/odishatv-khabar/media/post_attachments/uploadimage/library/16_9/16_9_0/Salia_Sahi_1700647758.jpg)
Salia Sahi
ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ଭୁବନେଶ୍ୱର ସାଲିଆ ସାହିରେ ତେଜିଲା ଆନ୍ଦୋଳନ । ରାସ୍ତା ଉପରେ ଗର୍ଜିଲେ ବସ୍ତି ବାସିନ୍ଦା । ବିଧାନସଭା ଘେରାଉ ପାଇଁ ବିଶାଳ ରାଲି କରି ଯାଉଥିବା ବେଳେ ଉଠାଇ ନେଲା ପୋଲିସ। ଏପରିକି ପୋଲିସ୍ ସହ ବେଶ୍ କିଛି ସମୟ ପାଇଁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା ରାସ୍ତା ଉପରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୬ଶହ ବର୍ଗଫୁଟ ଜଙ୍ଗଲ ଜମିର ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ଚାଲିଛି ଆନ୍ଦୋଳନ । ରାଜଧାନୀର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଜମି ପଟ୍ଟା ପ୍ରଦାନ କରାଯାଉଥିବା ବେଳେ ସାଲିଆସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ସେମାନେ ପ୍ରତିବାଦ କରିଛନ୍ତି । ଜଙ୍ଗଲ ଜମି କହି ସାଲିଆ ସାହି ମଧ୍ୟରେ ୨ଶହ ଫୁଟିଆ ରାସ୍ତା ତିଆରିକୁ ମଧ୍ୟ ବିରୋଧ କରୁଛନ୍ତି ବସ୍ତି ବାସିନ୍ଦା ।
ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ୍ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଫଳରେ ଜୟଦେବ ବିହାର-ଏକାମ୍ର କାନନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)