ଗାଡ଼ି ଚଲାଇଛନ୍ତି ସେମାନଙ୍କୁ ରାସ୍ତାରେ ଅଟକାଇଛନ୍ତି । ଆଉ ଫୁଲ ମାଳ ପକାଇ ବିରୋଧ ଜଣାଇଛନ୍ତି । ଚନ୍ଦନ ଟିକା ଲଗାଇ ଡ୍ରାଇଭରଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

 

ତେବେ ଆଜି ସାରା ରାଜଧାନୀରେ ଯୁଆଡ଼େ ଦେଖିବ ଖାଲି ଡ୍ରାଇଭର । ଷ୍ଟିୟରିଂ ଛାଡ଼ି ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ରାସ୍ତାରେ ଗର୍ଜିନ କରିଛନ୍ତି ଡ୍ରାଇଭର । ରାଜଧାନୀରେ ପ୍ରବଳ ଭିଡ଼ । ଏଥି ପାଇଁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଉପୁଜିଛି। ଏଭଳି ସ୍ଥିତିରେ ଧର୍ମଘଟ ଜିଦ୍‌ରେ ଅଟଳ ଅଛି ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇଛି ଯାନବାହନ ସେବା । ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ ।

 

ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ । ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି । କିନ୍ତୁ ଫଳପ୍ରଦ ନହେବାରୁ ଆଜିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଶୁଣାଇସାରିଛି ଡ୍ରାଇଭର ମହାସଂଘ ।

ଗୋଟେପଟେ ଧାରଣା ଅନ୍ୟପଟେ ଅପେକ୍ଷାର କଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଅଟକି ରହିଛନ୍ତି । କିଏ ନିଜ ଘରକୁ, କିଏ କଲେଜକୁ ତ୍ ପୁଣି କିଏ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବସଷ୍ଟାଣ୍ଡରେ ଅପେକ୍ଷା କରିଛନ୍ତି । ବଢ଼ି ଭୋରରୁ ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ଆଉ ଯାଇ ପାରୁନାହାନ୍ତି । କିଛି ବାଟ ନପାଇ ବସଷ୍ଟାଣ୍ଡରେ ଶୋଇପଡ଼ିଛନ୍ତି ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ।

ସେହିପରି ପୁରୀରେ ବି ସମାନ ଅବସ୍ଥାା ବୁଲିବାକୁ ଆସିଥିବା ପର୍ଯ୍ୟଟକ ଆଜି ଭୁବନେଶ୍ୱରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଛନ୍ତିା କେତେବେଳେ ବସ୍ ଚଳାଚଳ କରିବ ସେ ନେଇ କୌଣସି ସଠିକ୍ ସୂଚନା ନଥିବାରୁ ଏବେ ନାନା ହଇରାଣ ହେଉଛନ୍ତି ଲୋକେ ।